ମଥାରେ ଲଗାନ୍ତୁ କେସର ତିଳକ, ମାତା ଲକ୍ଷ୍ମୀ ଓ କୁବେର ଦେବଙ୍କ ରହିବ ଶୁଭାଶିର୍ବାଦ

ଖାଦ୍ୟର ସ୍ୱାଦ ଓ ରଙ୍ଗ ବଢ଼ାଇବା ପାଇଁ ତ ଆମେ କେସର ବ୍ୟବହାର କରୁ। କିନ୍ତୁ ବୋଧେ କମ୍‌ ଲୋକ ଜାଣିଥିବେ ଯେ ଏହାକୁ ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ବ୍ୟବହାର କରାଯାଏ। ସନାତନ ଧର୍ମରେ କେସରର ବେଶ୍‌ ଗୁରୁତ୍ୱ ରହିଛି। ହିନ୍ଦୁ ଧର୍ମରେ ପୂଜା ପାଠରେ କେସର ବ୍ୟବହାର କରାଯାଏ। ବୈଦିକ ଶାସ୍ତ୍ରରେ କେସରର ସମ୍ପର୍କ ପୂଜା ପାଠ ସହ ସୁଖ ସମୃଦ୍ଧି ଓ ସୌଭାଗ୍ୟ ପ୍ରାପ୍ତି ପାଇଁ ମଧ୍ୟ ରହିଛି।

ଜ୍ୟୋତିଷ ଶାସ୍ତ୍ର ମୁତାବକ, କେସର ସମ୍ପର୍କ ୯ ଗ୍ରହର ଦେବଗୁରୁ କୁହାଯାଉଥିବା ବୃହସ୍ପତିଙ୍କ ସହ ରହିଛି। ଜ୍ୟୋତିଷଙ୍କ କହିବାନୁସାରେ, ଯେଉଁ ଲୋକଙ୍କର ଜାତକରେ ବୃହସ୍ପତି ଦୁର୍ବଳ ହୋଇ ଅଶୁଭ ଫଳ ଦେଉଛନ୍ତି ଓ ସେ ଅର୍ଥାଭାବ ଯୋଗୁ ଚିନ୍ତାରେ ଅଛନ୍ତି। ସେମାନେ ଭାଗ୍ୟ ଚମକାଇବାକୁ କେସରରେ ଚମତ୍କାରୀ ଉପାୟ କରି ପୁଣିଥରେ ଧନବାନ ହୋଇପାରିବେ।

ତେବେ ହିନ୍ଦୁ ସଂସ୍କୃତିରେ ତିଳକର ବହୁତ ମହତ୍ତ୍ୱପୂର୍ଣ୍ଣ ରହିଛି। କୌଣସି ବି ପୂଜା କିମ୍ବା ଧାର୍ମିକ ଅନୁଷ୍ଠାନ ତିଳକ ବିନା ଅଧୁରା ରହିଥାଏ। ତିଳକ ମଙ୍ଗଳ ଏବଂ ଶୁଭତାର ପ୍ରତିକ ଅଟେ। ଏଥିପାଇଁ ଯେତେବେଳେ କିଏ କୌଣସି ବି ଶୁଭ କାମ ପାଇଁ ପ୍ରସ୍ଥାନ କରିଥାନ୍ତି ତାଙ୍କ ମୁଣ୍ଡରେ ତିଳକ ଲଗାଯାଇଥାଏ। କିନ୍ତୁ କ’ଣ ଆପଣ ଜାଣିଛନ୍ତି ତିଳକ ଆପଣଙ୍କ ଭାଗ୍ୟ ମଧ୍ୟ ଖୋଲିପାରେ। ଅଲଗା ଅଲଗା ପଦାର୍ଥର ତିଳକ କରିବା ଦ୍ୱାରା ଅଲଗା ଅଲଗା କାମନା ପୂର୍ଣ୍ଣ ହୋଇଥାଏ। ଚନ୍ଦନ, କୁମକୁମ, କେସର ଆଦି ଅନେକ ରହିଛି ଯାହାର ତିଳକ କରିବା ଦ୍ୱାରା କାଯ୍ୟର୍ ସିଦ୍ଧି କରାଯାଇପାରେ। କେସର ତିଳକୁ ମଥାରେ ଲଗାଇବା ଦ୍ୱାରା ବ୍ୟକ୍ତିଙ୍କର ଆର୍ଥିକ କ୍ଷେତ୍ରରେ ଅଭିବୃଦ୍ଧି ହୋଇଥାଏ। ମାତା ଲକ୍ଷ୍ମୀ ଓ କବେର ଦେବଙ୍କ ଆଶିର୍ବାଦ ରହିଥାଏ। ଆସନ୍ତୁ ଜାଣିବା କେସର ତିଳକ କରିବା ଦ୍ୱାରା କେଉଁ ମନୋକାମନା ପୂର୍ଣ୍ଣ ହୋଇପାରେ।

