ପୁଅକୁ ଆଇଏଏସ କରିବା ପାଇଁ ଭିଟାମାଟି ଵିକିଲେ ବାପା, ଆଉ ପୁଅ ଦେଲା ଏମିତି ଖୁସି !

ଗତ ଶୁକ୍ରବାର ଦିନ ପ୍ରକାଶ ପାଇଛି ସିଭିଲ ସର୍ଭିସ୍‌ ପରୀକ୍ଷା ରେଜଲ୍ଟ । ଆଇଏଏସ, ଆଇପିଏସ ଓ ଆଇଏଫଏସ ଭଳି ପଦବି ପାଇଁ ମୋଟ୍‌ ୭୫୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଏଥିରେ ସଫଳତା ପାଇଥିବା କିଛି ପ୍ରାର୍ଥୀଙ୍କର ସଂଘଷର୍ର କାହାଣୀ ଏବେ ସୋସିଆଲ ମିଡିଆର ସେୟାର ହେବାରେ ଲାଗିଛି । ସଥିରୁ ପ୍ରଦୀପ ସିଂହଙ୍କ ସଂଘର୍ଷର କଥା ଏକ ଭିନ୍ନ ପ୍ରକାର ବର୍ତ୍ତା ଦେଇଛି ।
pradeep_singh_result

ଇନ୍ଦୋରରେ ରହୁଥିବା ୨୨ ବର୍ଷୀୟ ପ୍ରଦୀପ ୨୦୧୮ UPSC ପରୀକ୍ଷାରେ ୯୩ ରାଙ୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ଆଉ ପ୍ରଦୀପଙ୍କ ଏହି ସଫଳତା ପଛରେ ଥିବା ସଂଘର୍ଷର କାହାଣୀକୁ ଯେ କେହିବି ଶୁଣିବ ତାର ଆଖି ଛଳ ଛଳ ହୋଇଯିବ । କାରଣ ଏହି ପରୀକ୍ଷା ଦେବାକୁ ତାଙ୍କୁ ସହିବାକୁ ପଡ଼ିଛି କଠୋର ଦାରିଦ୍ର୍ୟର ଯାତନା । ପ୍ରଦୀପଙ୍କ ବାପା ମନୋଜ ସିଂହ ତେଲ ଟାଙ୍କିରେ ଜଣେ ସାଧାରଣ କର୍ମଚାରୀ ଭାବେ କାମ କରନ୍ତି । ତାଙ୍କରି ସ୍ବଳ୍ପ ରୋଜଗାରରେ ସାରା ପରିବାର ଚଳେ । ପ୍ରଦୀପଙ୍କ ପାଠ ପଢ଼ା ପ୍ରତି ପ୍ରବଳ ଇଚ୍ଛା ବାପାଙ୍କୁ ଅଧିକ ପରିଶ୍ରମ କରିବାକୁ ବାଧ୍ୟ କରି ଦେଇଥିଲା ।

pradeep-mother

ଯେତେବେଳେ ପ୍ରଦୀପଙ୍କୁ ଦିଲ୍ଲୀ ଯାଇ ପାଠ ପଢିବାର ଆବଶ୍ୟକତା ପଡିଲା ସେତେବେଳେ ପ୍ରଦୀପଙ୍କ ଅଭାବୀ ପରିବାରର ଚିନ୍ତା ବଢ଼ିଗଲା । ଶେଷରେ ତାଙ୍କ ବାପା କିଛି ଉପାୟ ନପାଇ ନିଜର ଭିଟାମାଟିକୁ ବିକ୍ରି କରି ପୁଅକୁ ଦିଲ୍ଲୀ ପଠାଇ ଥିଲେ । ଆଉ ସାରା ପରିବାର ଭଡାଘରେ ରହିଲେ ।
ଏତେ ସବୁ ପରେ ମଧ୍ୟ ସମସ୍ୟା ପ୍ରଦୀପଙ୍କ ପିଛା ଛଡ଼ିବାର ନାଁ ନେଉନଥିଲା । ପରୀକ୍ଷା ସମୟର ପ୍ରଦୀପଙ୍କ ମା ଗୁରୁତର ଅସୁସ୍ଥ ହୋଇ ପଡିଲେ । ହେଲେ ପୁଅର ପରୀକ୍ଷାରେ କିଛି ବାଧା ନଉପୁଜୁ ସେଥିପାଇଁ ତାକୁ କିଛିବି କଥା ଜଣାଇ ନଥିଲେ ପ୍ରଦୀପଙ୍କ ବାପା । ଆଉ ଏବେ ସଫଳତାର ଶୀର୍ଷରେ ପହଞ୍ଚିବା ପରେ ବାପା ସବୁ ଯନ୍ତ୍ରଣାକୁ ଭୁଲି ଯାଇଛନ୍ତି ବୋଲି କହିଛନ୍ତି । ପ୍ରଦୀପ ଆଗକୁ ମେଡିକାଲ ଲାଇନରେ ଯାଇ ଲୋକଙ୍କ ସେବା କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.