ସ୍ପେଶାଲ

ଲୋକେ ମାନସିକ ପାଇଁ ପକାଉଥିବା କଏନକୁ ଏବେ ବାହାର କରି ଭରିବେ ବିଲ

ଲକଡାଉନ ଏବଂ ସଟଡାଉନ ଲୋକମାନଙ୍କୁ ଆର୍ଥିକ ରୂପେ ଭାଙ୍ଗି ଦେଇଛି । ଗତ କିଛି ଦିନ ମଧ୍ୟରେ ଏହାର ଅନେକ ଉଦାହରଣ ଆପଣ ଦେଖିବାକୁ ପାଈଥିବେ । ପ୍ରବାସୀ ଶ୍ରମିକମାନେ ଘରକୁ ଚାଲି ଚାଲି ଫେରୁଛନ୍ତି । ସହରରେ ଶ୍ରମିକ କମ । ଘରଭଡା ବଢିଯାଇଛି । କାମ ମିଳିବା କମ ହୋଇଯାଇଛି । ସାରା ଦୁନିଆ ପାଇଁ ବର୍ତ୍ତମାନ ଚାଲିଛି ଘଡ଼ିସନ୍ଧି ମୁହୂର୍ତ୍ତ କିନ୍ତୁ ଲଢ଼ିବା କେହି ଛାଡ଼ିନାହାନ୍ତି, ନିକଟରେ ଏମିତି ଏକ ଘଟଣା ଘଟିଛି ଯାହା ଶୁଣିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ । ଏକ ଜୁ ଆଉ ଆକ୍ୱାରିୟମରେ ଲୋକେ ମାନସିକ ନେଇ କଏନ ଫିଙ୍ଗୁଥିଲେ ତେବେ ବର୍ତ୍ତମାନ ପଇସାର ଏତେ ଅଭାବ ପଡିଯାଇଛି ଯେ ବିଲ ଭରିବା ପାଇଁ ପ୍ରଶାସନ ବର୍ତ୍ତମାନ ସେହି ସବୁ ମୁଦ୍ରାକୁ ବାହାର କରୁଛି ।

Our staff turned off the 30-foot tall Smoky Mountain waterfall and collected all the coins! About 100 gallons of coins…

Posted by NC Aquarium at Pine Knoll Shores on Saturday, August 8, 2020

ଏଭଳି ଏକ ଘଟଣା ଘଟିଛି ଆମେରିକାର ନର୍ଥ କେରୋଲିନାରେ । ଏଠାକାର ନର୍ଥ କେରୋଲିନାରେ ଥିବା ଏକ ଆକ୍ବରିୟମର ଷ୍ଟାଫମାନେ ଏହିସବୁ ମୁଦ୍ରାକୁ ବାହାର କରିବା ପାଇଁ 30 ଫୁଟର ଝରଣାକୁ ଖୋଳିଥିଲେ । ଏହାପରେ ସେଠାରେ ଫିଙ୍ଗାଯାଇଥିବା ମୁଦ୍ରାକୁ ବାହାର କରାଯାଇଥିଲା । ତେବେ ସେଠାକୁ ଯାଇଥିବା ଭିଜିଟର୍ସମାନେ ଏହି ମୁଦ୍ରାକୁ ନିଜ ମାନସିକ ପାଇଁ ଫୋପାଡିଥାନ୍ତି । NC aquarium ନିଜ ଫେସବୁକ ପେଜରେ ଏନେଇ ସୂଚନା ଦେଇଥିଲେ ।

Coin update! We’ve had such an amazing response to our coin post! Thank you to everyone who commented and submitted a…

Posted by NC Aquarium at Pine Knoll Shores on Wednesday, August 12, 2020

ସେ କହିଥିଲେ ଯେ ତାଙ୍କର ଷ୍ଟାଫମାନେ ଯେଉଁ କଏନ ସବୁ ବାହାର କରିଛନ୍ତି ତାହା ଗତ 14 ବର୍ଷ ଧରି ଲୋକମାନେ ସେଠାରେ ପକାଇଥିଲେ ଆଉ ଏଥିପାଇଁ ସେମାନେ ଲୋକମାନଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଥିଲେ । ଗତ 5 ମାସ ଧରି ଲକଡାଉନ ଜାରି ରହିଛି ଯେଉଁଥିପାଇଁ ବର୍ତ୍ତମାନ ଲୋକେ ଏଠାକୁ ଆସୁନାହାନ୍ତି । ଏହିଭଳି ସମୟରେ ସେମାନେ ନିଜ ବିଲ ପେମେଣ୍ଟ କରିବା ପାଇଁ ଏହି ପ୍ରୋଜେକ୍ଟର ଆରମ୍ଭ କରିଛନ୍ତି । ସେ ଯାହାବି ହେଉ ଖରାପ ସମୟରେ ଏହି ମୁଦ୍ରା କାମରେ ଆସିପାରୁଛି ବୋଲି ସେମାନେ ଖୁସି ଅଛନ୍ତି ।

KNews Bureau

Recent Posts

ରିଲିୟାନ୍ସ ଜିଓ ସେବା ଡାଉନ, ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କଲେ ୟୁଜର୍ସ

ସମଗ୍ର ଦେଶରେ ଲୋକମାନେ ଦାବି କରୁଛନ୍ତି ଯେ ସେମାନଙ୍କର ଜିଓ ସେବା କାମ କରୁନାହିଁ । ସେମାନେ କହୁଛନ୍ତି ଯେ,…

8 mins ago

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

40 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

42 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

45 mins ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

51 mins ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

1 hour ago