ଆଇଏଏସ୍ ପରୀକ୍ଷା ଇଣ୍ଟରଭ୍ୟୁରେ ଶାଢ଼ିର ବର୍ଡ଼ର ଉପରେ ଆସିଲା ପ୍ରଶ୍ନ, ଏପରି ଉତ୍ତର ରଖି ଅପାଲା ମିଶ୍ର ହେଲେ ଟପ୍ପର

ଆପଣ ୟୁପିଏସ୍‌ସି ,ଆଇ.ଏ.ଏସ୍ ପରୀକ୍ଷା ବିଷୟରେ ନିଶ୍ଚୟ ଶୁଣିଥିବେ ଆଉ ଏହାର ପରୀକ୍ଷାର ପ୍ରକ୍ରିୟା ବିଷୟରେ ମଧ୍ୟ ଆପଣଙ୍କ ଅଳ୍ପ ବହୁତ ଜ୍ଞାନ ଥିବ । ଏହି ପରୀକ୍ଷାରେ କିଛି ଚତୁର ପ୍ରଶ୍ନ ପଚରା ଯାଇଥାଏ । ଯେଉଁଥିରେ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କର ବୁଦ୍ଧି ଓ ବ୍ୟକ୍ତିତ୍ୱ ବିଷୟରେ ଜଣାପଡ଼ିଯାଇଥାଏ । ଆଉ ଏହାକୁ ସମ୍ମୁଖୀନ କରିବା ବହୁତ କଷ୍ଟକର ମଧ୍ୟ ହୋଇଥାଏ । ଏହି ପରୀକ୍ଷାରେ ୯ମ ରାଙ୍କ ପାଇଥିବା ଗାଜିଆବାଦ୍ ର ଡ଼ା ଅପାଲା ମିଶ୍ରଙ୍କୁ କିଛି ଏପରି ପ୍ରଶ୍ନ ପଚାରାଯାଇଛି ଯାହା ସାଙ୍ଗେ ସାଙ୍ଗେ ଭାବି କହିବା ବହୁତ କଷ୍ଟକର । ତାଙ୍କୁ ଶାଢ଼ିର ବର୍ଡ଼ର ଉପରେ ମଧ୍ୟ ପ୍ରଶ୍ନ ପଚରାଯାଇଥିଲା । ଏହା ସତ୍ୱେ ସେ ପ୍ରଶ୍ନ ଗୁଡ଼ିକ଼ର ସଠିକ୍ ଉତ୍ତର ଦେଇ ଅଧିକ ନମ୍ବର ହାସଲ କରିଛନ୍ତି ।

ଅପାଲା ମିଶ୍ରା ଏହି ପରୀକ୍ଷାରେ ଦେଖାଇଦେଇଛନ୍ତି ଯେ ଆତ୍ମବିଶ୍ୱାସ ଥିଲେ କୌଣସି କାର୍ଯ୍ୟ କରିବା କଷ୍ଟକର ନୁହେଁ ଏପରି ସାହାସ ଥିଲେ ସାରା ଜଗତକୁ ମଧ୍ୟ ଜିତାଯାଇ ପାରିବ । ସେ ସାକ୍ଷାତକାରରେ ୨୧୫ ନମ୍ବର ରଖି ରେକର୍ଡ଼ ତିଆରି କରିଛନ୍ତି । ୪୦ ମିନିଟ୍‌ର ଇଣ୍ଟରଭ୍ୟୁରେ ତାଙ୍କୁ ବିଭିନ୍ନ ପ୍ରକାରର ପ୍ରଶ୍ନ ପଚରାଯାଇଥିଲା । ଯେଉଁଥିରେ ସେ ପ୍ରାୟ ସମସ୍ତ ପ୍ରଶ୍ନର ଉତ୍ତର ଦେଇଥିଲେ। ଯଦିଓ ସାକ୍ଷାତକାର ରାଉଣ୍ଡ ଆରମ୍ଭ ହେବା ପୂର୍ବରୁ ସେ ଟିକେ ନର୍ଭସ ଥିଲେ, ସେ ନିଜର ଆତ୍ମବିଶ୍ୱାସ ସହ ସାକ୍ଷାତକାର ଦେଇଥିଲେ ।

ତାଙ୍କ ପାଇଁ ଏହି ସବୁ ପ୍ରଶ୍ନ ଥିଲା :

୧-ଆପଣଙ୍କ ନାଁର ଅର୍ଥ କଣ ଓ ଏହାର ଗୁରୁତ୍ୱ କଣ?

ଉତ୍ତର- ଏହି ନାଁ ମୋ ମା ଦେଇଥିଲେ । ମୋ ମା ଜଣେ ହିନ୍ଦୀ ପ୍ରଫେସର ହୋଇଥିବାରୁ ତାଙ୍କର ସାହିତ୍ୟରେ ଅଧିକ ଜ୍ଞାନ ଅଛି ତେଣୁ ସେ ହିଁ ଏହି ନାଁ ଦେଇଥିଲେ । ଅପାଲାର ଅର୍ଥ ହେଉଛି ସୁନ୍ଦର ।

୨-ଯେହେତୁ ତାଙ୍କ ପିତା ଏବଂ ଭାଇ ଉଭୟ ଆର୍ମିରେ କାର୍ଯ୍ୟ କରନ୍ତି, ତାଙ୍କୁ ପଚରାଯାଇଥିଲା ଯେ ସେନାରେ କେଉଁ ପ୍ରକାରର ଚ୍ୟାଲେଞ୍ଜ ରହିଛି ଏବଂ ଏହାର ସକାରାତ୍ମକ କଣ?

