ଏନକାଉଣ୍ଟର ସମୟରେ ପିସ୍ତଲରୁ ବାହାରିଲାନି ଗୁଳି, ଏହା ପରେ ଯାହା କଲେ ପୋଲିସକର୍ମୀ ହୋଇଗଲା ଭାଇରାଲ୍

କେହି ହିରୋ ହୋଇ ଅପରାଧୀକୁ ଧରିଲା ତ କେହି ବଲିଉଡ୍ ଷ୍ଟାଇଲରେ ଜାଲ ବିଛାଇ ଧରିଲା ଅପରାଧୀକୁ । ଆଉ କେହି ଗୁଳି ମାରି କଲା ଘାଇଲା । ଏନକାଉଂଟରକୁ ଏମିତି ଅନେକ ଖବର ଆପଣ ପଢିଥିବେ । କିନ୍ତୁ ଆଜି ଆମେ ଏମିତି ଏକ ଏନକାଉଂଟର କାହାଣୀ କହିବୁ ଯାହା ଆପଣ ନା କେବେ ପଢିଥିବେ ନା କେବେ ଶୁଣିଥିବେ । ଏନକାଉଣ୍ଟର ସମୟରେ ପୋଲିସକର୍ମୀଙ୍କ ଉପସ୍ଥିତ ବୁଦ୍ଧି ଆପଣଙ୍କ କଳ୍ପନା ବାହାରେ । ଏନକାଉଣ୍ଟର କରିବାକୁ ଯାଇଥିବା ପୁଲିସକର୍ମୀଙ୍କ ପିସ୍ତଲରୁ ଗୁଳି ବାହାରିନଥିଲା । ଆଉ ଚୋରକୁ ଧରିବା ପାଇଁ ସେ ଯେଉଁ ବାଟ ଆପଣାଇଥିଲେ ତାହା ପାଲଟିଗଲା ସୋସିଆଲ୍ ମିଡିଆର ଭାଇରାଲ୍ ଭିଡିଓ ।

ଉତ୍ତରପ୍ରଦେଶରେ ଥିବା ସମ୍ଭଲ ଜିଲ୍ଲାର । ସୂଚନା ମୁତାବକ, ଗତ ୧୨ ତାରିଖ ରାତିରେ ଗାଡି ଚେକ୍ କରୁଥିଲା ପୋଲିସ୍ । ଏହି ସମୟରେ ଦୁଇ ଜଣ ବାଇକରେ ବସି ଆସିଲେ । ଆଉ ପୋଲିସ୍ ସେମାନଙ୍କୁ ଅଟକାଇବା ସମୟରେ ବାରିୟର୍ ଭାଙ୍ଗି ଖସି ପଳାଇବାକୁ ଲାଗିଲେ। ତେବେ ପୋଲିସ୍ ପିଛା କରିବାରୁ ଉଭୟ ଆଖୁ କ୍ଷେତ ମଧ୍ୟରେ ଲୁଚି ଯାଇଥିଲେ । ଆଉ ଉଭୟଙ୍କୁ ଧରିବା ପାଇଁ ଏନାକାଉଂଟର୍ ଆରମ୍ଭ କରିଥିଲା ପୋଲିସ୍ ।

ସେମାନଙ୍କୁ ଡ଼ରାଇବା ପାଇଁ ମନୋଜ୍ କୁମାର ଏବଂ ବଳରାମ୍ ନାମକ ଦୁଇ ଜଣ ପୋଲିସକର୍ମୀ ନିଜ ପିସ୍ତଲ ବାହାର କରି ଗୁଳି ମାରିବାକୁ ପ୍ରସ୍ତୁତ ହୋଇଥିଲେ । କିନ୍ତୁ ଠିକ୍ ଗୁଳି ବାହାରି ନଥିଲା । ତେବେ ନିଜର ଉପସ୍ଥିତ ବୁଦ୍ଧି ଖଟାଇ ଉଭୟ ଗୁଳି ଫୁଟିବା ପରେ ଯେଉଁ ଭଳି ଠାଂୟ ଠାଂୟ ଶବ୍ଦ ହୁଏ, ସେଭଳି ଶବ୍ଦ ବାହାର କରିବାକୁ ଲାଗିଥିଲେ ।

ପୋଲସକର୍ମୀ ଭାଗୋ ଭାଗୋ କହିବା ସହ ଗୁଳିର ଶବ୍ଦ ଭଳି ଠାଂୟ ଠାଂୟ କହୁଥିବାର ଭିଡିଓରେ ଦେଖିବାକୁ ମିଳିଛି । ଏହି ଭିଡ଼ିଓଟି Uttar Pradesh. Org newsର ଟ୍ଵିଟର ଆକାଉଣ୍ଟରେ ପୋଷ୍ଟ କରାଯାଇଛି । ଭିଡ଼ିଓଟି ଭାଇରାଲ ହେବା ପରେ ପୁଲିସକର୍ମୀଙ୍କ ଉପସ୍ଥିତ ବୁଦ୍ଧିକୁ ସମସ୍ତେ ପ୍ରଶଂସା କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.