ସ୍ପେଶାଲ

KISS DAY: ଆଜି ପରସ୍ପରକୁ ଚୁମ୍ବନ ଦେଇ ନିଜ ପ୍ରେମର ଗଭୀରତା ପ୍ରକାଶ କରିବେ ପ୍ରେମୀଯୁଗଳ

ଆଜି ଭାଲେଣ୍ଟାଇନ୍‌ ସପ୍ତାହର ସପ୍ତମ ଦିନ। ଆଜିର ଦିନକୁ ପ୍ରେମୀ ଯୁଗଳ କିସ୍‌ ଡେ’ବା ଚୁମ୍ବନ ଦିବସ ଭାବେ ପାଳନ କରିଥାନ୍ତି। ଏହି ଦିନ ପ୍ରେମୀଯୁଗଳ ପରସ୍ପରକୁ କିସ୍‌ କରି ନିଜ ଭାବନା ଦର୍ଶାଇଥା’ନ୍ତି। ସପ୍ତାହେ ବ୍ୟାପୀ ଚାଲିଥିବା ପ୍ରେମ ସପ୍ତାହର ଶେଷ ଦିନ ବା ଭାଲେଣ୍ଟାଇନ୍‌ ଦିନ ପୂର୍ବରୁ ଫେବ୍ରୁଆରୀ ୧୩ ତାରିଖରେ ପାଳିତ ହୋଇଥାଏ କିସ୍‌ ଡେ’। ଆଜିର ଦିନରେ ପ୍ରେମୀମାନେ ଚୁମ୍ବନ ଦେଇ ନିଜ ପ୍ରେମର ଗଭୀରତାକୁ ସାଥୀଙ୍କ ସାମ୍ନାରେ ପରିପ୍ରକାଶ କରିଥାନ୍ତି। ତେବେ କିସ୍‌ କରିବାର କେତେକ ଶାରୀରିକ ଲାଭ ମଧ୍ୟ ରହିଛି। ଆସନ୍ତୁ ଜାଣିବା ଚୁମ୍ବନ ଦ୍ୱାରା ମିଳୁଥିବା ଫାଇଦା ସମ୍ପର୍କରେ …

  • ସାରା ଦିନର ଚିନ୍ତା ଓ ଥକାପଣ କମ୍‌ କରିବାରେ ନିଜ ପ୍ରିୟ ଲୋକର ଏକ ପ୍ରେମଭରା ଚୁମ୍ବନ ହିଁ ଯଥେଷ୍ଟ। କିସ୍‌ କରିବା ଦ୍ୱାରା ଶରୀରରେ କୋର୍ଟିଜୋଲର ସ୍ତର କମ୍‌ ହୋଇଥାଏ। ଏହା ଦ୍ୱାରା ଚିନ୍ତା ଦୂର ହୋଇଥାଏ।
  • କିସ୍‌ କରିବା ବେଳେ ୩୪ ଫେସିଆଲ ମାଂସପେଶୀ ଓ ଶରୀରର ୧୧୨ ପୋଶ୍ଚରାଲ ମାଂସପେଶୀ ବ୍ୟବହୃତ ହୋଇଥାଏ। କିସ୍‌ କରିବା ଦ୍ୱାରା ମାଂସପେଶୀ ଟାଇଟ୍‌ ଓ ଟୋନ୍‌ଡ ରହେ। ଫଳରେ ଦୀର୍ଘଦିନ ପର୍ଯ୍ୟନ୍ତ ଯୁବାବସ୍ଥା ବଜାୟ ରହେ।
  • କିସ୍‌ କରିବା ଦ୍ୱାରା ମହିଳାଙ୍କ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧିପାଏ। ଏହା ମହିଳାଙ୍କୁ ସାଇଟୋମେଗାଲୋ ଭାଇରସ୍‌ରୁ ରକ୍ଷା କରେ। ଏହି ଭାଇରସ୍‌ ଗର୍ଭାବସ୍ଥାରେ ଶିଶୁଙ୍କୁ ଅନ୍ଧ କରିଥାଏ।
  • ଶରୀରରୁ କ୍ୟାଲୋରୀ କମ୍‌ କରିବାରେ କିସ୍‌ ସାହାଯ୍ୟ କରେ। ପ୍ରାୟ ୧ ମିନିଟ୍‌ କିସ୍‌ କଲେ ୨ରୁ ୩ କ୍ୟାଲୋରୀ ବର୍ଣ୍ଣ ହୋଇଥାଏ। କେବଳ ଏତିକି ନୁହେଁ, କିସ୍‌ ଦ୍ୱାରା ଶରୀରର ମେଟାବଲିକ୍‌ ରେଟ୍‌ ବି ବଢ଼େ।
  • କିସ୍‌ କରିବା ଦ୍ୱାରା ଶରୀରରୁ ଆଡ୍ରେନାଲିନ୍‌ ନାମକ ହରମୋନ୍‌ କ୍ଷରିତ ହୋଇଥାଏ। ଏହି ହରମୋନ୍‌ ହାର୍ଟ ପାଇଁ ଲାଭଦାୟକ ହୋଇଥାଏ। ଶରୀରରେ ରକ୍ତ ସଞ୍ଚାଳନ ଲାଗି ହାର୍ଟକୁ ପମ୍ପ କରିବାରେ ଏହି ହରମୋନ୍‌ ସାହାଯ୍ୟ କରେ। ଏହା ବ୍ଲଡ ପ୍ରେସରକୁ କମ୍‌ କରିବା ସହ ରକ୍ତ ସଞ୍ଚାଳନକୁ ତ୍ୱରାନ୍ଵିତ କରିଥାଏ।
WCW 11

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

25 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

27 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

2 hours ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago