ଏହି ଦିଗକୁ ମୁହଁ କରି ଶୋଇବା ଶୁଭ, ଧନର ଦେବତା କୁବେର କରନ୍ତି ଧନର ବର୍ଷା
ନୂଆଦିଲ୍ଲୀ : ସନାତନ ଧର୍ମରେ ବାସ୍ତୁ ଶାସ୍ତ୍ରକୁ ବହୁତ ମହତ୍ତ୍ୱ ଦିଆଯାଇଛି । ଯଦି ଆମର ଘର ବାସ୍ତୁ ଠିକ୍ ରହେ, ତେବେ ନକରାତ୍ମକ ଶକ୍ତି ଦୂର ହୋଇ ଘରେ ସୁଃଖ ସମୃଦ୍ଧି ବୃଦ୍ଧି ପାଇଥାଏ ।
ଶୋଇବା ସମୟରେ ରଖନ୍ତୁ ବାସ୍ତୁ ପ୍ରତି ଧ୍ୟାନ
ବାସ୍ତୁ ଶାସ୍ତ୍ର ମତରେ ଆମେ ଘରେ ଶୋଇବା ସମୟରେ ମଧ୍ୟ ବାସ୍ତୁ ପ୍ରତି ଧ୍ୟାନ ଦେବା ଉଚିତ୍ । ଯଦି ଆପଣ ଠିକ୍ ଦିଗକୁ ମୁହଁ କରି ଶୁଅନ୍ତି ତେବେ ଏଥିରେ ଧନ ଦେବତା କୁବେର ପ୍ରଶନ୍ନ ହୁଅନ୍ତି । ଘରେ ପଇସାର ବର୍ଷା ହୁଏ । ଆଜି ଆସନ୍ତୁ ଜାଣିବା ଶୋଇବା ସମୟରେ କେଉଁ ଦିଗକୁ ଆପଣ ମୁହଁ କରି ଶୋଇବା ଉଚିତ୍ ।
ଦକ୍ଷିଣ ଦିଗକୁ ମୁହଁ ରହିବା ଠିକ୍ ନୁହେଁ
ବାସ୍ତୁ ଅନୁସାରେ ଯଦି ଆପଣ ଶୋଇକରି ଉଠନ୍ତି, ଆପଣଙ୍କ ମୁହଁ କେବେ ବି ଦକ୍ଷିଣ ଦିଗକୁ ହେବା ଉଚିତ୍ ନୁହେଁ । ତେଣୁ ଆପଣଙ୍କ ଶୋଇବା ପୋଜିସନ ଏମିତି ହେବା ଉଚିତ୍, ଉଠିବା ସମୟରେ ଆପଣଙ୍କ ଚେହେରା ଉତ୍ତର-ପୂର୍ବ ଦିଗରେ ରହେ । ଏମିତି ଶୋଇଲେ କୁବେର ଦେବତା ଆପଣଙ୍କ ଉପରେ କୃପା ଦୃଷ୍ଟି ରଖିବେ । ଆପଣଙ୍କ ଉପରେ ସୁଃଖ ସମୃଦ୍ଧି ର ବର୍ଷା ହେବ ।
ପୂର୍ବ ଦିଗକୁ ମୁହଁ କରି କରନ୍ତୁ ଭୋଜନ
ଯଦି ଆପଣଙ୍କ ପରିବାରରେ କାହାର କାମ ହେଉ ହେଉ ବିଘ୍ନ ହୋଇଯାଉଛି । କୌଣସି ନୂଆ କାମ କରିବାକୁ ଚାହୁଁଛନ୍ତି ଓ ସେଥିରେ ସଫଳ ହେଉ ନାହାଁନ୍ତି । ତାହେଲେ ଆପଣ ବାସ୍ତୁ ଶାସ୍ତ୍ର ଅନୁସାରେ ପ୍ରତିଦିନ ସକାଳେ ଉଠି କରି ତମ୍ବା ପାତ୍ରରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ । ଏମିତି କରିବା ଦ୍ୱାରା ସୂର୍ଯ୍ୟ ଦେବ ପ୍ରଶନ୍ନ ହୋଇ ଆପଣଙ୍କ ବିଗୁଡ଼ିଥିବା କାମକୁ ସଜାଡି ଦିଅନ୍ତି ।