ବାସ୍ତୁ ଦୋଷକୁ ହଟାଇବା ପାଇଁ ଏହି ଉପାୟରେ କରନ୍ତୁ ଘର ସଫା, ଖୁସି ହେବେ ଲକ୍ଷ୍ମୀମାତା

ଘର ସଫା ସୁତରା ରହିବା ଅତ୍ୟନ୍ତ ଜରୁରୀ ହୋଇଥାଏ। ଏହା ଆମ ମନ, ଶରୀର, ସ୍ୱାସ୍ଥ୍ୟ ସହିତ ସଫଳତା ଏବଂ ଆର୍ଥକ ସ୍ଥିତିକୁ ମଧ୍ୟ ପ୍ରଭାବିତ କରିଥାଏ। ବାସ୍ତୁ ଶାସ୍ତ୍ରରେ ଘରା ସଫା ଉପରେ ବେଶି ଗୁରୁତ୍ୱ ଦିଆଯାଇଛି। ଏହାପାଇଁ କିଛି ନିର୍ଦ୍ଦିଷ୍ଟ ନିୟମ ମଧ୍ୟ ରଖାଯାଇଛି। ଯଦି ଆପଣ ଏହି ନିୟମ ଅନୁଯାୟୀ ଘର ସଫା କରନ୍ତି ତେବେ ଆପଣଙ୍କ ଘରେ ଟଙ୍କାର ଅଭାବ ରହିବ ନାହିଁ। ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ଖୁସି ରହିବେ। ଧନର ବର୍ଷା କରିବେ।

ଘରେ ବ୍ରାହ୍ମ ମୂହୁର୍ତ୍ତରେ କିମ୍ବା ସୂର୍ଯ୍ୟାସ୍ତ ସମୟରେ ଝାଡୁ କରିବା ଉଚିତ ନୁହେଁ। ସଫା କରିବାର ଠିକ ସମୟ ହେଉଛି ବ୍ରାହ୍ମ ମୂହୁର୍ତ୍ତର ଠିକ ପରେ ଏବଂ ସୂର୍ଯ୍ୟାସ୍ତର ଠିକ ପୂର୍ବରୁ । ରାତିରେ ଭୁଲରେ ବି ଝାଡୁ କରିବା ଉଚିତ ନୁହେଁ। ଯଦି ବି ରାତିରେ ଘର ଝାଡ଼ୁ ଲଗାଉଛନ୍ତି ତେବେ ଅଳିଆକୁ ପର ଦିନ ସକାଳେ ହିଁ ବାହାରକୁ ନେବେ।

ଘରର ବାଥରୁମ ଏବଂ ଟୟଲେଟକୁ ସବୁବେଳେ ସଫା ରଖିବା ଉଚିତ। ବାଥରୁମକୁ ସବୁବେଳେ ସଫା ରଖିବା ଘର ପାଇଁ ଭଲ ହୋଇଥାଏ। କାରଣ ଏହା ଅପରିଷ୍କାର ରହିଲେ ଅନେକ ବାସ୍ତୁ ଦୋଷ ଆରମ୍ଭ ହୋଇଥାଏ। ତେଣୁ ଏଥିପାଇଁ ଘରର ଏକ କୋଣରେ ଗିନାରେ ଲୁଣ ଭରିକି ରଖନ୍ତୁ। ପରେ ସପ୍ତାହ ପରେ ଏହାକୁ ବଦଳାଇ ଦିଅନ୍ତୁ।

ଘରର ଚାରି ଦିଗକୁ ସଫା ରଖନ୍ତୁ। ଐଶାନ୍ୟ ଓ ନୈରୁତ୍ୟ କୋଣକୁ ସବୁବେଳେ ସଫା ଓ ଖାଲି ରଖନ୍ତୁ।

ସପ୍ତାହରେ ଥରେ ଘର ପୋଛିବା ସମୟରେ ଲୁଣ ପକାଇ ସଫା କରନ୍ତୁ। ଏହାଦ୍ୱାରା ଘରେ ନକାରାତ୍ମକ ଉର୍ଜା ଶେଷ ହୋଇଯାଏ। କିନ୍ତୁ ମନେ ରଖିବେ ଏହି କାମ ଗୁରୁବାର କରିବେ ନାହିଁ।

ଘରର ବାଲକୋନି କିମ୍ବା ଛାତ ଉପରେ ଅଳିଆ ଆବର୍ଜନା ନରଖନ୍ତୁ। ଏହାଦ୍ୱାରା ଅର୍ଥ ଅଭାବ ଦେଖାଯାଏ।

Leave A Reply

Your email address will not be published.