ବାସ୍ତୁ ଟିପ୍ସ : ପର୍ସରେ ଯଦି ଏହି ୪ ଟି ଜିନିଷ ରଖୁଛନ୍ତି, ଆଜି କାଢ଼ି ଦିଅନ୍ତୁ ନଚେତ ହେବ ବଡ଼ ବିପଦ

ହିନ୍ଦୁ ଧର୍ମରେ ବାସ୍ତୁ ଶାସ୍ତ୍ରର ବିଶେଷ ମହତ୍ତ୍ୱ ରହିଛି । ଏହାର ପ୍ରଭାବରେ ଆମ ଆଖ ପାଖରେ ସକରାତ୍ମକ ଓ ନକରାତ୍ମକ ପ୍ରଭାବ ପଡ଼ିଥାଏ । ପ୍ରାୟତ ସବୁ ଲୋକ ପର୍ସରେ ଟଙ୍କା ଛଡ଼ା ଅଲଗା ଜିନିଷ ମଧ୍ୟ ରଖିଥାନ୍ତି । ବାସ୍ତୁ ଶାସ୍ତ୍ରରେ ଏମିତି କିଛି ଜିନିଷ ସମ୍ପର୍କରେ କୁହାଯାଇଛି ଯାହାକୁ ପର୍ସରେ ରଖିବା ଅଶୁଭ ହୋଇଥାଏ । ଏହି ସବୁ ଜିନିଷ ପର୍ସରେ ରଖିବା ଦ୍ୱାରା ଧନହାନି ହୋଇଥାଏ । ତେଣୁ ଏହି ଜିନିଷ କେବେ ବି ପର୍ସରେ ରଖନ୍ତୁ ନାହିଁ । ଆସନ୍ତୁ ଜାଣିବା କେଉଁ ଜିନିଷ ପର୍ସରେ ରଖିବା ଉଚିତ ନୁହେଁ ।

KEY
P.C. : amarujala.com

୧. ଭଗବାନଙ୍କ ଫଟୋ : ପର୍ସ ଭିତରେ ଭଗବାନଙ୍କ ଫଟୋ ରଖିବା ଉଚିତ୍‌ ନୁହେଁ । ବାସ୍ତୁ ଶାସ୍ତ୍ର ଅନୁସାରେ ଭଗବାନଙ୍କ ଫଟୋ ପର୍ସରେ ରଖିଲେ ବ୍ୟକ୍ତିଙ୍କ କରଜ ବଢ଼ିଥାଏ । ଏହାଛଡ଼ା ଜୀବନରେ ଅନେକ ବାଧା ଆସିଥାଏ ।

୨. ମୃତ ସମ୍ପର୍କିୟଙ୍କ ଫଟୋ : ପର୍ସରେ କେବେ ନିଜର ମୃତ ଆତ୍ମୀୟଙ୍କ ଫଟୋ ରଖନ୍ତୁ ନାହିଁ । ବାସ୍ତୁରେ ଏହାକୁ ଅଶୁଭ ମନାଯାଏ । ପର୍ସ ମା‘ ଲକ୍ଷ୍ମୀଙ୍କ ସ୍ଥାନ ବୋଲି ବାସ୍ତୁ ଶାସ୍ତ୍ରରେ ଉଲ୍ଲେଖ ରହିଛି । ପର୍ସରେ ମୃତ ବ୍ୟକ୍ତିଙ୍କ ଫଟୋ ବାସ୍ତୁଦୋଷ ଆଣିଥାଏ । ଫଳରେ ଆର୍ଥିକ ସମସ୍ୟା ସୃଷ୍ଟି ହୋଇଥାଏ ।

୩. ଚାବି : ପର୍ସରେ କେବେ ବି ଚାବି ରଖନ୍ତୁ ନାହିଁ । ବାସ୍ତୁ ଶାସ୍ତ୍ରରେ ଏହାକୁ ଅଶୁଭ ମନାଯାଇଥାଏ । ଚାବି ରଖିବା ଦ୍ୱାରା ନକରାତ୍ମକ ପ୍ରଭାବ ଆସିଥାଏ । ଏହାଦ୍ୱାରା ଆପଣଙ୍କୁ ଆର୍ଥିକ ଅସୁବିଧାର ସାମ୍ନା କରିବାକୁ ପଡ଼ିଥାଏ ।

୪. ପୁରୁଣା ବିଲ୍‌ : ବେଳେ ବେଳେ ଆମେ ପର୍ସରେ ପୁରୁଣା ବିଲ୍‌ ରଖି ଦେଇଥାଉ । ଏହି ଦୀର୍ଘ ସମୟ ଯାଏ ଆମ ପର୍ସରେ ରହିଯାଇଥାଏ । ବାସ୍ତୁ ଶାସ୍ତ୍ରରେ ଏହାକୁ ଅଶୁଭ ଧରାଯାଇଥାଏ । ଏହଦ୍ୱାରା ବହୁ ପ୍ରକାର ଆର୍ଥିକ ଅସୁବିଧା ଦେଖାଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.