ସ୍ପେଶାଲ

ବାଜା ବଜାଇ ଝିଅକୁ ସମ୍ମାନର ସହ ଘରକୁ ଫେରାଇ ନେଲେ ବାପା ମା’

କାନପୁର: ବାଜା ଶବ୍ଦରେ ଫାଟିପଡୁଛି ସାରା ପରିବେଶ । ଯେମିତି ଖେଳିଯାଇଛି ଖୁସିର ମାହୋଲ ।  ଲାଗୁଛି କାହାର ବାହାଘର ବୋଧେ ଚାଲିଛି । ହେଲେ କାହିଁକି ବର କନିଆଁଙ୍କର ତ ଏଠାରେ ଦେଖା ନାହିଁ । ଘଟଣା ତାହା ହେଲେ କଣ ।

କଥାରେ ଅଛି ବାହାଘରକୁ ଥରେ ବାହା ହୋଇ ବିଦା ହେଲାପରେ କୁହାଯାଏ ଝିଅ ପର ହେଇଯାଏ ବୋଲି । ବାପ ଘର ଛାଡି ସବୁଦିନ ପାଇଁ ତାର ନିଜର ହୋଇଯାଏ ଶାଶୁ ଘର । ସେଠାକାର ଲୋକଙ୍କୁ ନିଜର କରି ନୂଆ ସଂସାର ଗଢେ । ଆଉ ସେଠାରେ ହିଁ  ତାର ଶେଷ ନିଶ୍ୱାସ ନେଇଥାଏ ।

ହେଲେ ଏଠାରେ ଯେଉଁ ଭିଜୁଆଲ ଭାଇରାଲ୍ ହେଉଛି ତାହା ଏ ସମାଜ ପାଇଁ ଏକ ବଡ ଉଦାହରଣ । ସଂପୃକ୍ତ ଅଞ୍ଚଳରେ ଏଭଳି ଏକ ଅନନ୍ୟ ଘଟଣାକୁ ନେଇ ଚାଲିଛି ଆଲୋଚନା । ଲୋକମାନେ ବାପ ଘର ତରଫରୁ ନିଆଯାଇଥିବା ଏହି ପଦକ୍ଷେପକୁ ଖୁବ୍ ପ୍ରଶଂସା କରୁଛନ୍ତି ।

ଖବର ମୁତାବକ, ଉତ୍ତରପ୍ରଦେଶ କାନପୁରର ବିଏସଏନଏଲ କର୍ମଚାରୀ ଅନୀଲ କୁମାର ନିଜ ଝିଅର ଛାଡପତ୍ରକୁ ଏଠାରେ ଖୁବ୍ ଧୁମଧାମ୍ ର ସହିତ ପାଳନ କରିବା ସହ ତାଙ୍କ ଝିଅକୁ ବାଜା ବଜାଇ, ରୋଷଣୀ କରି ନିଜ ଘରକୁ ଫେରାଇ ଆଣିଛନ୍ତି । ଯାହାକୁ  ସଭିଏଁ ପ୍ରଶଂସା କରିଛନ୍ତି ।

ଖବର ଅନୁଯାୟୀ, କୁମାର ନିଜ ଝିଅ ଉର୍ବିଙ୍କୁ ୨୦୧୬ ମସହାରେ ଜଣେ କମ୍ପ୍ୟୁଟର ଇଞ୍ଜିନିୟରଙ୍କ ସହିତ ବିବାହ କରାଇଥିଲେ । ଏହାପରେ ଉର୍ବି ଦିଲ୍ଲୀ ଚାଲିଯାଇଥିଲେ । ହେଲେ ସେଠାରେ ତାଙ୍କ ଶାଶୁଘର ଲୋକ ଦୀର୍ଘ ୮ ବର୍ଷ ଧରି ତାଙ୍କୁ ଯୌତୁକ ନିର୍ଯାତନା ଦେବା ସହିତ ଅସଦାଚରଣ କରୁଥିଲେ । ଯାହା ପରେ ଶେଷରେ ଆଉ ସହିନପାରି ଉର୍ବି  ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ସ୍ୱାମୀଙ୍କ ଠାରୁ ଛାଡପତ୍ର ନେଇଥିଲେ ।

ବର୍ତ୍ତମାନ ଭାଇରାଲ୍ ହେଉଥିବା ଭିଡିଓରେ ବାପା ଅନୀଲ କୁମାର ଏବଂ ତାଙ୍କ ପତ୍ନୀ ନିଜ ଝିଅକୁ ଘରକୁ ଫେରାଇ ନେଉଥିବା ଦେଖିବାକୁ ମିଳୁଛି । ଯେଉଁ ଭିଡିଓ ସେୟାର କରି  ଏକ୍ସ ବ୍ୟବହାରକାରୀ  ଦିଲୀପ ସିଂ ଲେଖିଛନ୍ତି, ଏହିପରି ଜଣେ ସାହସୀ ପିତା ।  ନିଜ ଝିଅକୁ ତାଙ୍କ ଶାଶୁଘରେ ନିର୍ଯାତନା ଦିଆଯାଉଥିଲା । ଅନେକ ଚେଷ୍ଟା ସତ୍ୱେ ନିର୍ଯାତନା ବନ୍ଦ ହେବାର ନା ଧରୁନଥିଲା ।

