ଏହି ଦିଗରେ ଧନ ରଖିଲେ କେବେ ହେବ ନାହିଁ ଅଭାବ,ସର୍ବଦା ପୁରି ରହିବ ତେଜୋରୀ

ଯଦି ସବୁ ଉଦ୍ୟମ କରିବା ପରେ ବି ହାତରେ ପଇସା ରହୁନାହିଁ ଓ ଅସୁବିଧା ବଢ଼ି ବଢ଼ି ଚାଲିଛି । ତେବେ ଏହାର ଅର୍ଥ ଆପଣଙ୍କ ଘରର ବାସ୍ତୁ ଠିକ୍ ନାହିଁ । କୁହାଯାଏ ଯଦି ଘରେ ବାସ୍ତୁ ଦୋଷ ରହିଥାଏ ତେବେ ଏହି ଘରେ ବିଲକୁଲ ବି ଉନ୍ନତି ହୁଏନାହିଁ । ଆଜି ଆମେ ଆପଣଙ୍କୁ ଧନ ରଖିବାର କିଛି ଖାସ ତରିକା ବିଷୟରେ କହିବୁ, ଯାହାଦ୍ୱାରା ଆପଣଙ୍କର କେବେ ଧନର ଅଭାବ ହେବ ନାହିଁ । ସର୍ବଦା ପୁରି ରହିବ ଆପଣଙ୍କ ତେଜୋରୀ । ଜାଣନ୍ତୁ ଏହି ସବୁ ଉପାୟ ।

କୁବେରଙ୍କ ଦିଗରେ ରଖନ୍ତୁ ଧନ

ବାସ୍ତୁ ଅନୁସାରେ କୁବେର ଉତ୍ତର ଦିଗର ସ୍ୱାମୀ ଅଟନ୍ତି । ଯଦି ଏହି ଦିଗରେ ଧନ ରଖାଯାଏ,ତେବେ କେବେ ଧନର ଅଭାବ ହେବ ନାହିଁ । ଧନ ସର୍ବଦା ଆପଣଙ୍କ ତେଜୋରୀରେ ପୂର୍ଣ୍ଣ ହୋଇ ରହିବ ।

ପୂର୍ବ ଦିଗରେ ରଖନ୍ତୁ ତେଜୋରୀ

ଘରର ପୂର୍ବ ଦିଗରେ ତେଜୋରୀ ବା ଆଲମାରୀ ରଖି ପାରିବେ । ଏହାଦ୍ୱାରା ଧନର ନିରନ୍ତର ବୃଦ୍ଧି ହୋଇଥାଏ ।

ଉତ୍ତର ଦିଗକୁ ଖୋଲନ୍ତୁ ଆଲମାରୀ

ଯଦି ଆପଣଙ୍କ ଆଲମାରୀ ଦକ୍ଷିଣ ଦିଗରେ ରହିଛି ଓ ଏହାର କବାଟ ଉତ୍ତର ଦିଗକୁ ଖୋଲୁଛି, ତେବେ ଏହାଦ୍ୱାରା ମଧ୍ୟ ଧନ ସମ୍ପତିର ସଂଚୟ କରାଯାଇ ପାରିବ ।

ପଶ୍ଚିମ ଦିଗରେ ବଢ଼ିବ ଆର୍ଥିକ ସମସ୍ୟା

ଯଦି ଆପଣ ଧନକୁ ପଶ୍ଚିମ ଦିଗରେ ରଖୁଛନ୍ତି,ତେବେ ଏପରି କରିବା ଦ୍ୱାରା ପରିବାରର ମୁଖିଆଙ୍କ ପାଇଁ ଆର୍ଥିକ ସମସ୍ୟା ବଢ଼ିଯିବ ।

ଦକ୍ଷିଣ ଦିଗରେ ରଖିବା ଦ୍ୱାରା ବନ୍ଦ ହୋଇଯିବ ଆର୍ଥିକ ବୃଦ୍ଧି

ଦକ୍ଷିଣ ଦିଗରେ ସୁନା,ରୁପା ଓ ଟଙ୍କା ପଇସା ରଖିବା ଦ୍ୱାରା କୌଣସି କ୍ଷତି ତ ହେବ ନାହିଁ, ହେଲେ ଏହି ଧନରେ ବୃଦ୍ଧି ହେବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.