ଉତ୍ତର- ପ୍ରତିରକ୍ଷା କ୍ଷେତ୍ରରେ ଅନେକ ପ୍ରକାରର ଚ୍ୟାଲେଞ୍ଜ ଅଛି କିନ୍ତୁ ବର୍ତ୍ତମାନ ସମୟ ସହିତ ସେହି ସବୁ କାର୍ଯ୍ୟରେ ଉନ୍ନତି ହେଉଛି । ସବୁଠାରୁ ବଡ ଚ୍ୟାଲେଞ୍ଜ ମହିଳାମାନଙ୍କ ପାଇଁ ଥିଲା କିନ୍ତୁ ବର୍ତ୍ତମାନ ମହିଳାମାନେ ସେହି କ୍ଷେତ୍ରରେ ଆଗକୁ ଯାଉଛନ୍ତି । ଆଉ ସକାରତ୍ମକ କଥା ଏହା ହେଉଛି ଯେ ସେଠାରେ ବ୍ୟବହାର କରାଯାଉଥିବା ହତିଆର ଭାରତରେ ହିଁ ପ୍ରସ୍ତୁତ ହୋଇଥାଏ ।

୩- ଭାରତରେ ବିଭିନ୍ନ ଭାଷା ଅଛି, ଆପଣ ଏହାକୁ କିପରି ଦେଖୁଛନ୍ତି?

ଉତ୍ତର- ଭାରତରେ ଅନେକ ପ୍ରକାରର ଭାଷା ବ୍ୟବହାର କରାଯାଏ । ଏହା ଭାରତର ଏକ ବିଶେଷତା । ଏହା ଭାରତରେ ବିବିଧତା ମଧ୍ୟରେ ଏକତା ଦେଖାଏ

୪- ତାଙ୍କୁ ପଚରାଯାଇଥିବା ସବୁଠାରୁ କୌତୁହଳପୂର୍ଣ୍ଣ ଏବଂ ଭିନ୍ନ ପ୍ରଶ୍ନ ହେଉଛି ଆପଣ କେଉଁ ପ୍ରକାର ଶାଢୀ ପିନ୍ଧିଛନ୍ତି ଏବଂ ଏହି ଶାଢୀର ବର୍ଡ଼ର କଣ ଦର୍ଶାଉଛି?

ଉତ୍ତର- ଏହି ଶାଢୀର ବର୍ଡ଼ରରେ ବିଭିନ୍ନ ଚିତ୍ରମାନ ଅଙ୍କନ କରାଯାଇଛି । ଏହା ମହାରାଷ୍ଟ୍ରର ସାହିଦ୍ରିରୁ ଆସିଛି ,ବର୍ଡ଼ରରେ କରାଯାଇଥିବା କାରୁକାର୍ଯ୍ୟ ସାଧାରଣ ଜୀବନକୁ ପ୍ରତିଫଳିତ କରୁଛି।

୫-କୌଣସି ପ୍ରକାର ଏକ କବିତା ଗାଇ ଶୁଣାଅ ?

ଉତ୍ତର – ଯେତେବେଳେ ମୁଁ ତୁମ ବିଷୟରେ ଚିନ୍ତା କରେ, ମୁଁ ମୋ ଦେଶ ବିଷୟରେ ମଧ୍ୟ ଭାବିଥାଏ ଯେତେବେଳେ ମୁଁ ତୁମକୁ ନମସ୍କାର କରେ ମୁଁ ମଧ୍ୟ ମୋ ଦେଶକୁ ନମସ୍କାର କରେ ।

୬- ଆପଣ ସଂଘର୍ଷକୁ କିପରି ଦେଖନ୍ତି?

ଉତ୍ତର: ସଂଗ୍ରାମକୁ କୌଣସି ସଂଘର୍ଷ କିମ୍ବା କଠିନ ପର୍ଯ୍ୟାୟ ଭାବରେ ଦେଖାଯିବା ଉଚିତ ନୁହେଁ, କିନ୍ତୁ ସେହି ସଂଗ୍ରାମରୁ ଆସିଥିବା ଶିକ୍ଷାକୁ ଧ୍ୟାନରେ ରଖିବା ଉଚିତ୍ ।

ୟୁପିଏସ୍‌ସି ପରୀକ୍ଷାରେ ସାରା ଭାରତରେ ୯ ମ ସ୍ଥାନରେ ଥିବା ଡ଼ା ଅପାଲା ମିଶ୍ରାଙ୍କ ସଫଳତା ଏକ ଧାର୍ଯ୍ୟର ପ୍ରତୀକ ଅଟେ କାରଣ ଏହା ତାଙ୍କର ତୃତୀୟ ପରୀକ୍ଷା ପୁର୍ବରୁ ଦୁଇ ଥର ଏହି ପରୀକ୍ଷା ଦେଇଥିବା ବେଳେ ସେଥିରେ ଅସଫଳତା ପାଇଥିଲେ । କିନ୍ତୁ ବର୍ତ୍ତମାନ ଏହି ସଫଳତା ପାଇବା ପରେ ତାଙ୍କୁ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.