ଆପଣଙ୍କ ସମସ୍ତ ସମସ୍ୟାକୁ ଦୂର କରିବ ଏହି ସବୁ ଉପାୟ , ଜାଣନ୍ତୁ ସମାଧାନ

କରୋନା ସଙ୍କଟ କାଳରେ ନିଜର ଓ ନିଜ ପରିବାରର ବିଶେଷ ଧ୍ୟାନ ରଖନ୍ତୁ । ଏହି ସମୟରେ ଦେଖାଯାଉଥିବା ସମସ୍ତ ରୋଗ ପ୍ରତି ସାବଧାନ ଅବଲମ୍ବନ କରନ୍ତୁ । ଏଥିପାଇଁ ବାସ୍ତୁ ଶାସ୍ତ୍ରରେ କିଛି ଉପାୟ ରହିଛି ଯାହା ଆପଣଙ୍କ ସମସ୍ତ ସମସ୍ୟାକୁ ଦୂର କରିବ । ଏହି ସମୟରେ ଆପଣ ନିଜକୁ ସୁସ୍ଥ ମଧ୍ୟ ରଖିପାରିବେ । ଚାଲନ୍ତୁ ଜାଣିବା ଏହି ଉପାୟ ସଂପର୍କରେ ।

  • ପ୍ରତିଦିନ ମନରେ ପବିତ୍ର ଭାବନା ରଖି ହନୁମାନ ଚାଳିଶା ପଢ଼ନ୍ତୁ ।
  •  ସକାଳ ଓ ସନ୍ଧ୍ୟା ସମୟରେ ଘରେ କର୍ପୂର ଜାଳନ୍ତୁ ।
  • ମାସକୁ ଥରେ ସୁନ୍ଦରାକାଣ୍ଡ ପଠନ କରନ୍ତୁ ।
  • ଏହାସହ ଆପଣ ଧଳା ଓ କଳା ରଙ୍ଗ ଥିବା ଏକ ନୂଆ କମ୍ବଳକୁ ଆଣି ମନ୍ଦିରରେ ଦାନ କରନ୍ତୁ ।
  • ଏହାସହ ଗୋମାତାଙ୍କୁ ମଧ୍ୟ ଖାଇବାକୁ ଦିଅନ୍ତୁ।
342
pc: Navbharat Times
  • ସବୁବେଳେ ସକାଳେ ଓ ରାତିରେ ଶୋଇବା ପୂର୍ବରୁ ତୁଳସୀ କାଢ଼ା ପିଅନ୍ତୁ ।
  • ରାତିରେ ଶୋଇବା ସମୟରେ ତମ୍ବା ପାତ୍ରରେ ପାଣି ଓ ନାଲି ଚନ୍ଦନ ରଖନ୍ତୁ । ଏହାକୁ ସକାଳେ ଉଠିବା ପରେ ବାହାରେ ଗଛ ଲଗାଯାଇଥିବା ସ୍ଥାନରେ ଢ଼ାଳି ଦିଅନ୍ତୁ । ଏହାଦ୍ୱାରା ମାନସିକ ଶାନ୍ତି ମିଳିଥାଏ ।
  • ପାଣି ଥିବା ଶ୍ରୀଫଳକୁ ଆଣି ନିଜ ମୁଣ୍ଡ ଉପରେ ୨୧ ଥର ବୁଲାଇ ଏହାକୁ ଅଗ୍ନିରେ ଜଳାଇଦିଅନ୍ତୁ । ଏହି ଉପାୟ ଆପଣ ମଙ୍ଗଳବାର ଓ ଶନିବାର କରନ୍ତୁ ।
  • ପ୍ରତିଦିନ କୁକୁରକୁ ରୋଟି ଖାଇବାକୁ ଦିଅନ୍ତୁ ।
  • ସକାଳୁ ଉଠିବା ପରେ ଅଧୁହା ମୁହଁରେ ଅନ୍ନ ଜଳ ଗ୍ରହଣ କରନ୍ତୁ ନାହିଁ । ଏହି ସବୁ ଉପାୟ କରିବା ଦ୍ୱାରା ଆପଣଙ୍କ ଜୀବନରେ ସବୁ ସଙ୍କଟ ଦୂର ହୋଇଯିବ ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.