ଚର୍ଚ୍ଚାରେ ପୋଲିସ୍ ବାବୁଙ୍କ ମାନବିକତା, ଚାରିଆଡୁ ଛୁଟୁଛି ପ୍ରଶଂସାର ସୁଅ

ଉତ୍ତରପ୍ରଦେଶ : ସାଧାରଣତଃ ଲୋକଙ୍କ ମନରେ ପୋଲିସ୍ ମାନଙ୍କୁ ନେଇ ଏକ ଅଲଗା ନଜର ଥାଏ । ଯେମିତିକି ସ୍ବଭାବରେ ସେମାନେ ରାଗି ହୋଇଥିବାବେଳେ ସବୁ ମାମଲାରେ ଲାଞ୍ଚ ନେଉଥିବା ଭଳି ପ୍ରାୟତଃ ଅଭିଯୋଗ ଆସିଥାଏ । ହେଲେ ଆଜି ଆମେ ଏମିତି କିଛି ପୋଲିସ୍ କର୍ମୀ ମାନଙ୍କ ବିଷୟରେ ଆପଣଙ୍କୁ କହିବୁ, ଯାହାକୁ ଶୂଣିବା ମାତ୍ରେ ଆପଣଙ୍କ ମନରେ ପୋଲିସ୍ ପାଇଁ ଥିବା ସମସ୍ତ ଖରାପ ଭାବନା ନିଶ୍ଚିତ ଦୂର ହୋଇଯିବ ।

policeସବୁ ବାପା ମାଆଙ୍କ ଇଚ୍ଛାଥାଏ ସେମାନଙ୍କ ପିଲା ଭଲ ପାଠପଢି ନାଁ କରୁ, ହେଲେ ଏମିତି ଏକ ଛୋଟ ପିଲାଟି ନଜର ଆସିଥିଲା ଯିଏ ଦିପାବଳୀ ଅବସରରେ ମାଟିର ଦିପ ଧରି ରାସ୍ତା କଡରେ ବିକ୍ରୀ କରୁଥିଲା । ବାଟରେ ବହୁତ ଲୋକ ଚଳପ୍ରଚଳ ହେଉଥିବାବେଳେ ସେହି ବାଟ ଦେଇ ଯାଉଥିଲେ ଉତ୍ତରପ୍ରଦେଶ ଜପଦ ଥାନା ସ୍ଵେଦଗଲି ଥାନା ଅଧିକାରୀ ନିରାଜ କୁମାର ଓ କିଛି ଥାନା ଅଧିକାରୀ I ହଠାତ୍ ତାଙ୍କ ନଜର ପଡିଥିଲା ଏହି ପିଲାଟି ଉପରେ । ପିଲାଟିକୁ ଦେଖି ପୋଲିସ୍ ବାବୁ ମାନେ ପିଲାଟିକୁ ନିଜ ବାପା ମାଆଙ୍କ ସମ୍ପର୍କରେ ପଚାରିଥିଲେ ଏବଂ ଏତେ ଛୋଟପିଲା ହୋଇ କାହିଁକି ଦୀପ ବିକୁଛ ବୋଲି ପ୍ରଶ୍ନ କରିଥିଲେ । ପିଲାଟି ଉତ୍ତର ଦେଇଥିଲେ ଆଜ୍ଞା ଆମେ ତ ଗରିବ, ଦୀପ ବିକିଲେ ଆମେ ଚଳିବୁ I ପିଲାଟି ମୁହଁରୁ ଏହା ଶୁଣି ଥାନା ଅଧିକାରୀ ଭାବୁକ ହେଇଯାଇଥିଲେ I

khokarahman-wikimedia_1ଏହା ପରେ ଥାନା ଅଧିକାରୀ ସବୁ ପୋଲିସ କର୍ମୀଙ୍କ ସହ ମିଶି ଏହି ଦୀପ କିଣିଥିଲେ ଓ ଦୀପାବଳି ପାଳନ କରିବାକୁ ତାଙ୍କ ପାକେଟ ରୁ ଦୀପ ମୂଲ୍ଯଠାରୁ  ଆହୁରି ଅଧିକ ପଇସା ଦେଇଥିଲେ I  ସେଠାରେ ଏହି ପୋଲିସ କର୍ମୀ ଠିଆ ହେଇ ସାଧାରଣ ଲୋକଙ୍କୁ ମଧ୍ଯ ନିବେଦନ କରିଥିଲେ ଏହି ଦୀପ କିଣିବାକୁ I  ପୋଲିସ କର୍ମୀ ଲୋକ ଙ୍କୁ ଏହି ମତାମତ ଦେଇଥିଲେ କି ଲିଚୁ ଲାଇଟ ପରିବର୍ତ୍ତେ ଆପଣ ଏହି ଦୀପକୁ ନେଇ ଲଗାଇ ଘରକୁ ଆଲୋକିତ କରି ଦୀପାବଳି ଉତ୍ସବକୁ ପରିବାର ସହ ଆନନ୍ଦରେ ପାଳନ କରନ୍ତୁ I ଏହା ଦେଖି ସ୍ଥାନୀୟ ଲୋକେ ପୋଲିସ କର୍ମୀଙ୍କ ପ୍ରଶଂସା କରିଥିଲେ । ଯେଉଁ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.