ପୂଜା ପରେ ବଳି ପଡିଥିବା ସାମଗ୍ରୀକୁ କ’ଣ କରନ୍ତି, ଆପଣ ତ କରୁ ନାହାଁନ୍ତି ଏମିତି ଭୁଲ୍‌

ହିନ୍ଦୁ ଧର୍ମରେ ପୂଜା ପାଠରେ ବ୍ୟବହାର କରାଯାଉଥିବା ସାମଗ୍ରୀ ବିଶେଷ ମହତ୍ୱ ରଖିଥାଏ । ପୂଜାରେ ଫୁଲ, ଅକ୍ଷତ, ଫଳ, ନଡ଼ିଆ ଆଦି ଲାଗିଥାଏ । ଯାହାର ଏକ ଅଲଗା ମହତ୍ୱ ରହିଥାଏ । ଏହି ପୂଜା ସାମଗ୍ରୀ ବିନା କୌଣସି ବି ପୂଜା ପାଠ ବା ଯଜ୍ଞ ଅଧୁରା ରହିଥାଏ। ସାଧରଣତଃ ଲୋକେ ବଳିଥିବା ପୂଜା ସାମଗ୍ରୀକୁ ମନ୍ଧିରରେ ରଖି ଦିଅନ୍ତି ବା ଜଳରେ ଭସାଇ ଦିଅନ୍ତି । ଜ୍ୟୋତିଷ ଅନୁଯାୟୀ, ବଳିପଡିଥିବା ପୂଜା ସାମଗ୍ରୀର ବ୍ୟବହାର ଜୀବନର ସୁଖ ସମୃଦ୍ଧି ପାଇଁ କରାଯାଇଥାଏ ।

ବଳିପଡିଥିବା ପୂଜା ସାମଗ୍ରୀର ଏମିତି କରନ୍ତୁ ବ୍ୟବହାର

୧. ସବୁ ପୂଜା ପାଠରେ କୁଙ୍କୁମ ବ୍ୟବହାର କରାଯାଇଥାଏ । ଯଦି ପୂଜା ପାଠ ପରେ କୁଙ୍କୁମ ବଳିପଡେ ତେବେ ଏହାକୁ ଆଣି ମଥାରେ ବ୍ୟବହାର କରିପାରିବେ । ଏହାକୁ ବ୍ୟବହାର କରିବା ଦ୍ୱାରା ଅଖଣ୍ଡ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ ।

୨. ପୂଜା ପରେ ଯଦି ଫୁଲ ବଳିପଡେ ତେବେ ତାକୁ ଇଆଡେ ସିଆଡେ ନପକାଇ ଏହାକୁ ଏକ ମାଳିରେ ଗୁନ୍ଥି ଘର ଦ୍ୱାରରେ ଟଙ୍ଗାଇ ଦିଅନ୍ତୁ । ଯେତେବେଳେ ଏହି ଫୁଲ ପୁରା ଶୁଖିଯାଏ ଏହାକୁ କୌଣସି ଗମଲାରେ ପକାଇ ଦିଅନ୍ତୁ । ଏଥିରୁ ନୂଆ ଗଛ ଉଠିପାରିବ ।

୩. ପୂଜା ଥାଳିରେ ଯଦି ଅକ୍ଷତ ବଂଚିଯାଏ, ତେବେ ଏହାକୁ ତେବେ ଏହାକୁ ଘରେ ବ୍ୟବହାର ହେଉଥିବା ଚାଉଳ କିମ୍ବା ଗହମରେ ମିଶାଇ ଦିଅନ୍ତୁ । ଏମିତି କରିବା ଦ୍ୱାରା ଘରେ ମା’ ଲକ୍ଷ୍ମୀଙ୍କ ଆଶିର୍ବାଦ ରହିଥାଏ ଓ ଧନ ବୃଦ୍ଧି ହୋଇଥାଏ ।

୪. ପୂଜା ପାଠରେ ଗୁଆର ମଧ୍ୟ ବହୁତ ମହତ୍ୱ ରହିଥାଏ । ଯଦି ପୂଜାସ୍ଥଳରୁ ଗୁଆ ବଳିପଡିଲା, ତାକୁ ଏକ ଲାଲ କପଡାରେ ବାନ୍ଧି ଘରର ତେଜୋରୀରେ ରଖନ୍ତୁ । ଏହାଦ୍ୱାରା ଘରେ କେବେ ଧନର ଅଭାବ ହେବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.