ବାସ୍ତୁ ଟିପ୍ସ : ଘରେ ଥିଲେ ଏପରି ବାସ୍ତୁ ଦୋଷ ସମ୍ପର୍କରେ ଆଣିଥାଏ ଅସୁବିଧା, ଭୁଲରେ ବି କରନ୍ତୁନି ନଜର ଅନ୍ଦାଜ

ନୂଆଦିଲ୍ଲୀ :  ଘରେ ଥିବା ବାସ୍ତୁ ଦୋଷକୁ ସମୟ ପୂର୍ବରୁ ଠିକ୍‌ କରିନେବା ଉଚିତ୍‌ । ନଚେତ ଏହା ସମ୍ପର୍କରେ ତିକ୍ତତା ଆଣିଥାଏ । ଘରର ପରିବାର ସଦସ୍ୟଙ୍କ ମଧ୍ୟରେ ଦୂରତା ବଢ଼ାଇଥାଏ । ବାସ୍ତୁଶାସ୍ତ୍ର ଅନୁସାରେ ବେଳେବେଳେ ଘରେ ସବୁ କିଛି ଠିକ୍‌ ଥାଇ ମଧ୍ୟ କଳହ ସୃଷ୍ଟି ହୋଇଥାଏ । ଏହାର କାରଣ ଘରେ ବାସ୍ତୁ ଦୋଷ ହୋଇପାରେ । ଏଥିପାଇଁ ଘରେ ନକରାତ୍ମକ ଶକ୍ତିକୁ କମ୍‌ କରିବା ଦରକାର । ଆସନ୍ତୁ ଜାଣିବା ଘରେ କେଉଁ କଥାକୁ ନଜର ଅନ୍ଦାଜ କରିବା ଦ୍ୱାରା ସମ୍ପର୍କରେ ତିକ୍ତତା ବଢ଼ିଥାଏ ।

୧. ଛାତ ଉପରେ କବାଡ ସାମଗ୍ରୀ ପଡ଼ି ରହିବା : ବହୁବାର କବାଡ଼ି ସାମଗ୍ରୀ ଘର ଛାତ ଉପରେ ଗୋଟିଏ କୋଣରେ ପକାଇ ରଖିଥାନ୍ତି । ଏଥିପ୍ରତି ନଜର ଅନ୍ଦାଜ କରିଦେଇଥାନ୍ତି । ବାସ୍ତୁ ଅନୁସାରେ ଘର ଉପରେ କବାଡ ରଖିବା ଠିକ୍‌ ନୁହେଁ । ଏହାଦ୍ୱାରା ନକରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ । ଯେଉଁଥିପାଇଁ ଆମ ଘର ପରିବାର ଉପରେ ଏହାର ପ୍ରଭାବ ପଡ଼ିଥାଏ । ଏଥିପାଇଁ ଘର ଛାତ ଉପରେ କବାଡ ପକାଇ ରଖନ୍ତୁ ନାହିଁ । ମଝିରେ ମଝିରେ ଛାତ ସଫା କରିବା ଦରକାର ।

୨. ମୁଖ୍ୟ ଗେଟ୍‌ରେ ବାସ୍ତୁ ଦୋଷ : ଘରର ମୁଖ୍ୟ ଦ୍ୱାର ବି ବାସ୍ତୁ ଦୋଷରୁ ମୁକ୍ତ ରହିବା ଦରକାର । ଘରର ମୁଖ୍ୟ ଗେଟ୍‌ରେ ସମସ୍ତଙ୍କ ଯିବା ଆସିବା ହୋଇଥାଏ । ଏହି କାରଣରୁ ଘରର ମୁଖ୍ୟ ଦ୍ୱାର ପ୍ରତି ଅଧିକ ଧ୍ୟାନ ରଖିବା ଉଚିତ୍‌ । ମେନ୍‌ ଗେଟ୍‌ର ଆଗକୁ ସଫା ସୁତର ରଖିବା ଉଚିତ୍‌ । ଏହି ସ୍ଥାନ ଅପରିସ୍କାର ହେବା ଦ୍ୱାରା ଘର ଲୋକଙ୍କ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଥାଏ ।

୩. ଶୟନ କକ୍ଷରେ ଆଇନା ନରହିବା ଦରକାର : ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ଶୟନ କକ୍ଷରେ ଆଇନା ନରହିବା ଦରକାର । ଏପରି ନହେଲେ ପତି-ପତ୍ନୀଙ୍କ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଥାଏ । କୁହାଯାଏ ଶୟନ କକ୍ଷରେ ବେଡ ପଛରେ କିମ୍ବା ଆଗରେ ଆଇନା ନରଖିବା ଦରକାର । ଯଦି ଆଇନା ହଟାଇବା ସମ୍ଭବ ନହୁଏ ତେବେ ଆଇନା ଉପରେ ଏକ ମୋଟା ଚଦର ଢ଼ାଙ୍କି ରଖନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.