ନୂଆବର୍ଷରେ ଆପଣାନ୍ତୁ ଏହିସବୁ ନିୟମ, ଧନପ୍ରାପ୍ତି ହେବା ସହ ଦୂର ହେବ ଅନେକ ସମସ୍ୟା

ନୂଆବର୍ଷ ପାଇଁ ଆଉ ବାକି ରହିଲା ଗୋଟିଏ ଦିନ। ଏନେଇ ଲୋକମାନେ ବହୁତ ଉତ୍ସାହିତ ଅଛନ୍ତି। ସମସ୍ତଙ୍କ ମନରେ ଆଶା ରହିଛି ନୂଆବର୍ଷ ସେମାନଙ୍କ ପାଇଁ ନୂଆ ଖୁସି ନେଇଆସୁ । ଏନେଇ ଆଜି ଆମେ ଆପଣଙ୍କୁ ଧନପ୍ରାପ୍ତି ଏବଂ ମାନ-ସମ୍ମାନ ପ୍ରାପ୍ତି ପାଇଁ ବାସ୍ତୁଶାସ୍ତ୍ରର କିଛି ଉପାୟ ବିଷୟରେ କହିବୁ । ଯାହାକୁ ଆପଣାଇ ଆପଣ ନିଜ ଜୀବନକୁ ଉତ୍ତମ କରିପାରିବେ। ତେବେ ଜାଣନ୍ତୁ କ’ଣ ରହିଛି ସେହି ଉପାୟ ।

-ବାସ୍ତୁଶାସ୍ତ୍ର ଅନୁଯାୟୀ ଘରେ କଳରୁ ବାହାରୁଥିବା ଅନାବଶ୍ୟକ ପାଣି ଶୁଭ ହୋଇନଥାଏ। କୁହାଯାଇଥାଏ ଯେଉଁ ଘରେ ଏପରି ହୋଇଥାଏ ସେହି ଘରେ ଅଯଥା ଖର୍ଚ୍ଚ ହୋଇଥାଏ।

vastu tips-ବାସ୍ତୁଶାସ୍ତ୍ର ଅନୁଯାୟୀ ପରିବାରରେ ଶାନ୍ତି ଏବଂ ଖୁସି ପାଇଁ ସର୍ବଦା ଉତ୍ତର-ପୂର୍ବ ଦିଗରେ ପାଣିକଳ ରଖିବା ଉଚିତ୍‌।

-କୁହାଯାଇଥାଏ ପ୍ରତିଦିନ ଗଛରେ ପାଣି ଦେବା ଦ୍ୱାରା ଧନ ପ୍ରାପ୍ତିର ଯୋଗ ବଢିବା ସହ ପରିବାର ସଦସ୍ୟଙ୍କ ଭିତରେ ଭାଇଚାରା ରହିଥାଏ।

-ବାସ୍ତୁଶାସ୍ତ୍ର ଅନୁଯାୟୀ ଛାତ ଉପରେ ଦକ୍ଷିଣ-ପଶ୍ଚିମ ଦିଗରେ ପାଣି ଟାଙ୍କି କରିବା ଶୁଭ ହୋଇଥାଏ।

-ସେହିଭଳି ବ୍ୟକ୍ତି ସର୍ବଦା ଖୁସି ରହିବା ପାଇଁ ମୁଣ୍ଡ ଦକ୍ଷିଣକୁ ଏବଂ ପାଦ ଉତ୍ତର ଦିଗକୁ କରି ଶୋଇବା ଉଚିତ୍‌। ଏଥିସହ ପୂର୍ବ ଦିଗକୁ ମୁଖ କରି ଖାଇବା ଉଚିତ୍‌ । କେବେ ବି ଦକ୍ଷିଣ ଦିଗକୁ ମୁହଁ କରି ଖାଆନ୍ତୁ ନାହିଁ।

INDIAN-VASTU-SHASTRA-TIPS-ଘର ହେଉ କିମ୍ବା ଅଫିସ୍‌ ରେ ପୂଜା ସ୍ଥାନ ଐଶ୍ୱାନ କୋଣରେ ହେବା ଉଚିତ୍‌। ବାସ୍ତୁଶାସ୍ତ୍ରରେ ଏପରି କରିବା ଦ୍ୱାରା ଘରେ ସୁଖ-ଶାନ୍ତି ଲାଗି ରହିଥାଏ।

-କୁହାଯାଇଥାଏ ପୂଜା ଘରେ ଶଙ୍ଖ ରଖିବା ଜରୁରୀ। ଘରେ ଶଙ୍ଖ ରଖିବା ଦ୍ୱାରା ପରିବେଶ ଶାନ୍ତ ରହିଥାଏ।

-ବାସ୍ତୁଶାସ୍ତ୍ର ଅନୁଯାୟୀ, ଦକ୍ଷିଣ-ପଶ୍ଚିମ ଦିଗରେ କେବେ ବି ମନ୍ଦିର କରନ୍ତୁ ନାହିଁ। ଯେଉଁ ଘରେ ଏପରି ହୋଇଥାଏ ସେହି ଘରେ ସର୍ବଦା ସମସ୍ୟା ଲାଗି ରହିଥାଏ।

You might also like