ଘରେ ବାସ୍ତୁ ଦୋଷ ଥିଲେ ହୋଇପାରେ ଏମିତି ରୋଗ, ଏଥିରୁ ମୁକୁଳିବାକୁ ଆପଣାନ୍ତୁ ଏମିତି ତରିକା

ବାସ୍ତୁ ଶାସ୍ତ୍ର କେବଳ ଘର ନିର୍ମାଣ କଳା ନୁହେଁ, ଏହା ପ୍ରାଚୀନ ଭାରତୀୟ ବିଜ୍ଞାନ ସମ୍ମତ ଏକ ଜୀବନ ଶୈଳୀ । ଏଥିରେ ଦୋଷ ହଲେ ଅନେକ ଶରୀରରେ ଅନେକ ପ୍ରକାର ରୋଗ ସୃଷ୍ଟି ହୋଇଥାଏ ।

ବାସ୍ତୁ ଶାସ୍ତ୍ର ଅନୁଯାୟୀ,ସମସ୍ତ ସଂସାର ଏବଂ ମାନବ ଶରୀର ୫ ତତ୍ତ୍ୱ ଯଥା ପୃଥ୍ଵୀ, ବାୟୁ ଜଳ, ଅଗ୍ନୀ ଓ ଆକାଶ କୁ ନେଇ ଗଠିତ । ବାସ୍ତୁ ଶାସ୍ତ୍ର ଏହି ୫ ତତ୍ତ୍ୱ ସହିତ ୮ ଦିଗ ଓ ବ୍ରହ୍ମ ସ୍ଥାନର ସନ୍ତୁଳନ ରଖୁଥିବା ବିଜ୍ଞାନ । ଏଥିରେ ସନ୍ତୁଳନ ରହିଲେ ଆମର ଜୀବନ ସଫଳ, ସୁଃଖମୟ ଓ ନୀରୋଗ ରହିଥାଏ । ଏଥିରେ ଅସନ୍ତୁଳନ ରହିଲେ ବିଭିନ୍ନ ପ୍ରକାର ରୋଗ ହୋଇଥାଏ । ଘରେ ବାସ୍ତୁ ଦୋଷ ରହିଲେ ଲୋକେ କେତେ ପ୍ରକାର ରୋଗରେ ପୀଡ଼ିତ ହୋଇଥାନ୍ତି । ଆଜି ଆମେ ଜାଣିବା ବାସ୍ତୁ ଦୋଷରୁ ଏମିତି କିଛି ରୋଗ ଓ ତା’ର ପ୍ରତିକାର ସମ୍ପର୍କରେ ।

ଗଣ୍ଠି ଦରଜ :

ଯେଉଁ ଲୋକଙ୍କ ଜଏଣ୍ଟ ପେନ୍‌ ବା ଗଣ୍ଠିରେ ଦରଜ ହୁଏ କିମ୍ବା ଏହି ରୋଗରେ ଦୀର୍ଘ ଦିନ ପୀଡ଼ିତ ରୁହନ୍ତି । ତାଙ୍କର ଘର କାନ୍ଥରେ ଫାଟ ରହିବା ଉଚିତ୍‌ ନୁହେଁ । ଏହାକୁ ଦୁର କରିବା ପାଇଁ କାନ୍ଥର ପ୍ଲାଷ୍ଟର କରନ୍ତୁ । ଫାଟ ସ୍ଥାନରେ ଝରଣା କିମ୍ବା ପାହାଡ଼ ପୋଷ୍ଟର ଲଗାଇ ଦିଅନ୍ତୁ । ଏହି ରୋଗୀ ୭ ମୁଖୀ ରୁଦ୍ରାକ୍ଷ ଧାରଣ କଲେ ଲାଭ ମିଳିଥାଏ ।

ହୃଦୟ ରୋଗ :

ହୃଦୟ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ ଘରର ଉତ୍ତର ପଟ କାନ୍ଥରେ କ୍ରିଷ୍ଟଲ ବଲ୍‌ ଟାଙ୍ଗି ଦିଅନ୍ତୁ । ବଲ୍‌ ତଳେ ୪ ଦିଗରେ କ୍ରିଷ୍ଟଲ ପିରାମିଡ ରଖି ଦିଅନ୍ତୁ । ଏଥିରେ ଲାଭ ମିଳିବ । ଘରେ ଭଙ୍ଗା ଝରକା, ଆଇନା ରଖନ୍ତୁ ନାହିଁ । ଏହାକୁ କାଗଜରେ ଢ଼ାଙ୍କି ଦିଅନ୍ତୁ, ବାସ୍ତୁ ଦୋଷ ଚାଲିଯିବ ।

ଦମା(ଆସ୍ଥମା) ଓ ଟିବି :

ଘରେ ଏମିତି ରୋଗୀ ଥିଲେ ଘରର ପଶ୍ଚିମ କାନ୍ଥରେ ପେଣ୍ଡୁଲମ ବାଲା ଧଳା କିମ୍ବା ସୁନେଲି ଘଣ୍ଟା ଲଗାନ୍ତୁ । ଏହି ରୋଗୀ ୩ ମୁଖୀ ରୁଦ୍ରାକ୍ଷ ଧାରଣ କଲେ ଲାଭ ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.