ମହଙ୍ଗା ପଡ଼ିଲା ମଉଜ, ପ୍ରାଇଭେର୍ଟ ପାର୍ଟରେ ଫସି ରହିଗଲା USB କେବୁଲ

କିଶୋରାବସ୍ଥାରେ ପିଲାମାନେ ବେଳେ ବେଳେ କିଛି ଏମିତି କାମ କରିବସନ୍ତି, ଯାହା ତାଙ୍କ ନିଜ ଜୀବନ ପ୍ରତି ମଧ୍ୟ ବିପଦ ସାଜିଥାଏ। ଏବେ ସେଭଳି ଏକ ମାମଲା ସାମ୍ନାକୁ ଆସିଛି ଲଣ୍ଡନରୁ। ଏଠାରେ ଏକ ୧୫ ବର୍ଷର ବାଳକ ନିଜ ଗୁପ୍ତାଙ୍ଗର ଆକାର ଜାଣିବାକୁ ଏମିତି କାଣ୍ଡ କରିଛି ଯାହା ତା’ ଜୀବନ ପ୍ରତି ବିପଦ ପାଲଟିଛି। ଅବସ୍ଥା ଏମିତି ହୋଇଛି ଯେ ବାଧ୍ୟ ହୋଇ ପରିବାର ଲୋକେ ତାକୁ ହସ୍ପିଟାଲରେ ଆଡମିଟ୍‌ କରାଇଛନ୍ତି।

ରିପୋର୍ଟ ମୁତାବକ, ଲଣ୍ଡନର ଏକ ୧୫ ବର୍ଷର ବାଳକ ନିଜ ଯୌନାଙ୍ଗର ଆକାର ଜାଣିବା ପାଇଁ ତା’ ଭିତରେ ଏକ ୟୁଏସ୍‌ବି କେବଲ ପୂରାଇଥିଲା। ସେ କେବଲ ଜରିଆରେ ପ୍ରାଇଭେର୍ଟ ପାର୍ଟକୁ ମାପ କରିବାକୁ ଚାହୁଁଥିଲା। କିନ୍ତୁ ତା’ର ଏହି ଏକ୍ସପେରିମେଣ୍ଟ ଫେଲ୍‌ ହୋଇଯାଇଥିଲା। ଭିତରକୁ ଯିବା ପରେ କେବୁଲ ଆଉ ବାହାରକୁ ବାହାରିପାରିନଥିଲା। ପିଲାଟି ଏହାକୁ ବାହାର କରିବାକୁ ଚେଷ୍ଟା କରିବାରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା। ପରିସ୍ଥିତି ଅଣାୟତ ହେବାରୁ ସେ ଏନେଇ ପରିବାର ଲୋକଙ୍କୁ ଜଣାଇଥିଲା।

ପରିବାର ଲୋକେ ତାକୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଡାକ୍ତର ମଧ୍ୟ ଏଭଳି ମାମଲା ଦେଖି ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେମାନେ ବି କେବୁଲକୁ ବାହାର କରିବାକୁ ଟାଣିଥିଲେ, କିନ୍ତୁ ପ୍ରବଳ ରକ୍ତସ୍ରାବ ହେବାରୁ ସେମାନେ ବାଧ୍ୟ ହୋଇ ଅପରେସନ୍‌ କରିଥିଲେ। ଅପରେସନ ପରେ କେବୁଲକୁ କାଟି ପ୍ରାଇଭେର୍ଟ ପାର୍ଟରୁ ବାହାର କରାଯାଇଛି। ତେବେ ପିଲାଟିର ଅବସ୍ଥା ଏବେ ଗୁରୁତର ଥିବା ଡାକ୍ତର କହିଛନ୍ତି। ଏଥିସହ ଆଉ କେହି ଏଭଳି ମୁର୍ଖାମୀ ନ କରିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର।

Leave A Reply

Your email address will not be published.