ସ୍ପେଶାଲ

ବଜ୍ରାଘାତରୁ ରକ୍ଷା ପାଇବା ପାଇଁ ଆପଣାନ୍ତୁ ୩୦-୩୦ ଫର୍ମୁଲା, ବଞ୍ଚିଯିବ ଜୀବନ

ଏବେ ଚାରିଆଡେ ବର୍ଷା। ପ୍ରବଳ ବର୍ଷା ସହ ଘଡଘଡି ବି ହେଉଛି। ତେବେ ଏହି ସମୟରେ ସବୁଠାରୁ ବେଶି ଭୟ ଥାଏ ବଜ୍ରାଘାତର। ବର୍ଷା ହେଲେ ଆମେ ନିୟୁଜ ଏବଂ ଖବରକାଗଜରେ ପଢ଼ିଥାଉ ଯେ ବଜ୍ରାଘାତ ଦ୍ୱାରା ଏତିକି ଜଣଙ୍କର ମୃତ୍ୟୁ ହୋଇଛି। କିନ୍ତୁ କଣ ଆପଣ ଜାଣନ୍ତି ବଜ୍ରାଘାତ ଦ୍ୱାରା ହେଉଥିବା ମୃତ୍ୟୁକୁ ବହୁତ ମାତ୍ରାରେ କମ୍‌ କରାଯାଇପାରିବ। ଆଜ୍ଞା ହଁ, ସାମାନ୍ୟ ସାବଧାନତା ହିଁ ଆପଣଙ୍କୁ ମରଣ ମୁହଁରୁ ରକ୍ଷା କରିପାରିବ। ଏଥିପାଇଁ ଆପଣଙ୍କୁ ଏକ୍ସପର୍ଟଙ୍କ ଦ୍ୱାରା କୁହାଯାଇଥିବା ୩୦-୩୦ ଫର୍ମୁଲାକୁ ଆପଣାଇବାକୁ ପଡିବ ଏବଂ କିଛି ଜରୁରୀ ସୂଚନାକୁ ବି ଆପଣାଇବାକୁ ପଡିବ। ଏହି ଉପାୟକୁ ଆପଣେଇ ଆପଣ ବଜ୍ରାଘାତରୁ ନିଜକୁ ରକ୍ଷା କରିପାରିବେ ଏବଂ ଏହାଦ୍ୱାରା ଶରୀରରେ ହେଉଥିବା କ୍ଷତିକୁ କିଛି ମାତ୍ରାରେ କମ୍‌ କରିପାରିବେ।

କଣ ଏହି ୩୦ –୩୦ ଫର୍ମୁଲା ?

ବଜ୍ରାଘାତ ହେବା ସମୟରେ ଆପଣ ଘର ବାହାରେ ଥିଲେ ଏହି ଫର୍ମୁଲାକୁ ନିଶ୍ଚୟ ଆପଣେଇ ପାରିବେ। ଆପଣଙ୍କୁ କେବଳ ଏତିକି କରିବାକୁ ପଡିବ ଯେ ଯେମିତି ହିଁ ବିଜୁଳି ମାରିବ ସେତେବେଳେ ତୁରନ୍ତ ଆପଣ ଏକ ରୁ ୩୦ ଯାଏଁ ଗଣନ୍ତୁ। ଯଦି ଗଣିବା ଭିତରେ ବିଜୁଳି ସହିତ ଘଡଘଡି ଶୁଣିବାକୁ ପାଇଲେ ତାହେଲେ ଆପଣ ବୁଝିନିଅନ୍ତୁ ଯେ ସେହି ସ୍ଥାନରେ ରହିବା ଆପଣଙ୍କ ପାଇଁ ସୁରକ୍ଷିତ ନୁହେଁ ଏବଂ ଜଲଦି କୌଣସି ସୁରକ୍ଷିତ ସ୍ଥାନକୁ ଚାଲି ଯାଆନ୍ତୁ।

ଏହି ସମୟରେ କେଉଁ ଦିଗ ପ୍ରତି ଧ୍ୟାନ ଦେବେ ଜାଣନ୍ତୁ

ନିଜକୁ ଜୀବନକୁ ବଞ୍ଚାଇବା ପାଇଁ କୌଣସି ଉଚ୍ଚ ବିଲଡିଙ୍ଗ, ଭେଇକିଲ, କାର କିମ୍ବା ମଜବୁତ ଛାତ ତଳେ ଛିଡା ହୋଇଯାଆନ୍ତୁ। ଗଛ ତଳେ, ଖାସ୍‌ କରି ଉଚ୍ଚା ଏବଂ ବଡ ଗଛ ତଳେ ଭୁଲରେ ବି ଛିଡା ହୁଅନ୍ତୁନାହିଁ। କାହିଁକିନା ବଡ ଏବଂ ଉଚ୍ଚ ଗଛ ବିଜୁଳିକୁ ନିଜ ଆଡକୁ ଆକର୍ଷିତ କରିଥାଏ ଫଳଳରେ ଆପଣଙ୍କ ପାଇଁ ଏହା ବିପଦପୂର୍ଣ୍ଣ ହୋଇପାରେ।

ଏମିତି ସମୟରେ କୌଣସି ଉଚ୍ଚ ଟାଓ୍ଵାର, ଗଛ, ରେଳ ଧାରଣା ଏମିତି ସବୁ ଜିନିଷ ଠାରୁ ଦୂରେଇ ରୁହନ୍ତୁ। ଯଦି ଆଖପାଖରେ ଛିଡା ହେବାକୁ ଜାଗା ନାହିଁ ତାହେଲେ ଖୋଲା ସ୍ଥାନରେ ମୁଣ୍ଡ ନୁଆଇଁକି ବସିଯାନ୍ତୁ।

ଇଲେକଟ୍ରୋନିକ ଜିନିଷ ମୋବାଇଲ, ଟ୍ରାନ୍ସଫର୍ମର୍ସ, ରେଡିଓ, ଟୋଷ୍ଟର, ଆଣ୍ଟିନା କିମ୍ବା ଅନ୍ୟ ମେଟାଲିକ ବସ୍ତୁ ଠାରୁ ତୁରନ୍ତ ଦୂର ହୋଇଯାଆନ୍ତୁ।
ପାଣି ପାଖରୁ ଦୂରେଇ ରୁହନ୍ତୁ। ଆଖପାଖର କୌଣସି ଏମିତି ଜାଗା, ଯେଉଁଠି ପାଣି ଅଛି, ସେଠାରୁ ତୁରନ୍ତ ଦୂରକୁ ଚାଲିଯାଆନ୍ତୁ।

Pritiparna

Recent Posts

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

9 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

20 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

30 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

59 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 hour ago