-ଅନେକ ଦେବା ଦେବୀଙ୍କର ଯନ୍ତ୍ରକୁ ନିର୍ମାଣ କରିବା ପାଇଁ କେସର ବହୁତ ଭଲ । କେସର ଶୁଦ୍ଧ, ପବିତ୍ର ଏବଂ ପ୍ରାକୃତିକ ସୁଗନ୍ଧରେ ଭରପୂର ହୋଇଥାଏ। ଏଥିରେ ଏକ ଦିବ୍ୟ ଶକ୍ତି ରହିଥାଏ। ଯାହାଦ୍ୱାରା ଦେବାଦେବୀଙ୍କୁ ସହଜରେ ହିଁ ପ୍ରସନ୍ନ କରାଯାଇପାରେ।

-ଯେଉଁ ବ୍ୟାକ୍ତିଙ୍କ ଜୀବନରେ ସଫଳତା, ଆକର୍ଷକ ବ୍ୟକ୍ତିତ୍ୱ, ସୌନ୍ଦର୍ଯ୍ୟ, ଧନ, ସମ୍ପଦ, ଆୟୁ, ଆରୋଗ୍ୟ ପ୍ରାପ୍ତ କରିବାକୁ ଚାହୁଁଛନ୍ତି ତାହେଲେ ସେମାନେ ପ୍ରତିଦିନ ନିଜ ମସ୍ତକରେ କେସରର ତିଳକ କରିବା ଉଚିତ। କେସରର ତିଳକ ଶିବ, ବିଷ୍ଣୁ ଗଣେଷ ଏବଂ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିଥାଏ।

-ଯେଉଁ ଲୋକଙ୍କ ଜନ୍ମକୁଣ୍ଡଳୀରେ ମଙ୍ଗଳ ଦୋଷ ରହିଥାଏ ତାହେଲେ ହନୁମାନଙ୍କୁ ଲାଲ ଚନ୍ଦନ ଏବଂ କେସର ମିଶ୍ରିତ ତିଳକ ଲଗାଇବା ଉଚିତ। ନିଜ ବେପାର ସମ୍ପନ୍ଧୀୟ କାଗଜପତ୍ର, ବହି-ଖାତା, ଆଲମାରୀ ଆଦିକୁ କେସର ମିଶା ପାଣିେ ସିଞ୍ଚନ କରନ୍ତୁ। ଦେଖିବେ ବେପାରରେ ବହୁତ ଉନ୍ନତି ଆସିବ।

-ଯେଉଁ ଲୋକଙ୍କର ଦାମ୍ପତ୍ୟ ଜୀବନ କଳହପୂର୍ଣ୍ଣ ହୋଇଥାଏ ତାଙ୍କୁ କେସର ମିଶ୍ରିତ କ୍ଷୀର ଦ୍ୱାରା ଶିବଙ୍କୁ ଅଭିଷେକ କରିବା ଉଚିତ। ଏହାସହିତ ନିଜ ମସ୍ତକ, ଗଳା ଏବଂ ନାଭିରେ କେସର ତିଳକ କରନ୍ତୁ। ଯଦି ଲଗାତର ତିନି ମାସ ପଯ୍ୟର୍ନ୍ତ ଏହି ପ୍ରୟୋଗ କରାଯାଏ ତାହେଲେ ଦାମ୍ପତ୍ୟ ଜୀବନ ପ୍ରେମମୟ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.