୭ ଟି ଘୋଡାର ଛବି ଘରେ ଲଗାଇଲେ ହୋଇଥାଏ ଏମିତି ଲାଭ, ଲଗାଇବା ପୂର୍ବରୁ ଜାଣନ୍ତୁ ଏହାର ଠିକ ଦିଗ

ଘରକୁ ସଜାଇବା ପାଇଁ ଲୋକେ ଘରେ ପେଣ୍ଟିଙ୍ଗସ ଲଗାନ୍ତି | କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ପେଣ୍ଟିଙ୍ଗସ ଲଗାଇବା ପୂର୍ବରୁ ତା ବିଷୟରେ
ସମ୍ପୂର୍ଣ ଜାଣିବା ନିହାତି ଜରୁରୀ | ପ୍ରାୟତଃ ଲୋକେ ଘରେ ୭ ଘୋଡାର ଛବି ଲଗାନ୍ତି, କିଛି ଲୋକ ଏହାକୁ ଦୁଃଖରେ ଲଗାନ୍ତି, ଆଉ
କିଛି ଲୋକ ଏହି ପେଣ୍ଟିଙ୍ଗକୁ ବିଶେଷ କାରଣ ପାଇଁ ଲଗାନ୍ତି |

ବାସ୍ତୁ ଅନୁସାରେ ଏହି ଛବିକୁ ଘରେ ଲଗାଇବା ଶୁଭ ମନାଯାଏ | ଏହି ଛବିକୁ ଘରେ ଲଗାଇଲେ ଘରେ ସକରାତ୍ମକତାର ବାସ ହୋଇଥାଏ ଏବଂ ନକରାତ୍ମକତା ଦୂର ହୋଇଥାଏ | ଏହାଦ୍ୱାରା ଘର ପରିବାର ଲୋକଙ୍କୁ ଉନ୍ନତି ଏବଂ ସଫଳତା ମିଳିଥାଏ | କିନ୍ତୁ ଏହି ପେଣ୍ଟିଙ୍ଗର ଲାଭ ଠିକ ଦିଗରେ ଲଗାଇବା ଦ୍ଵାରା ହିଁ ମିଳିଥାଏ |

କାନ୍ଥରେ ୭ ଘୋଡାର ଏମିତି ଛବି ଲଗାନ୍ତୁ – ଯଦି ଆପଣ ଘରେ ୭ ଘୋଡା ଛବି ଲଗେଇବାକୁ ଭାବୁଛନ୍ତି ତେବେ ଏ କଥାକୁ ଧ୍ୟାନରେ ରଖିବେ ଯେ ଛବିରେ ଘୋଡା ଲଗାମରେ ବନ୍ଧା ହୋଇ ନଥିବେ | ତା’ସହିତ ସେମାନଙ୍କର ମୁଖ ପ୍ରସନ୍ନ ମୁଦ୍ରାରେ ରହିଥିବା ଉଚିତ |

ଏଠାରେ ଲଗାନ୍ତୁ ଘୋଡାମାନଙ୍କର ଛବି – ବାସ୍ତୁ ଅନୁସାରେ କୌଣସି ଜିନିଷର ଲାଭ ଉଠାଇବା ପାଇଁ ତାକୁ ଠିକ ଦିଗରେ ଲଗାଇବା
ଜରୁରୀ ଅଟେ | ଏହି ଛବି ଲଗାଇବା ପାଇଁ ପୂର୍ବ ଦିଗ ଭଲ ମନାଯାଇଥାଏ | ଯଦି ଆପଣ ବ୍ୟାପାର କିମ୍ବା ଅଫିସ ଆଦିରେ ଲଗେଇବାକୁ
ଚାହୁଁଛନ୍ତି ତାହେଲେ ଏଥିପାଇଁ ଦୌଡୁଥିବା ଘୋଡାର ଛବି ଲଗାନ୍ତୁ | ଏହାକୁ ଦକ୍ଷିଣ କାନ୍ଥରେ ଲଗାନ୍ତୁ |

୭ ଘୋଡାର ଛବି ଲଗାଇବାର ଫାଇଦା –  ୭ ଘୋଡାର ଛବି ଘରେ ଲଗେଇଲେ ମା’ ଲକ୍ଷ୍ମୀଙ୍କର କୃପା ମିଳିଥାଏ | ବ୍ୟକ୍ତିକୁ ପ୍ରତ୍ୟେକ
କ୍ଷେତ୍ରରେ ସଫଳତା ମିଳିଥାଏ | ଭଲ ଚାକିରୀ  ଏବଂ ପ୍ରମୋସନ ମିଳିଥାଏ |ମାନ ସମ୍ମାନ ବୃଦ୍ଧି ହୋଇଥାଏ | ଏହି ଛବି ଲଗାଇଲେ ସୁଖ
ସୁବିଧାର ବୃଦ୍ଧି ମଧ୍ୟ ହୋଇଥାଏ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.