ଯିଏ ଓଡ଼ିଶା ଜାତୀୟ ଆନ୍ଦୋଳନର ପୁରୋଧା ଥିଲେ, ସେବା ପାଇଁ ସମର୍ପି ଦେଇଥିଲେ ତାଙ୍କ ପ୍ରତିଟି ମୁହୂର୍ତ୍ତ

ଆଜି ହେଉଛି ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କର ଆଜି ୧୪୫ ତମ ଜନ୍ମ ଜୟନ୍ତୀ । ଏହି ଦିନକୁ ସାରା ଓଡିଶା ଗୋପବନ୍ଧୁ ଜୟନ୍ତୀ ଭାବରେ ପାଳନ କରନ୍ତି । ଆଜକୁ ଠିକ ୧୪୪ ବର୍ଷ ତଳେ ଆଜିର ଦିନରେ ଓଡ଼ିଶାର ପୂର୍ବବର୍ତ୍ତୀ ଅଂଚଳରେ ଅବସ୍ଥିତ ପୁରୀ ଜିଲ୍ଲା ସୁଆଣ୍ଡୋ ଗ୍ରାମରେ ଜନ୍ମ ନେଇଥିଲେ ଓଡିଶା ମାଟିର ଏହି ବରପୁତ୍ର । ୧୮୭୭ ମସିହା ଆଜିର ଦିନରେ ମାତା ସ୍ଵର୍ଣ୍ଣମୟୀ ଦେବୀ ଓ ବାପା ଦୈତାରୀ ଦାସଙ୍କ କୋଳମଣ୍ଡନ କରିଥିଲେ । ନିଜ ଜୀବନର ପ୍ରତିଟି ରକ୍ତ ବିନ୍ଦୁକୁ ସାଧାରଣ ଲୋକଙ୍କ ସେବାରେ ସମର୍ପିତ କରିଦେଇଥିଲେ । ଦୀନ ଦରିଦ୍ରଙ୍କ ବେଦନା, ଅସହାୟଙ୍କ ଯନ୍ତ୍ରଣା ତାଙ୍କୁ ଏତେ ବିବ୍ରତ କରୁଥିଲା ଯେ ସେମାନଙ୍କ କଥା ବୁଝିବା ବେଳେ ନିଜ ପରିବାରକୁ ବି ପଛରେ ପକାଇ ଦେଉଥିଲେ । ଏମିତିକି ନିଜ ଜନ୍ମ କଲା ପୁଅକୁ ଭୀଷଣ ଜ୍ବରରେ କଂପୁଥିବା ବେଳେ ତାକୁ ହେୟଜ୍ଞାନ କରି ହଇଜା ମହାମାରୀ ସମୟରେ ଲୋକଙ୍କ ସେବା କରିବାକୁ ବାହାରି ପଡ଼ିଥିଲେ ଏହି ମହାନ ପୁରୁଷ । ସତରେ ସେ ଥିଲେ ଜଣେ ବରପୁତ୍ର ନଚେତ ଜଣେ ସାଧାରଣ ମଣିଷ କ୍ଷେତ୍ରରେ ଏହା ଭାବିବା ବି ବୋଧ ହୁଏ ଅସମ୍ଭବ । ତେବେ ଆସନ୍ତୁ ଏହି ସୁଯୋଗ୍ୟ ବରପୁତ୍ରଙ୍କ ବିଷୟରେ କିଛି ଅଜଣା କଥା ଆଜି ଜାଣିରଖିବା ।

୧. ଉତ୍କଳର ଏହି ମଉଡ ମଣିଙ୍କୁ ଓଡ଼ିଶାର ଗାନ୍ଧୀ ଭାବରେ ଜଣାଯାଏ । ମହାତ୍ମା ଗାନ୍ଧୀଙ୍କ ପରି ଅହିଂସାର ପଥର ଯାତ୍ରୀ ଥିଲେ ସେ । ଖାଲି ଯେ ସେବା କ୍ଷେତ୍ରରେ ତାହା ନୁହେଁ ଓଡ଼ିଆ ସାମ୍ବାଦିକତା, ଭାଷା ସାହିତ୍ୟର ଉନ୍ନତି କ୍ଷେତ୍ରରେ ତାଙ୍କ ଅବଦାନ ଥିଲା ଅତୁଳନୀୟ ।

୨. ସମସ୍ତେ ଜାଣନ୍ତି ୧୯୩୬ ମସିହା ଏପ୍ରିଲ ପହିଲାରେ ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବରେ ଓଡିଶାକୁ ମାନ୍ୟତା ମିଳିଥିଲା । ଆଉ ଏହି କ୍ଷେତ୍ରରେ ତାଙ୍କ ଅବଦାନ ଥିଲା ଅତୁଳନୀୟ । କିନ୍ତୁ ଦୁଃଖର ବିଷୟ ଏହି ଦିନ ଦେଖିବାକୁ ଜୀବିତ ନଥିଲେ ସେ ।

୩. “ତୁଳସୀ ଦୁଇ ପତ୍ରରୁ ବାସିବା” ପରି ଗୋପବନ୍ଧୁଙ୍କ ପ୍ରତିଭା ପିଲାଟି ଦିନରୁ ହିଁ ଜଣା ପଡିଯାଇଥିଲା । କଟକ ସ୍ଥିତ ରେଭେନ୍ଶ କଲେଜ ପଢ଼ୁଥିବା ସମୟରେ ବି ନିଜେ ସାଧାରଣ ଲୋକଙ୍କ ସେବା କରିବା ସହିତ ସାଙ୍ଗସାଥି ମାନଙ୍କୁ ବି ଏନେଇ ପ୍ରାତ୍ସାହିତ କରୁଥିଲେ । ଆଉ ଏଥିପାଇଁ ବିଏ ପରୀକ୍ଷାରେ ତାଙ୍କୁ ଫେଲ ହେବାକୁ ବି ପଡିଥିଲା ।

୪. କଲିକତା ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ପୁରୀରେ କିଛି ଦିନ ପାଇଁ ଓକିଲ ଭାବରେ ବୃତ୍ତି ଆରମ୍ଭ କରିଥିଲେ । କିନ୍ତୁ ପରେ ଏହି ବୃତ୍ତିରୁ ଅବ୍ୟାହତି ନେଇ ନିଜକୁ ସମ୍ପୂର୍ଣ୍ଣ ରୂପେ ସେବା କ୍ଷେତ୍ରରେ ନିୟୋଜିତ ରଖିଥିଲେ ।

୫. କଲିକତାରେ ରହଣି ସମୟରେ ସେ “ବନ୍ଦେ ମାତରମ” ନାମକ ଏକ ସଂଗଠନ ସଂସ୍ପର୍ଶରେ ଆସିଥିଲେ । ଆଉ ତାଙ୍କରି ଚେଷ୍ଟାରେ ହିଁ ୧୯୨୧ ମସିହାରେ ପ୍ରଥମ ଥର ପାଇଁ ଓଡିଶା ଆସିଥିଲେ ମହାତ୍ମା ଗାନ୍ଧୀ । ଖୁବ କମ ଲୋକ ହୁଏତ ଜାଣିଥିବେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ତାଙ୍କୁ “ଓଡ଼ିଶାର ଜାତୀୟ ଆନ୍ଦୋଳନର ଜନକ” ଭାବରେ ନାମିତ କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.