ଏହି ଦିନ ଭୁଲରେ ବି କିଣନ୍ତୁ ନାହିଁ ବେଲଣା ପେଡ଼ି, ସୁଖ-ସମୃଦ୍ଧି ପାଇଁ ଏସବୁ ବିଷୟ ପ୍ରତି ଦିଅନ୍ତୁ ଧ୍ୟାନ

ଆମେ ରୁଟି କରିବା ପାଇଁ ବେଲଣା ପେଡ଼ି ଓ କାଠି ବ୍ୟବହାର କରିଥାଉ। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବାସ୍ତୁ ଅନୁସାରେ ଏହି ବେଲଣା କାଠି ଓ ପେଡ଼ି ମଧ୍ୟ ଆପଣଙ୍କୁ ଧନୀ କରିପାରେ। ତେବେ ଏହାକୁ କିଣିବା ବେଳେ କେତେକ ବିଷୟ ପ୍ରତି ଧ୍ୟାନ ଦେଲେ ଆପଣ ଧନବାନ୍‌ ହୋଇଯିବେ। ଆସନ୍ତୁ ଜାଣିବା କେଉଁ ଦିନ ବେଲଣା କାଠି ଓ ପେଡ଼ି କିଣିବା ଉଚିତ୍‌…

  • ବାସ୍ତୁ ଅନୁସାରେ, ମଙ୍ଗଳବାର ଓ ଶନିବାର ଭୁଲରେ ବି ବେଲଣା କାଠି ଓ ପେଡ଼ି କିଣନ୍ତୁ ନାହିଁ। ବେଲଣା ପେଡ଼ି କିଣିବା ପାଇଁ ସବୁଠୁ ଶୁଭ ବାର ହେଉଛି ବୁଧବାର। ଏହି ଦିନ ବେଲଣା ପେଡ଼ି କିଣିଲେ ଘରକୁ ସୁଖ ସମୃଦ୍ଧି ଆସେ।
  • ବେଲଣା ପେଡ଼ି କିଣିବା ବେଳେ ଥରେ ଭଲ ଭାବେ ଯାଞ୍ଚ କରି ନିଅନ୍ତୁ ଯେ ଏଥିରେ ରୁଟି ବେଲିବା ବେଳେ ଶବ୍ଦ ହେବ କି? ରୁଟି ବେଲିବା ବେଳେ ଶବ୍ଦ ହେଲେ ଘରେ ଅଶାନ୍ତି ବଢ଼େ ଓ ଧନହାନି ହୋଇଥାଏ।
  • ଅଧିକାଂଶ ଲୋକ ରୁଟି କରିସାରିବା ପରେ ବେଲଣା ପେଡ଼ି ଧୋଇନଥାନ୍ତି। ଏମିତି କେବେ ବି କରନ୍ତୁ ନାହିଁ। ଏହା ଦ୍ୱାରା ବାସ୍ତୁଦୋଷ ଉପୁଜେ।
  • ବେଲଣା ପେଡ଼ିକୁ ଓଲଟା ରଖିବା ଅନୁଚିତ। ଏହା ଦ୍ୱାରା ଘରେ ବାସ୍ତୁଦୋଷ ବଢ଼େ। ଏଥିସହ କେବେ ବି ଅଟା ଜାଗା ଉପରେ ବେଲଣା ପେଡ଼ି ରଖନ୍ତୁ ନାହିଁ। ଏହା ଦ୍ୱାରା ଘରେ ଅଶାନ୍ତି ବୃଦ୍ଧି ପାଏ।
Leave A Reply

Your email address will not be published.