ବାରାଣସୀ : ଭଗବତୀ ମନ୍ଦିରରେ ଦିଆଗଲା ଲେମ୍ବୁ ବଳି, ମୂଲ୍ୟ ହ୍ରାସ ପାଇଁ ହେଲା ତନ୍ତ୍ର ପୂଜା

ନୂଆଦିଲ୍ଲୀ : ସାରା ଦେଶରେ ଗ୍ରୀଷ୍ମ ପ୍ରଭାବ ଜାରି ରହିଛି । ଏଭଳି ସମୟରେ ଥଣ୍ଡାପାନୀୟର ଚାହିଦା ବି ବଢ଼ିବାରେ ଲାଗିଛି। କିନ୍ତୁ ଏ ବର୍ଷ ଜନସାଧାରଣ ଲେମ୍ବୁ ପାଣି ପିଇବାରୁ ବଞ୍ଚିତ ହେଉଛନ୍ତି। ସେଭଳି ମଧ୍ୟାହ୍ନ ଭୋଜନ, ରାତ୍ରି ଭୋଜନରେ ଲେମ୍ବୁ ଖାଇବା ବି ଦୁରୂହ ବ୍ୟାପାର ହୋଇଗଲାଣି। ଆଉ ଏହାର ମୁଖ୍ୟ କାରଣ ସାଜିଛି ଲେମ୍ବୁର ମାତ୍ରାଧିକ ଦର ବୃଦ୍ଧି। ସଂପ୍ରତି ଗୋଟିଏ ଭଲ ଲେମ୍ବୁର ଦର ୧୨ /୧୫ ଟଙ୍କା ରହିଛି। ସାମାନ୍ୟ ଛୋଟ ଲେମ୍ବୁର ଦର ମଧ୍ୟ ୭/୮ଟ ଟଙ୍କା ରହିଛି। ଫଳରେ ସାଧାରଣ ଲୋକଟିଏ ପାଇଁ ଲେମ୍ବୁ ସ୍ବପ୍ନ ପାଲଟିଯାଇଛି।

ଏପରିକି ପୂଜା କାମ, ତନ୍ତ୍ର ପୂଜା ବା ଘରେ କୌଣସି ମାଙ୍ଗଳିକ କର୍ଯ୍ୟରେ ମଧ୍ୟ ଲେମ୍ବୁର ବ୍ୟବହାର ବହୁ ପୁରାତନ କାଳରୁ ରହିଆସୁ ଅଛି। ଏହାର କାରଣ ହେଉଛି ଯେ କୌଣସି ବାଧା ବା ଅସୁବିଧା ଦୂର କରିବା ବା ଖରାପ ନଜାରରୁ ରକ୍ଷା କରିବା। କିନ୍ତୁ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି ଯେ ଏହି ଲେମ୍ବୁର ଦର ବୃଦ୍ଧି କୁ ହ୍ରାସ କରିବା ପାଇଁ ମନ୍ଦିରରେ ବଳି ଦିଆଯାଉଛି । ଏପରି ଘଟଣା ଉତ୍ତରପ୍ରଦେଶରେ ଦେଖିବାକୁ ମିଳିଛି।

ଉତ୍ତରପ୍ରଦେଶର ବାରାଣାସୀରେ ଲେମ୍ବୁ ଦର ବୃଦ୍ଧି ହେତୁ ଭଗତ ସିଂ ୟୁଥ୍ ବ୍ରିଗେଡ୍ ଆଦିଶକ୍ତିଙ୍କ ମନ୍ଦିରରେ ତନ୍ତ୍ର ପୂଜା କରିବା ସମୟରେ ଲେମ୍ବୁ ବଳି ପକାଇଥିଲେ । ଭାଗବତ ସିଂ ୟୁଥ୍ ଫ୍ରଣ୍ଟ ସଭାପତି ତଥା ତନ୍ତ୍ର ଉପାସକ ହରିଶ ମିଶ୍ର କହିଛନ୍ତି, ‘ଯେତେବେଳେ ସରକାରଙ୍କ ନୀତି ବିଫଳ ହୁଏ, ପ୍ରଶାସନିକ କର୍ମଚାରୀ ମଧ୍ୟ ବିଫଳ ହୁଅନ୍ତି । ସେତେବେଳେ ଲୋକମାନେ ନିରାଶ ହୋଇ ହତାଶ ହୋଇଯାନ୍ତି। ଆଉ ଏହି ସମୟରେ ଆମେ ଦେବୀମାତାଙ୍କ ଶରଣ ପସିଥାଉ। ଏଥିପାଇଁ ଆମେ ରବିବାର ଏବଂ ମଙ୍ଗଳବାର ଦିନ ତନ୍ତ୍ର ପୂଜା କରିଥାଉ।

ହରିଶ ମିଶ୍ର ଆହୁରି କହିଛନ୍ତି, ‘ଲେମ୍ବୁର ମୂଲ୍ୟ ଆକାଶ ଛୁଆଁ ଏବଂ ତନ୍ତ୍ର ପୂଜାର ମୁଖ୍ୟ ଉପାଦାନ ହେଉଛି ଲେମ୍ବୁ। ଆଉ ଖରା ଦିନେ ପ୍ରେତ୍ୟକ ଲୋକ ଡିହାଇଡ୍ରେସନ୍‌ର ଶିକାର ହୋଇଥାନ୍ତି। ଆଉ ଏହି ସମୟରେ ଧନୀଠାରୁ ଗରିବ ପର୍ଯ୍ୟନ୍ତ ସମସ୍ତେ ଲେମ୍ବୁ ପାଣି ଟିକେ ଲୋଡିଥାନ୍ତି । କିନ୍ତୁ ଗତ ଏକ ମାସ ଧରି ଲେମ୍ବୁର ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଇଛି, ଯେଉଁଥିପାଇଁ ଆମେ ଗରିବଲୋକ ମାନେ ଲେମ୍ବୁ କିଣିବାକୁ ସକ୍ଷମ ହୋଇନଥାନ୍ତି।

ପ୍ରତ୍ୟେକ ଲେମ୍ବୁର ମୂଲ୍ୟ ୧୫ ଟଙ୍କାରେ ବିକ୍ରି କରାଯାଉଛି। ଏଭଳି ଭୟଙ୍କର ପରିସ୍ଥିତିରେ ସରକାର ମଧ୍ୟ ଦରବୃଦ୍ଧିକୁ ନେଇ ସମର୍ଥନ କରୁଥିବାର ଜଣାପଡୁଛି। ତେଣୁ ଗତ କାଲି ମଙ୍ଗଳବାର ଥିବାରୁ ଭାଗବତୀଙ୍କ ସାମ୍ନାରେ ଲେମ୍ବୁ ବଳି ଦେଇ ତନ୍ତ୍ର ପୂଜା କରିଛନ୍ତି ଏବଂ ଆଶା କରାଯାଉଛି ଯେ ୨ ରୁ ୩ ଦିନ ମଧ୍ୟରେ ଲେମ୍ବୁ ମୂଲ୍ୟରେ ଅପ୍ରତ୍ୟାଶିତ ହ୍ରାସ ଘଟିବ ଏବଂ ଲେମ୍ବୁ ଶସ୍ତା ହେବ ବୋଲି କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.