ବିମାନ ଭିତରେ ଯୁବକମାନେ ଏମିତି ହରକତ କଲେ ଯେ ଶେଷରେ କର୍ତ୍ତୃପକ୍ଷ ନେଲେ ବଡ଼ ନିଷ୍ପତ୍ତି

ଆମେରିକୀୟ ଏୟାରଲାଇନ୍ସକୁ ଏହାର ଗୋଟିଏ ବିମାନକୁ ବାତିଲ କରିବାକୁ ପଡ଼ିଛି । କାରଣ ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବେ । ସେହି ବିମାନରେ ଯାତ୍ରା କରୁଥିବା କିଛି ଯୁବକ ମାସ୍କ ପିନ୍ଧିବାକୁ ମନା କରି ଦେଇଥିଲେ। ବିମାନ ବାତିଲ ହେତୁ ଯାତ୍ରୀମାନଙ୍କୁ ଅନେକ ସମସ୍ୟାର ସାମନା କରିବାକୁ ପଡିଲା। ଏକ ରିପୋର୍ଟ ଅନୁଯାୟୀ, ଆମେରିକାର ଉତ୍ତର କାରୋଲିନାରୁ ବାହାମାସକୁ ଯାଉଥିବା ଏହି ବିମାନରେ ପ୍ରାୟ ୩୦ ଜଣ ଯୁବକ ଏକତ୍ର ମାସ୍କ ପିନ୍ଧିବାକୁ ମନା କରି କରି ଦେଇଥିଲେ । ଫଳରେ ବିମାନ ଉଡ଼ାଣ ନେବାରେ ପ୍ରଥମେ ୬ ଘଣ୍ଟା ବିଳମ୍ବ ହୋଇଥିଲା । ପରେ ଏହାକୁ ବାତିଲ କରିବାକୁ ପଡିଥିଲା ।

ବର୍ତ୍ତମାନ କରୋନା ଭାଇରସ କାରଣରୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ହେଲେ ଏହି ଯୁବକମାନେ ମାସ୍କ ପିନ୍ଧିବାକୁ ରାଜି ନଥିଲେ । ବିମାନରେ ଥିବା ଅନ୍ୟ ଯାତ୍ରୀମାନେ ମଧ୍ୟ ଏହି କିଶୋରମାନଙ୍କ ଏପରି ଆଚରଣକୁ ପସନ୍ଦ କରିନଥିଲେ ମଧ୍ୟ ସେମାନେ ପ୍ରତିବାଦ କରିନଥିଲେ । ତେବେ ବୋଷ୍ଟନର କିଶୋରମାନେ ବିମାନ ଭିତରେ ଏଭଳି ଅପ୍ରୀତିକର କାମ କରିଥିବା ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଏହି ଯୁବକମାନେ ଗ୍ରାଜୁଏସନ ଟ୍ରିପ ପାଇଁ ବାହାମା ଯାଉଥିଲେ । ବିମାନରେ ବସିଥିବା ଜଣେ ଯାତ୍ରୀ ଷ୍ଟିଫାନି କ୍ରଜୱାନସ୍କି ପୂରା ଘଟଣାକୁ ରେକର୍ଡ କରିଥିଲେ । ଯେଉଁଥିରେ ଜଣେ ଯାତ୍ରୀ ବିନା ମାସ୍କରେ ତାଙ୍କ ପଛରେ ଠିଆ ହୋଇଥିବାର ଦେଖିବାକୁ ମିଳିଛି।

ଅନ୍ୟପଟେ ଏହି ଘଟଣାକୁ ନେଇ ଏୟାରଲାଇନର ମୁଖପାତ୍ର କହିଛନ୍ତି କି ଏହି ଯୁବକମାନେ କୌଣସି ନିର୍ଦ୍ଦେଶାବଳି ପାଳନ କରିନଥିଲେ । ବିମାନରେ ମାସ୍କ ପିନ୍ଧିବା ଆବଶ୍ୟକ ଥିବା ବେଳେ ସେମାନେ ତାକୁ ବିରୋଧ କରିଥିଲେ । ତେଣୁ ବାଧ୍ୟ ହୋଇ ବିମାନକୁ ବାତିଲ କରାଗଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.