ପ୍ରେମ ସପ୍ତାହ Full List : Rose dayରୁ kiss day ପର୍ଯ୍ୟନ୍ତ ଜାଣନ୍ତୁ କେଉଁ ଦିନରେ କଣ ଅଛି

ଆସିଗଲା ପ୍ରେମ ସପ୍ତାହ। ଗୋଟିଏ ସପ୍ତାହ ପୂର୍ବରୁ ପାଳନ ହୁଏ ପ୍ରେମ ସପ୍ତାହ। ୧୪ ଫେବୃଆରୀ ହେଉଛି ଭାଲେଣ୍ଟାଇନ୍ସ ଡେ,ଏହି ଦିନକୁ ପ୍ରେମର ଦିନ ବୋଲି କୁହାଯାଏ। ଏହି ଦିନରେ ସବୁ ପ୍ରେମୀ ଯୋଡି ମାନେ ନିଜର ପ୍ରେମକୁ ପରିପ୍ରକାଶ କରନ୍ତି। ‘ଭାଲେଣ୍ଟାଇନ୍ସ ଡେ’ କୁ କେବଳ ଗୋଟିଏ ଦିନରେ ପାଳନ୍ତି ନାହିଁ ବରଂ ପୂରା ସପ୍ତାହ ଯାକ ପାଳିଥାନ୍ତି ପ୍ରେମୀ ଯୋଡିମାନେ।
ଏହି ସପ୍ତାହ ଯାକରେ ପ୍ରେମୀମାନେ ତାଙ୍କର ପ୍ରେମକୁ ସାଥିକୁ ଦେଖାଇବା ପାଇଁ ଅଲଗା ଅଲଗା ଉପାୟ ଆପଣେଇଥାନ୍ତି। ଆସନ୍ତୁ ଜାଣିବା ଭାଲେଣ୍ଟାଇନ୍ସ ଡେର କଣ ମହତ୍ତ୍ବଏବଂ ଅର୍ଥ। ଏବଂ ଜାଣିବା କିପରି ଭାବରେ ଏହାକୁ ସେଲିବ୍ରେଟ କରାଯାଏ। ଭାଲେଣ୍ଟାଇନ୍ସ ୱିକର ଆରମ୍ଭ ୭ ଫେବୃଆରୀରୁ ରୋଜ୍ ଡେ ସହିତ ଏହି ସପ୍ତାହ କିସ୍ ଡେ ପର୍ଯ୍ୟନ୍ତ ଶେଷ ହୋଇଥାଏ। ତେବେ କିଛି ପ୍ରେମ ଯୋଡି ଥାଆନ୍ତି ଯେଉଁମାନେ ବ୍ୟସ୍ତତା ଭିତରେ ଏହି ସବୁ ଡେକୁ ଭୁଲିଯାଆନ୍ତି। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ପୂରା ଭାଲେଣ୍ଟାଇନ୍ସ ସପ୍ତାହର ସୂଚନା।
୭ ଫେବୃଆରୀ – Rose Day
ପ୍ରେମର ପ୍ରଥମ ଦିନର ଆରମ୍ଭ ଏକ ସୁନ୍ଦର ଗୋଲାପ ସହିତ କରନ୍ତୁ। ଏହି ଦିନ ପ୍ରେମ ସପ୍ତାହର ପ୍ରଥମ ଦିନ। ସବୁ ପ୍ରେମ ଯୁଗଳ ନିଜ ସାଥି ମାନଙ୍କୁ ଗୋଳାପ ଫୁଲ ଦେଇ ନିଜର ପ୍ରେମ ନିବେଦନ କରିଥାନ୍ତି।
୮ ଫେବୃଆରୀ – Propose Day
ଏହା ପ୍ରେମ ସପ୍ତାହର ଦ୍ବିତୀୟ ଦିନ। ଏହି ଦିନରେ ସମସ୍ତେ ନିଜର ସାଥିଙ୍କୁ ବହୁତ ସ୍ବତନ୍ତ୍ର ଉପାୟରେ ପ୍ରେମ ନିବେଦନ କରନ୍ତି। ଏହି ଦିନରେ ଯଦି ଆପଣ କାହାକୁ ପ୍ରପୋଜ୍ କରିବାକୁ ଚାହୁଁଛନ୍ତି,ତାହେଲେ ଏହି ଦିନରେ କରନ୍ତୁ।
