ଭଗବାନ ରାମଙ୍କ ବିଶ୍ରାମ ଓ ଭୋଳାନାଥଙ୍କ ନୃତ୍ୟର ମୂକସାକ୍ଷୀ ଏହି ପର୍ବତ

ଉତ୍ତର ପ୍ରଦେଶର ମହବା ଠାରେ ସ୍ଥିତ ଏକ ମନ୍ଦିର । କାନପୁର ସହର ନିକଟବର୍ତ୍ତୀ ଏହି ମନ୍ଦିରଟି ଗୋରଖ ଗିରି ପର୍ବତ ଉପରେ ଅବସ୍ଥିତ । ପ୍ରକୃତରେ ଏହା ମହାକାଳ ଶିବଙ୍କ ମନ୍ଦିର ହୋଇଥିଲେ ମଧ୍ୟ ଏହା ପ୍ରଭୁ ଶ୍ରୀରାମ, ଭାଇ ଲକ୍ଷ୍ମଣ, ଓ ଦେବୀ ସୀତା ଙ୍କର ସ୍ପର୍ଶ ତ୍ରେତୟା ପାଇଥିବା ବିଶ୍ୱାସ କରାଯାଏ । ମହାଦେବ ଶିବ ଏଠାରେ ନୃତ୍ୟ କରିଥିଲେ । ଏଠାକାର ଲୋକଙ୍କର ଗୋରଖଗିରି ପର୍ବତ ଉପରେ ଅଗାଢ ବିଶ୍ୱାସ ଅଛି । କୁହାଯାଏ କି ତ୍ରେତୟା ଯୁଗରେ ନିଜ ବନବାସ କାଳରେ ପ୍ରଭୁ ଶ୍ରୀରାମ ନିଜ ପତ୍ନୀ ଓ ଭାଇଙ୍କ ସହ ଏହି ପର୍ବତ ଉପରେ କିଛି ସମୟ ଅତିବାହିତ କରି ଏହାର ଭୂମିକୁ ପବିତ୍ର କରିଥିଲେ । ୧୧୦୦ ଖ୍ରୀଷ୍ଟାବ୍ଦରେ ଯେତେବେଳେ ଚଣ୍ଡେଲା ବଂଶର ରାଜା ମାନଙ୍କୁ ଏସମ୍ପର୍କରେ ଜଣା ପଡିଥିଲା ସେ ଗୋରଖଗିରି ପର୍ବତର ତଳେ ଏକ ମହାକାଳ ରୂପୀ ଶିବଙ୍କର ଏକ ସିଦ୍ଧ ପ୍ରତିମା ସ୍ଥାପନ କରିଥିଲେ ।

ଏହି ଶିବ ମନ୍ଦିର ଉପରେ ଲୋକଙ୍କର ଅଗାଢ ବିଶ୍ୱାସ ରହିଅଛି । କାରଣ ଏହାକୁ ପ୍ରଭୁ ଶ୍ରୀରାମ,ମାତା ସୀତା ଓ ଲକ୍ଷ୍ମଣ ସମେତ ସ୍ୱୟଂ ମହାଦେବଙ୍କର ସାନିଧ୍ୟ ପାଇଥିଲା । ଐତିହାସିକ ମାନଙ୍କ ଅନୁଯାୟୀ ଭଗବାନ ଶିବ ଗଜାତଙ୍କ ନାମକ ଏକ ଅସୁରର ବଦ୍ଧ କରିବା ପରେ ହିଁ ଏଠାରେ ନୃତ୍ୟ କରିଥିଲେ । ଏହାକୁ ଶିବ ତାଣ୍ଡବ କୁହାଯାଏ । ଏହା ଉପରେ ହିଁ  ଚଣ୍ଡେଲା ଶାସକ ଗୋରଖଗିରି ପର୍ବତର ଉତ୍ତର ପଟେ ଥିବା ଥିବା ଏକ ପଥର ଉପରେ ମହାକାଳ ରୂପରେ ଶିବଙ୍କର ଦଶ ଭୁଜ ବିଶିଷ୍ଟ ଏକ ପ୍ରତିମାର ସ୍ଥାପନ କରିଥିଲେ । ଏହି ମୂର୍ତ୍ତି ଉତ୍ତର ଭାରତର କେତେ ଗୁଡିଏ ଐତିହ୍ୟ ମଧ୍ୟରେ ଏକ ବିଶେଷତା ବହନ କରେ ।

ଏହା ସହ ପଢ଼ନ୍ତୁ:

ଜଣେ ରାଣୀ ଓ ରାଜାଙ୍କ ଅସୀମ ପ୍ରେମର ପ୍ରତୀକ ଛତିଶ ଗଡ଼ର ଏହି ମନ୍ଦିର, ଜାଣନ୍ତୁ ଏହା ପଛର କାହାଣୀ

କର୍ମପୁରାଣରେ ମଧ୍ୟ ଏସମ୍ପର୍କରେ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି । ଐତିହାସିକ ମାନଙ୍କ ଅନୁଯାୟୀ ଏମିତି ମୂର୍ତ୍ତି ଦକ୍ଷିଣ ଭାରତର ଏଲୋରା ଗୁମ୍ଫା, ହେଲବିକା ଓ ଦାରା ପୁରାଣରେ ବି ଅଛି । ମାନ୍ୟତା ଅଛି ମନ୍ଦିରରେ ମଥା ପାତି କିଛି ବି ଯାଚନା କଲେ ପ୍ରଭୁ ନିଶ୍ଚିତ ରୂପେ ମନୋସ୍କାମନା ପୂର୍ଣ୍ଣ କରିଥାନ୍ତି । ସହର ଠାରୁ ପ୍ରାୟ ସାଢେ ୩ କିମି ଦୂରରେ ଅବସ୍ଥିତ ଏହି ସ୍ଥାନରେ ଶିବ ରାତ୍ରି,ମକର ସଂକ୍ରାନ୍ତି ସମେତ ଶ୍ରାବଣ ମାସରେ ଏଠାରେ ବହୁ ଭକ୍ତଙ୍କ ଭିଡ ଜମିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.