ବାସ୍ତୁ ଟିପ୍ସ: ପାଣିରେ ଲୁଣ ଗୋଳାଇ ଏହି କୋଣରେ ରଖିଦିଅନ୍ତୁ, ଘରେ କେବେ ବି ଦେଖାଯିବନି ଆର୍ଥିକ ସମସ୍ୟା

ଜୀବନର ପ୍ରତ୍ୟେକ ଜିନିଷ ବାସ୍ତୁ ଶାସ୍ତ୍ର ଦ୍ୱାରା ପ୍ରଭାବିତ ହୋଇଥାଏ। ଘରର ପ୍ରବେଶ ଦ୍ୱାର ଠାରୁ ଆରମ୍ଭ କରି ରୋଷେଇ ଘରେ ରଖାଯାଇଥିବା ଜିନିଷ ପର୍ଯ୍ୟନ୍ତ, ସବୁ ବସ୍ତୁ ଉପରେ ବାସ୍ତୁର ପ୍ରଭାବ ରହିଥାଏ। ଯଦି ବାସ୍ତୁ ଅନୁସାରେ ଘର ନିର୍ମାଣ କରାଯାଏ ତେବେ ସବୁବେଳେ ସୁଖ ସମ୍ପତ୍ତି, ସମୃଦ୍ଧି ଲାଗି ରହେ। ତେବେ ଆସନ୍ତୁ ଜାଣିବା କ’ଣ କଲେ ଘରେ କେବେ ବି ଆର୍ଥିକ ସଙ୍କଟ ଦେଖାଯିବ ନାହିଁ…

କେବେ କେବେ ଘରେ ଆର୍ଥିକ ସମସ୍ୟା ଦେଖାଯାଏ ତ ଆଉ କେବେ ଏତେ ଟଙ୍କା ଆସିଯାଏ ଯେ ହିସାବ ବି ରଖିହୁଏ ନାହିଁ। ବାସ୍ତୁଶାସ୍ତ୍ର ଅନୁସାରେ, ଘରେ ଟଙ୍କା ପଇସାର ପ୍ରବାହକୁ ନିରନ୍ତର ରଖିବା ପାଇଁ ଅନେକ ଉପାୟ କୁହାଯାଇଛି। ଯଦି ଏହି ଉପାୟକୁ ନିୟମିତ ପାଳନ କରିବେ ତେବେ କେବେ ବି ଘରେ ଆର୍ଥିକ ସଙ୍କଟ ଦେଖାଯିବ ନାହିଁ।

ଶାସ୍ତ୍ର ମୁତାବକ, ଆର୍ଥିକ ଉନ୍ନତି ପାଇଁ ଏକ କାଚ ଗ୍ଲାସ୍‌ ନିଅନ୍ତୁ। ସେଥିରେ ପାଣି ଭରି ଲୁଣ ମିଶାନ୍ତୁ ଓ ଘରର ନୈରୁତ୍ୟ କୋଣ ଅର୍ଥାତ୍‌ ଦକ୍ଷିଣ-ପଶ୍ଚିମ କୋଣରେ ରଖି ଦିଅନ୍ତୁ। ଏହି ଗ୍ଲାସ୍‌ ପଛରେ ଏକ ଲାଲ ରଙ୍ଗର ବଲ୍‌ବ ଲଗାନ୍ତୁ ଯେମିତି କି ବଲ୍‌ବ ଜଳିଲେ ଆଲୋକ ସିଧାସଳଖ କାଚ ଗ୍ଲାସ ଉପରେ ପଡ଼ିବ। ଏହି ଗ୍ଲାସ୍‌ରୁ ପାଣି ଶୁଖିଗଲେ ସଫା କରି ପୁଣିଥରେ ଲୁଣ ପାଣି ଭରି ଦିଅନ୍ତୁ। ଏମିତି କରିବା ଦ୍ୱାରା ଘରେ କେବେ ବି ଆର୍ଥିକ ସମସ୍ୟା ଦେଖାଯିବ ନାହିଁ।

Also Read: ଆଜି ପୃଥିବୀ ସହ ଜୋରଦାର ମାଡ଼ ହେବ ସୌର ଝଡ଼! ସତର୍କ କଲା ନାସା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.