ଏହି ମନ୍ଦିରକୁ ସ୍ୱୟଂ ଶତ୍ରୁଘ୍ନ ପ୍ରତିଷ୍ଠା କରିଥିଲେ, ଜାଣନ୍ତୁ ଏହି ମନ୍ଦିର ସମ୍ପର୍କରେ..

ଉତ୍ତରପ୍ରଦେଶର ଜୋନପୁର ଜିଲ୍ଲାର ବରଷଠୀରେ ଅବସ୍ଥିତ ଦିୟାବାନାଥ ମନ୍ଦିର। ମାନ୍ୟତା ରହିଛି ଯେ ଏହି ମନ୍ଦିର ତ୍ରେତୟା ଯୁଗରେ ତିଆରି ହୋଇଥିଲା। ପୈାରାଣିକ କଥା ବସ୍ତୁ ଅନୁଯାୟୀ ଶତ୍ରୁଘ୍ନ ଏହି ମନ୍ଦିରର ଶିବଲିଙ୍ଗକୁ ସ୍ଥାପନା କରିଥିଲେ। ଶ୍ରାବଣ ମାସରେ ଓ ଶିବରାତ୍ରୀରେ ଏହି ମନ୍ଦିରରେ ଭକ୍ତଙ୍କର ଅନେକ ସମାଗମ ଦେଖିବକୁ ମିଳେ।

ଏବେ ଶ୍ରାବଣ ମାସ ଶେଷ ହେବାକୁ ଲାଗିଲାଣି। ବିଶ୍ୱାସ କରାଯାଏ ଯେ ଯଦି ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ଲିଙ୍ଗ ସ୍ୱରୂପକୁ ପୂଜା କରାଯାଏ, ଭଗବାନ ଶିବ ଖୁବ୍ ଶୀଘ୍ର ପ୍ରସନ୍ନ ହୁଅନ୍ତି। ଆଜି ଆମେ ଆପଣଙ୍କୁ ଶିବଲିଙ୍ଗଙ୍କ ପୂଜା ସହ ଜଡିତ କିଛି ତଥ୍ୟ ବିଷୟରେ କହୁଛୁ, ଯାହା କରି ଆପଣ ଚାହୁଁଥିବା ଫଳାଫଳ ପାଇପାରିବେ। ହିନ୍ଦୁ ପରମ୍ପରାରେ ସୋମବାରକୁ ଭଗବାନ ଶିବଙ୍କର ବାର ବୋଲି କୁହାଯାଏ । ସୋମବାର ଶିବଙ୍କୁ ପୂଜା କରାଯାଏ । କୁହାଯାଏ ଭଗବାନ ଶିବ ଭକ୍ତର ମନସ୍କାମନା ପୂର୍ଣ୍ଣ କରିଥାନ୍ତି । ଯଦି କେହି ସୋମବାର ଭକ୍ତି ମନରେ ଭଗବାନ ଶିବଙ୍କ ପୂଜା କରେ ସେ ଭଗବାନଙ୍କ ବିଶେଷ କୃପା ପାଇଥାଏ । ଭଗବାନ ଶିବ ଆଶୁତୋଷ ହୋଇଥିବାରୁ ସେ ଶୀଘ୍ର ଭକ୍ତଙ୍କ ମନସ୍କାମନା ପୂର୍ଣ୍ଣ କରିଥାନ୍ତି । ତେବେ ପୂଜାରେ ଭୂଲ କଥାକୁ ସେ ବରଦାସ୍ତ କରନ୍ତି ନାହିଁ ।

