ସ୍ପେଶାଲ

ସଂପର୍କରେ ମଧୁରତା ଆଣିଥାଏ ଚକୋଲେଟ, ଜୀବନ ସାଥିକୁ ଦିଅନ୍ତୁ ମିଠାର ସ୍ୱାଦ

ଆଜି ପ୍ରେମ ସପ୍ତାହର ତୃତୀୟ ଦିନ ଅର୍ଥାତ୍‌ ଚକୋଲେଟ ଡେ । ପ୍ରେମ ହେଉଛି ଏମିତି ଅନୁଭୂତି ଯାହା ସାରା ଜୀବନ ମନର କୋଣରେ ଲାଖି ରହେ । ଆଜିର ଦିନର ନିଜ ମନ ପସନ୍ଦର ସାଥୀଙ୍କୁ ପ୍ରିୟ ଚକୋଲେଟ ଦେଇ ମନ କଥା କୁହନ୍ତୁ। ଗତକାଲି ପ୍ରପୋଜ ଡେ’ ଶେଷ ହୋଇଥିଲାବେଳେ ଆଜି ଚକୋଲେଟ୍ ଡେ’ । ମନର ମଣିଷକୁ ଚକୋଲେଟ୍ ଦେଇ ମନ କଥା କହିବେ ପ୍ରେମୀଯୁଗଳ ।

ନିଜ ମନର ସାଥୀକୁ ଚକୋଲେଟ୍ ଦେଇ ଅଭିନନ୍ଦନ ଜଣାଇବା ପାଇଁ ବେଶ ଉତ୍ସାହର ସହ ଚାହିଁବସିଛନ୍ତି ଯୁବପିଢ଼ି । ପ୍ରେମ ସପ୍ତାହରେ ନିଜ ପ୍ରେମୀକୁ ମିଠା ମିଠା ଫ୍ଲେଭର୍ ଦେବାକୁ କେହି ସୁଯୋଗକୁ ହାତଛଡ଼ା କରିବେନି । ସେଥିପାଇଁ ଅନେକ ପ୍ରେମୀଯୁଗଳ ଅନେକ ଦୋକାନ ଦୋକାନ ବୁଲି ଚକୋଲେଟ୍ କିଣୁଛନ୍ତି ।

ଛୋଟ ଠାରୁ ବଡ ସମସ୍ତେ ଚକୋଲେଟ ଖାଇବାକୁ ବେଶ୍‌ ପସନ୍ଦ କରିଥାନ୍ତି । ବଜାରରେ ମଧ୍ୟ ଭିନ୍ନ ଭିନ୍ନ ପ୍ରକାର କମ୍ପାନୀ ଏବଂ ଭିନ୍ନ ଭିନ୍ନ ସ୍ୱାଦର ଚକୋଳେଟ ମିଳିଥାଏ। ଚକୋଲେଟ୍‌ ଖାଇବାକୁ କେବଳ ସ୍ୱାଦିଷ୍ଟ ନୁହେଁ ବରଂ ଶରୀର ପାଇଁ ଫାଇଦା ଦେଇଥାଏ । ଆପଣଙ୍କୁ ମଧ୍ୟ ପ୍ରତିଦିନ ଚକୋଲେଟ୍‌ ଖାଇବା ପସନ୍ଦ ନିଶ୍ଚିତ ଥିବ। କିଟ୍‌କାଟ୍‌, ମଞ୍ଚ୍, ପର୍କ, ଅମୁଲ୍ ଡାର୍କ ଚକୋଲେଟ୍, ମିଲ୍କ୍ ଚକୋଲେଟ୍, ସେଲିବ୍ରେସନ୍, ଡାଏରି ମିଲ୍କର ବିଭିନ୍ନ ଫ୍ଲେଭର ଥିବା ଚକୋଲେଟ୍ ସବୁ ଖୋଜିଥିଲେ ।

ତେଣୁ ଆଜିର ଦିନରେ ବିଭିନ୍ନ ଫ୍ଲେଭରର ଚକୋଲେଟ ଦେଇ ସାଥୀ ମନକୁ କିଣି ନିଅନ୍ତୁ। ଆଉ ମନ ଭିତରେ ଯେତେ ବି ମାନ ଓ ଅଭିମାନ ରହିଛି ସବୁ କିଛି ଏହି ମଉକାରେ ଦୂର କରିନିଅନ୍ତି । ଏମିତିରେ ଆପଣଙ୍କ ସଂପର୍କ ଆଉ ବେଶ୍ ମଜବୁତ ହୋଇଯିବ ।

ଚକୋଲେଟ୍‌ ଡେ’ରେ ପୁଅମାନେ ଯେଉଁ ଚକୋଲେଟ୍‌ ପାଆନ୍ତି ତାହାକୁ ସିଧାସଳଖ ଗର୍ଲଫ୍ରେଣ୍ଡକୁ ଦେଇଦେଇଥାନ୍ତି । କିନ୍ତୁ ଆପଣ ଏମିତି ଭୁଲ ଆଦୌ କରନ୍ତୁ ନାହିଁ। ପାର୍ଟନରଙ୍କୁ ମନ ଇଚ୍ଛା ଚକୋଲେଟ୍‌ ନ ଦେଇ ତାଙ୍କୁ କ’ଣ ପସନ୍ଦ ତାହା ଥରେ ଚିନ୍ତା କରନ୍ତୁ । ଯଦି ପାରୁଛନ୍ତି ତେବେ ପାର୍ଟନରଙ୍କ ମୁଡ୍‌ ହିସାବରେ ତାଙ୍କୁ ଚକୋଲେଟ୍‌ ଦିଅନ୍ତୁ । ଏହା ଦ୍ୱାରା ସେ ବୁଝିପାରିବେ ଯେ ଆପଣ ତାଙ୍କ ମୁଡ୍‌କୁ କେତେ ଧ୍ୟାନ ଦେଉଛନ୍ତି ।

Swagatika

Recent Posts

ସ୍କୁଲରେ ପାଠ ପଢ଼ାଇବେ ଅବସରପ୍ରାପ୍ତ ଅତିଥି ଶିକ୍ଷକ

ଭୁବନେଶ୍ୱର: ଅବସରପ୍ରାପ୍ତ ଅତିଥି ଶିକ୍ଷକ ପାଠ ପଢ଼ାଇବେ। ସେମାନଙ୍କ ସହ ଏଗ୍ରିମେଣ୍ଟ ହେବ, ଅଧିକ ଆଲୋଚନା ହୋଇ ନିଯୁକ୍ତି ଦିଆଯିବ।…

5 mins ago

୨ ନକଲି ନକ୍ସଲ ଗିରଫ, ଜୟପୁର ଏସଡିପିଓଙ୍କ ସୂଚନା

କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…

20 mins ago

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

37 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

50 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

59 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

1 hour ago