୯ ଫେବୃଆରୀ – Chocolate Day
ଏହା ପ୍ରେମ ୱିକ୍ ର ତ୍ରୁତୀୟ ଦିନ। ଏହି ଦିନ କିଛି ମିଠା ହେଇଯାଉ। ଏହି ଦିନକୁ ସବୁ ବୟସର ଲୋକ ସେଲିବ୍ରେଟ କରିଥାନ୍ତି ଏବଂ ଚକୋଲେଟ ଖୁଆଇଥାନ୍ତି। ପ୍ରେମ ନିବେଦନ ମଧ୍ୟ କରିଥାନ୍ତି।
୧୦ ଫେବୃଆରୀ – Teddy Day
ଏହି ଦିନରେ ପ୍ରେମୀ ଯୋଡିମାନେ ନିଜ ସାଥୀଙ୍କୁ ସ୍ନେହରେ ଟେଡି ଗିଫ୍ଟ କରିଥାନ୍ତି। ଟେଡି ଏକ ଏମିତି ଖେଳଣା ଅଟେ, ଯାହାକୁ ସ୍ବତନ୍ତ୍ର ଭାବରେ ଝିଅମାନେ ଅଧିକ ପସନ୍ଦ କରିଥାନ୍ତି।
୧୧ ଫେବୃଆରୀ – Promise Day
ଏହି ଦିନ ଏକ ଏମିତି ଦିନ ହୋଇଥାଏ ଯେଉଁଦିନ ପ୍ରେମୀ ମାନେ ତାଙ୍କ ସାଥିକୁ ପ୍ରମିଜ୍ କରିଥାନ୍ତି।
୧୨ ଫେବୃଆରୀ – Hug Day
ଏହା ଭାଲେଣ୍ଟାଇନ୍ସ ସପ୍ତାହର ଛଅ ଦିନ ହୋଇଥାଏ। ଏହି ଦିନରେ ସବୁ ପ୍ରେମୀ ଯୋଡିମାନେ ନିଜ ସାଥିଙ୍କୁ ହଗ୍ କରିଥାନ୍ତି ଏବଂ ତାଙ୍କୁ କିଛି ଖାସ୍ ଅନୁଭବ କରାଇଥାନ୍ତି।
୧୩ ଫେବୃଆରୀ – Kiss Day
ଏହି ଦିନକୁ ଭାଲେଣ୍ଟାଇନ୍ସ ସପ୍ତାହର ସବୁଠାରୁ ସୁନ୍ଦର ଏବଂ ରୋମାଣ୍ଟିକ ଡେ ବୋଲି କୁହାଯାଏ। ସବୁ ପ୍ରେମୀ ମାନେ ଏହି ଦିନକୁ ସବୁଦିନ ପାଇଁ ମନେ ରଖିବା ପାଇଁ ବହୁତ ଚେଷ୍ଟା କରିଥାନ୍ତି।
୧୪ ଫେବୃଆରୀ – Valentine Day
ଭାଲେଣ୍ଟାଇନ୍ସ ଡେ ସବୁ ବର୍ଷ ୧୪ ଫେବୃଆରୀକୁ ହିଁ ସେଲିବ୍ରେଟ କରାଯାଇଥାଏ। ଏହି ଦିନ ସବୁ ପ୍ରେମୀ ଯୋଡିଙ୍କ ପାଇଁ ସ୍ବତନ୍ତ୍ର ଦିନ ଅଟେ। ଏହି ଦିନର ଅପେକ୍ଷା ସେମାନେ ପୂରା ବର୍ଷ ଯାଏ କରିଥାନ୍ତି। ଯାହା ଦ୍ବାରା ସେମାନେ ନିଜ ସାଥିଙ୍କୁ ବହୁତ ସ୍ପେଶାଲ କରାଇପାରିବେ।