ଏମିତିରେ ଏବେ ମନ୍ଦିରରେ ଅନେକ ଭକ୍ତଙ୍କ ସୁଅ ଦେଖିବାକୁ ମିଳୁଛି। ମନ୍ଦିରରେ ଏବେ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ଭିଡ଼ ଜମୁଛି। ବିଶେଷ କରି ଶ୍ରାବଣ ମାସ ସୋମବାର ଦିନ ଭକ୍ତଙ୍କର ଏତେ ମାତ୍ରାରେ ଭିଡ଼ ହେଉଛି ଯେ ସ୍ଥାନୀୟ ପ୍ରଶାସନ ବ୍ୟବସ୍ଥା କରିବା ସତ୍ତ୍ୱେ ଅନେକ ସମସ୍ୟା ହେଉଛି। ତେବେ ଭକ୍ତମାନେ ଏହି ମାସରେ ପ୍ରୟାଗରାଜ ରୁ ଗଙ୍ଗା ପାଣି ଆଣି ତଥା ଆଖାପାଖ ଇଲାକାରେ ଥିବା ପବିତ୍ର ନଦୀରୁ ଜଳ ଆଣି କାଉଡ଼ିଆ ଦିୟାବାନାଥ ମନ୍ଦିରକୁ ଅଭିଷେକ ପାଇଁ ଆସିଥାନ୍ତି।

ଏଠାରେ ଭଗବାନଙ୍କ ମାନ୍ୟତା ଜ୍ୟୋତିର୍ଲିଙ୍ଗ ରୂପରେ କରାଯାଇଛି। ଏହି ଶିବଲିଙ୍ଗ ତ୍ରେତୟା ଯୁଗରେ ଉତ୍ତର ପ୍ରଦେଶର ଜୋନପୁର ଜିଲ୍ଲା ର ବରଷଠୀ ଇଲାକାରେ ବସୁହୀ ନଦୀ କୂଳରେ ସ୍ଥାପିତ ହୋଇ ରହିିଛି। ପଙ୍ଗୁଳବାବା କୁଟୀ, କରିୟାଂବ, ମରିଗଞ୍ଜ ର ମହନ୍ତ ବ୍ରହ୍ମଚାରୀ ଆତ୍ମାନନ୍ଦ ଙ୍କ କହିବା ଅନୁଯାୟୀ ଶିବଲିଙ୍ଗ ଭଗବାନ ଶ୍ରୀରାମଙ୍କ ସବୁଠୁ ସାନ ଭାଇ ଶତ୍ରୁଘ୍ନ ଙ୍କ ଦ୍ୱାରା ସ୍ଥାପିତ କରାଯାଇଥିଲା।

ପୁରାଣ ଅନୁଯାୟୀ ତ୍ରେତୟା ଯୁଗରେ ଏହି ସ୍ଥାନ ଘଞ୍ଚ ବନରେ ଘେରି ହୋଇ ରହିଥିଲା। ଏଠାରେ ବାଣାସୁର ନାମକ ରାକ୍ଷସ ଙ୍କ ଶାସନ ଚାଲୁଥିଲା। ତାଙ୍କ ଶାସନକୁ ନିୟନ୍ତ୍ରଣ କରିବା ପାଇଁ ଶ୍ରତୁଘ୍ନଜ ସେନା ସମେତ ଆସି ବାଣାସୁର ସହ ଯୁଦ୍ଧ କରିଥିଲେ। ଶେଷରେ ବାଣାସୁର ଏମାନଙ୍କୁ ମୂର୍ଚ୍ଚିତ କରିଦେଇଥିଲା। ପରେ ଶ୍ରୀରାମ ଏହି କଥା ଜାଣିବା ପରେ ଗୁୁରୁ ବଶିଷ୍ଠ ଙ୍କ ସହ ଏଠାରେ ପହଞ୍ଚିଥିଲେ।

ରାମଚନ୍ଦ୍ର ନିଜ ତପୋବଳ ରେ ଶତ୍ରୁଘ୍ନଙ୍କ ଚେତା ଫେରାଇଆଣିଥିଲେ। ଶେଷରେ ବାଣାସୁର ପରାଜିତ ହେଲା । ବଶିଷ୍ଠ ଶତୁଘ୍ନଙ୍କୁ ଏକ ଶିବଲିଙ୍ଗ ଦେଲେ ଏଠାରେ ସ୍ଥାପନା କରିବା ପାଇଁ । ସେହି ଅନୁସାରେ ଦିନାନାଥ ମହାଦେବ ନାମରେ ଏଠାରେ ମହାଦେବଙ୍କୁ ସ୍ଥପାନା କରାଗଲା। ପରେ ଏହାର ନାମ ଦିୟାବାନାଥ ମହାଦେବ ରଖାଗଲା।

Leave A Reply

Your email address will not be published.