ପ୍ରେମ ସପ୍ତାହ ଆରମ୍ଭ, ପ୍ରେମୀ ଯୁଗଳଙ୍କ ପାଇଁ ସପ୍ତାହର ରହିଛି ଅଧିକ ଗୁରୁତ୍ୱ

ଆଜିଠାରୁ ଆରମ୍ଭ ହୋଇଯାଇଛି ଭାଲେଣ୍ଟାଇନ ୱିକ ବା ପ୍ରେମର ସପ୍ତାହ । କୁହାଯାଏ ପ୍ରେମ ନିସ୍ୱାର୍ଥ ଆଉ ଶାଶ୍ୱତ। ପ୍ରେମ ପୂର୍ବରୁ ଥିଲା, ଏବେ ବି ଅଛି ଆଉ ଆଗକୁ ହିଁ ରହିବ। ଆଉ ଏହି ପ୍ରେମକୁ ପରିପ୍ରକାଶ କରିବା ପାଇଁ ପ୍ରତିବର୍ଷ ଫେବୃଆରୀ ୭ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ପ୍ରେମ ଦିବସର ବିଭିନ୍ନ ଦିନ ପାଳନ କରାଯାଏ। ୭ ଫେବୃୟାରୀରୁ ରୋଜ ଡେରୁ ଆରମ୍ଭ ହେଉଥିବା ବେଳେ ୧୪ ଫେବୃୟାରୀରେ ଭାଲେଣ୍ଟାଇନ ଡେରେ ଏହା ଶେଷ ହୋଇଥାଏ ।

ଅଲଗା ଅଲଗା ଦିନରେ ବିଭିନ୍ନ ପ୍ରକାର ଭାବନାକୁ ବ୍ୟକ୍ତି କରିଥାନ୍ତି ପ୍ରେମୀ ଯୁଗଳ। ପ୍ରେମ ସପ୍ତାହର ପ୍ରଥମ ଦିନଟି ରୋଜ ଡେ ବା ଗୋଲାପ ଦିବସ ଭାବେ ପାଳନ କରାଯାଏ। ବିଭିନ୍ନ ରଙ୍ଗର ଗୋଲାପକୁ ପ୍ରେମୀ ଯୁଗଳ ଦେଇ ନିଜର ଭାବନାକୁ ପ୍ରକାଶ କରନ୍ତି।

ଭାଲେଣ୍ଟାଇନ୍ ସପ୍ତାହକୁ ଧୁମଧାମରେ ପାଳନ କରିବା ପାଇଁ ଆରମ୍ଭ ହୋଇଛି ଜୋରଦାର ପ୍ରସ୍ତୁତି । ଗୋଲାପ ଦର ବଜାରରେ ଗୋଟେ ପିଛା ୩୦ ଟଙ୍କା ରୁ ଉର୍ଦ୍ଧ୍ୱ ରହିଥିବା ବେଳେ ବିଭିନ୍ନ ପାର୍କ, ମାର୍କେଟ୍ ଓ କଲେଜ ପରିସରରେ ପ୍ରେମୀ ଯୁଗଳଙ୍କ ମେଳି ଜମିଲାଣି । କିଏ ଗିଫ୍ଟ ଓ କାର୍ଡରେ କାମ ଚଳାଇ ଦେବାକୁ ଯୋଜନା କରୁଛନ୍ତି ତ ଆଉ କିଏ ସରପ୍ରାଇଜ୍ ଦେବା ପାଇଁ ପ୍ଲାନିଂ କରୁଛନ୍ତି । କରୋନାରେ ଏବର୍ଷ ଟିକେ ଫିକା ପଡିପାରେ। ତଥାପି ବେଶ୍ ଧୁମଧାମରେ ପାଳନ କରିବାକୁ ଯୋଜନା କରୁଛନ୍ତି ଯୁବପିଢ଼ି ।

ଭାଲେଣ୍ଟାଇନ ସପ୍ତାହ ଆରମ୍ଭ ହୋଇଗଲାଣି। ଏହି ସାତ ଦିନକୁ ଭିନ୍ନ ଭିନ୍ନ ରୂପରେ ପ୍ରେମୀଯୁଗଳ ପାଳନ କରନ୍ତି। ଏହି ଦିନରେ ପ୍ରେମୀ ଯୁଗଳ ନିଜ ସମ୍ପର୍କକୁ ମଜବୁତ କରିବା ପାଇଁ ଉପହାର ଦିଆନିଆ କରନ୍ତି।ଏହି ୭ ଦିନ ମଧ୍ୟରେ ପ୍ରେମିକ-ପ୍ରେମିକା ପରସ୍ପରକୁ ଗିଫ୍ଟ ଦେଇଥାନ୍ତି । ତେବେ ଗିଫ୍ଟ ଦେଉଥିଲେ କିଭଳି ଶସ୍ତା ଓ ଭଲ ଗିଫ୍ଟ ମିଳିପାରିବ ତାହା ସମସ୍ତଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ରହିଥାଏ । ତେବେ ଆପଣ ନିଜର ମନର ସାଥିକୁ ଉପହାର ଦେବା ପାଇଁ ଅନଲାଇନ ସାଇଟ୍‌କୁ ଯାଇ ଚେକ୍‌ କରି କିଛି ସ୍ୱତନ୍ତ୍ର ଗିଫ୍ଟ ମଧ୍ୟ ଦେଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.