ରୋଷେଇ ଘରୁ କେବେ ବି ସରିବାକୁ ଦିଅନ୍ତୁ ନାହିଁ ଏହି ଜିନିଷ, ନଚେତ୍‌ ହୋଇପାରେ ଆର୍ଥିକ ସଙ୍କଟ

ମା’ ଲକ୍ଷ୍ମୀ ଧନ ଓ ବୈଭବର ଦେବୀ ଅଟନ୍ତି । ତାଙ୍କ କୃପାରେ ବ୍ୟକ୍ତି ଜୀବନରେ ସୁଃଖ ସମୃଦ୍ଧି ବଜାୟ ରହିଥାଏ । ଯଦି ମା’ ଲକ୍ଷ୍ମୀ ରାଗିଯା’ନ୍ତି ତେବେ ଦରିଦ୍ରତା ଗ୍ରାସ କରିଥାଏ । ଫଳରେ ମନୁଷ୍ୟ ଘୋର ସଂକଟ ମଧ୍ୟରେ ଗତି କରିଥାଏ । ମା’ ଲକ୍ଷ୍ମୀଙ୍କୁ ପ୍ରଶନ୍ନ କରିବା ପାଇଁ ଲୋକେ ପୂଜା ପାଠ ସହ ବିଭିନ୍ନ ଉପାୟ କରିଥାନ୍ତି । ଆମ ଘରର ସୁଃଖ ସମୃଦ୍ଧି ରୋଷେଇ ଘର ସହ ଜଡିତ ଥାଏ । ଆପଣ ଜାଣନ୍ତି କି ରୋଷେଇ ଘରୁ କେଉଁ ଜିନିଷ ସରିଗଲେ ବାସ୍ତୁ ଶାସ୍ତ୍ର ଅନୁଯାୟୀ ଅସୁବିଧା ହୋଇଥାଏ । ତେଣୁ କେବେ ବି ରୋଷେଇ ଘରୁ ଏହି ସବୁ ଜିନିଷ ସରିବାକୁ ଦିଅନ୍ତୁ ନାହିଁ । ନଚେତ୍‌ ଆପଣଙ୍କ ଘରେ ଆର୍ଥିକ ସଂକଟ ଦେଖାଦେଇପାରେ । ଆସନ୍ତୁ ଜାଣିବା କ’ଣ ଏହି ଜିନିଷ ସବୁ ।

ଅଟା : ରୋଷେଇ ଘରେ ଏହା ସବୁଠୁ ମହତ୍ତ୍ୱପୂର୍ଣ୍ଣ ଦ୍ରବ୍ୟ । ସମସ୍ତଙ୍କ ଘରେ ଅଟା ମହଜୁଦ ଥାଏ । ବେଳେ ବେଳେ ଖାମଖିଆଲ ଯୋଗୁ ଆମ ଘରୁ ଅଟା ସରିଯାଇଥାଏ । ଏହାଦ୍ୱାରା ଘରେ ଧନ ହାନି ହେବା ସହ ମାନ ସମ୍ମାନ ହାନି ହୋଇଥାଏ । ତେଣୁ ଅଟା ପାତ୍ରରୁ କେବେ ବି ଅଟା ସରିବାକୁ ଦିଅନ୍ତୁ ନାହିଁ ।

turmeric

ହଳଦୀ : ହଳଦୀ ଶୁଭ କାର୍ଯ୍ୟ ରେ ବ୍ୟବହାର ହୋଇଥାଏ । ହଳଦୀର ସମ୍ପର୍କ ଗୁରୁ ଗ୍ରହ ସହ ରହିଛି । ରୋଷେଇ ଘରେ ହଳଦୀ ପୂର୍ଣ୍ଣଭାବେ ସରିଗଲେ ଗୁରୁ ଦୋଷ ଲାଗିଥାଏ । ତେଣୁ ଘରେ କେବେ ବି ହଳଦୀ ଶେଷ ହେବାକୁ ଦିଅନ୍ତୁନାହିଁ ।

rice

ଚାଉଳ : କେବେ କେବେ ଲୋକେ ଚାଉଳରେ ପୋକ ଲାଗିବା ଡରରେ ଚାଉଳ ପୁରା ସରିଗଲା ପରେ ଆଣନ୍ତି । ମାତ୍ର ଏପରି କରନ୍ତୁ ନାହିଁ । କାରଣ ଚାଉଳ ଶୁକ୍ର ଗ୍ରହର ପଦାର୍ଥ ହୋଇଥିବାରୁ ଭୌତିକ ସୁଃଖର ଆପଣ ବଞ୍ଚିତ ହୋଇ ପାରନ୍ତି । ତେଣୁ ଘରେ ଚାଉଳ ସରିବା ପୂର୍ବରୁ ଆଣନ୍ତୁ ।

salt

ଲୁଣ : ଲୁଣ ତ ସବୁ ଘରେ ରହିଥାଏ । ଲୁଣ ବିନା ସବୁ କାର୍ଯ୍ୟ ଅଧୁରା । ତଥାପି ଏହି କଥା ପ୍ରତି ଧ୍ୟାନ ଦେବା ଜରୁରୀ ଯେ ରୋଷେଇ ଘରୁ କେବେ ବି ଲୁଣ ସରିବାକୁ ଦିଅନ୍ତୁ ନାହିଁ । ନଚେତ୍‌ ଆପଣ ଆର୍ଥିକ ସଂକଟ ଅନୁଭବ କରିପାରନ୍ତି । ଏହାଛଡ଼ା କେବେ ବି ଅନ୍ୟ ଘରୁ ଲୁଣ ମାଗି ଆଣନ୍ତୁ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.