୫୩ ଘଣ୍ଟାରେ ୨୫୧ କିଲୋମିଟର ଦୌଡ଼ିଲା ୬ ବର୍ଷର ବରେଣ୍ୟମ୍‌, ‘ଏସିଆନ୍‌ ବୁକ୍‌ ରେକର୍ଡ’ରେ ହାସଲ କଲା ସ୍ଥାନ

ଓଡ଼ିଶାର ବୁଦ୍ଧିଆ ଭଳି ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ରହୁଥିବା ୬ ବର୍ଷର ବରେଣ୍ୟମ୍‌ ଶର୍ମା ମଧ୍ୟ ପିଲାବେଳୁ ବଡ଼ କାରନାମା କରି ଦେଖାଇଛି। ବୁଦ୍ଧିଆ ଯେଭଳି ମାତ୍ର ୪ ବର୍ଷ ବୟସରେ ୬୫ କିଲୋମିଟର ଦୌଡ଼ି ରେକର୍ଡ କରିଥିଲା, ଭୋପାଳର ବରେଣ୍ୟମ୍‌ ମଧ୍ୟ ସେଭଳି ଏକ ରେକର୍ଡକୁ ନିଜ ନାଁରେ କରିଛି। ମାତ୍ର ୬ ବର୍ଷ ବୟସରେ ବରେଣ୍ୟମ୍‌ ୩୧ ଦିନିଆ ‘ଇଣ୍ଡିଆନ୍‌ ରନର ଡିସେମ୍ବର ଚ୍ୟାଲେଞ୍ଜ’ ପୂରଣ କରିବାରେ ସଫଳ ହୋଇଛି। ସେ ୫୩ ଘଣ୍ଟା ୧୪ ମିନିଟ୍‌ ୪୪ ସେକେଣ୍ଡରେ ୨୫୧.୦୩ କିଲୋମିଟର ଦୌଡ଼ିଛି।

ସେ ଦେଶର ୩୮୯୯ ଜଣବ ଧାବକଙ୍କ ମଧ୍ୟରେ ୮୯ ତମ ସ୍ଥାନରେ ରହିଛି। ନିଜର ଏହି ପ୍ରତିଭା ଯୋଗୁ ବରେଣ୍ୟମ୍‌ଙ୍କୁ ଏସିଆନ୍‌ ବୁକ୍‌ ଅଫ୍‌ ରେକର୍ଡ ତରଫରୁ ୮ ଡିସେମ୍ବର ୨୦୨୦ରେ ଗ୍ରାଣ୍ଡ ମାଷ୍ଟରର୍ସ ଟାଇଟଲ୍‌ ମିଳିଛି। ଏହାର ୪ ଦିନ ପୂର୍ବରୁ ଅର୍ଥାତ୍‌ ୪ ଡିସେମ୍ବରରେ ବରେଣ୍ୟମ୍‌ଙ୍କ ନାଁ ‘ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ’ରେ ସ୍ଥାନ ପାଇଛି। ତାଙ୍କୁ ‘ମ୍ୟାକ୍ସିମମ୍‌ ଡିସ୍‌ଟାନ୍ସ କଭର୍ଡ ବାଇ ଏ କିଡ୍‌ ହ୍ଵାଇଲ୍‌ ରନିଂ’ର ଟାଇଟଲ୍‌ ମଧ୍ୟ ମିଳିଛି।

barenyam2

ବରେଣ୍ୟମ୍‌ଙ୍କର ଏହି ଦଉଡ଼ିବା ଇଚ୍ଛା ଲକ୍‌ଡାଉନ୍‌ ବେଳଠାରୁ ଆରମ୍ଭ ହୋଇଥିଲା। ଲକ୍‌ଡାଉନ୍‌ ବେଳେ ସେ ନିଜ ବାବା ଓ ଦାଦାଙ୍କ ସହ ସକାଳେ ମର୍ଣ୍ଣିଂଓ୍ଵାକ୍‌ରେ ଯାଉଥିଲେ। ସେତେବେଳେ ତାଙ୍କ ଦାଦା ତାଙ୍କୁ ଦଉଡ଼ିଲେ ଶରୀର ସୁସ୍ଥ ରହେ ବୋଲି କହିଥିଲେ। ଏହା ପରଠାରୁ ବରେଣ୍ୟମ୍‌ ଦଉଡ଼ିବା ଆରମ୍ଭ କରିଥିଲେ ଓ ଏହି ଦଉଡ଼ିବା ଯୋଗୁ ସେ ଆଜି ଦେଶ ବିଦେଶରେ ନାଁ କମାଇ ପାରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.