ଯାହାଫଳରେ ଏଇ ବାପା ଜଣକ ଝିଅକୁ ସମ୍ମାନର ସହ ବାଜା ବଜାଇ ଖୁସିର ସହିତ ନିଜ ଘକୁ ଫେରାଇ ଆଣିଥିଲେ । ଯେମିତି ଦିନେ ସେ ତାଙ୍କ ଝିଅକୁ ଖୁସିର ସହ ଦିନେ ଶାଶୁ ଘରକୁ ପଠାଇଥିଲେ । ତେବେ ବିବାହ ସମୟରେ ଝିଅ ପିନ୍ଧିଥିବା ଓଢଣୀକୁ ଶାଶୁ ଘର ଗେଟ୍ ରେ ଟଙ୍ଗାଇ ଦେଇ ଆସିଥିବା ଭିଡିଓରେ ଦେଖିବାକୁ ମିଳିଛି  ।

ବିଏସଏନଏଲରୁ ଅବସର ନେଇଥିବା ସାକେତ ନଗରର ବାସିନ୍ଦା ଅନିଲ କୁମାର ବର୍ତ୍ତମାନ ଚାପମୁକ୍ତ । ସେ ତାଙ୍କ ଝିଅକୁ ୨୦୧୬ ରେ ଚକେରୀ ବାମାନ ନଗର ନିବାସୀ ଗୋପାଳ ପ୍ରସାଦଙ୍କ ପୁଅ ଆଶିଷ ରଂଜନଙ୍କ ସହ ବିବାହ କରାଇଥିଲେ । ତାଙ୍କର ୫ ବର୍ଷର ନାତୁଣୀ ମଧ୍ୟ ଏବେ ନିଜ  ଅଜା ଆଇଙ୍କ ସହ ଖୁସିରେ ଅଛି । ଉର୍ବି କହିଛନ୍ତି ଯେ, ଯୌତୁକ ଦାବି କରିବା ସହିତ ତାଙ୍କର ଗୋଟିଏ ଝିଅ ଜନ୍ମ ହେବାପରେ ଶାଶୁଘର ଲୋକେ ତାଙ୍କୁ ବହୁତ ହଇରାଣ କରିବା ଆରମ୍ଭ କରିଦେଇଥିଲେ ।

ତେବେ ଏପ୍ରିଲ୍ ୨୯ରେ ସେୟାର ହୋଇଥିବା ଭିଡିଓଟି ଏକ୍ସରେ ୫୭ ହଜାରରୁ ଅଧିକ ଭ୍ୟୁ ସଂଗ୍ରହ କରିବା ସହିତ ବିଭିନ୍ନ ଲୋକ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି​ । ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ଭିତରୁ କିଛି ବାପାଙ୍କର ଏଭଳି ପଦକ୍ଷପକୁ ପ୍ରଶଂସା କରିଥିବାବେଳେ ଅନ୍ୟମାନେ କାହାଣୀର ଅନ୍ୟ ଦିଗକୁ ବି ଦେଖିବା ଉଚିତ୍ ବୋଲି ଦାବି କରିଛନ୍ତି ।

ଏହାର ପ୍ରତିକ୍ରିୟାରେ ଜଣେ ଉପଭୋକ୍ତା ଲେଖିଛନ୍ତି, ଉଭୟ ପକ୍ଷକୁ ଶୁଣିବା ଜରୁରୀ ଅଟେ, ଆଜିକାଲି ମିଛରେ ଯୌତୁକ ନିର୍ଯାତନାକୁ ନେଇ ଅନେକ ମାମଲା ରୁଜୁ ହେଉଛି । କୋର୍ଟର ନିଷ୍ପତ୍ତି ନ ଆସିବା ପର୍ଯ୍ୟନ୍ତ କାହାକୁ ଦାୟୀ କରାଯାଇପାରିବ ନାହିଁ ।  ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି, ଯାହା ହେଇଛି ଖୁବ୍ ଭଲ । ତେବେ ଗତ ବର୍ଷ ଅକ୍ଟୋବରରେ ଏଭଳି ଏକ ଘଟଣା  ସାମ୍ନାକୁ ଆସିଥିଲା ​​ଯେଉଁଥିରେ ରାଞ୍ଚିରେ ଜଣେ ବ୍ୟକ୍ତି ତାଙ୍କ ଝିଅର ଛାଡପତ୍ରକୁ ଖୁବ୍ ଧୁମଧାମ୍ ରେ ପାଳନ କରିଥିଲେ ।

Sonalisa

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

1 hour ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

4 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

4 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago