ହୋଲି ଦିନ ଘରର ମୁଖ୍ୟଦ୍ୱାରରେ ଲଗାନ୍ତୁ ସୂର୍ଯ୍ୟଦେବଙ୍କ ଫଟୋ, ପରିବାର ସଦସ୍ୟଙ୍କର ହେବ ଉନ୍ନତି

ହିନ୍ଦୁ ଧର୍ମରେ ହୋଲି ପର୍ବର ବିଶେଷ ମହତ୍ତ୍ୱ ରହିଥାଏ। ଏହି ଦିନରେ ଅଧର୍ମ ଉପରେ ଧର୍ମର ଜୟର ପ୍ରତୀକ ବୋଲି କୁହାଯାଏ। ଫାଲଗୁନ ମାସର ପୂର୍ଣ୍ଣିମା ଦିନ ହୋଲିକା ଦହନ କରାଯାଏ। ଚୈତ୍ର ମାସ ପ୍ରତିପଦା ତିଥିରେ ହୋଲି ପାଳନ କରାଯାଏ। ଧାର୍ମିକ ମାନ୍ୟତା ଅନୁସାରେ ଏହିଦିନରେ କିଛି କଥା ଧ୍ୟାନ ରଖିବା ଦ୍ୱାରା ଜୀବନରେ ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ। ଏହାମଧ୍ୟରେ କିଛି ବାସ୍ତୁ ଉପାୟ ମଧ୍ୟ ରହିଛି। ଯାହାକୁ ହୋଲି ଦିନ କରିବା ଦ୍ୱାରା ଧନ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ମିଳିଥାଏ। ଘରେ ସୁଖ-ଶାନ୍ତି ଏବଂ ସମୃଦ୍ଧି ହୋଇଥାଏ। ତେବେ କେଉଁ ବାସ୍ତୁ ଉପାୟ ଆପଣାଇବେ, ଆସନ୍ତୁ ଜାଣିବା…
ରାଧା-କୃଷ୍ଣ ଫଟୋ: ବାସ୍ତୁ ଶାସ୍ତ୍ର ଅନୁସାରେ, ହୋଲି ଦିନ ବେଡରୁମରେ ରାଧା-କୃଷ୍ଣଙ୍କ ଫଟୋ ଲଗାଇବା ଦ୍ୱାରା ଘରେ ସୁଖ ସମୃଦ୍ଧି ବାସ କରିଥାଏ। ବେଡରୁମରେ ଫଟୋ ଲଗାଇବା ପରେ ସେଥିରେ ଫୁଲ ଏବଂ ଗୁଲାଲ ଅର୍ପଣ କରନ୍ତୁ। ଏହାଯୋଗୁଁ ପତିପତ୍ନୀଙ୍କ ମଧ୍ୟ ପ୍ରେମ ବଢିଥାଏ।
ସୂର୍ଯ୍ୟଦେବଙ୍କ ଫଟୋ ଲଗାନ୍ତୁ: ବାସ୍ତୁ ମୁତାବକ, ପରିବାରର କୌଣସି ସଦସ୍ୟଙ୍କ ଉନ୍ନତି ଚାହୁଁଥିଲେ, ହୋଲି ଦିନ ମୁଖ୍ୟଦ୍ୱାର ବାହାରେ ଉପରେ ସୂର୍ଯ୍ୟଦେବଙ୍କ ଫଟୋ ଲଗାନ୍ତୁ। ଏହାଦ୍ୱାରା ଘରେ ସକାରାତ୍ମକ ଶକ୍ତି ବଢିଥାଏ। କଷ୍ଟରୁ ମୁକ୍ତି ମିଳିଥାଏ।
ଘରେ ଗଛ ଲଗାନ୍ତୁ: ହୋଲି ଦିନ ଘରେ ତୁଳସୀ କିମ୍ବା ମନି ପ୍ଲାଣ୍ଟ ଗଛ ଲଗାଇବା ଦ୍ୱାରା ଭାଗ୍ୟ ପରିବର୍ତ୍ତନ ହୁଏ। ଧାର୍ମିକ ମାନ୍ୟତା ଅନୁସାରେ, ଏହି ଗଛ ଘରକୁ ସୌଭାଗ୍ୟ ଆଣିଦିଏ। ଏହାକୁ ଘରେ ଲଗାଇବା ଦ୍ୱାରା ଗ୍ରହ ଦୋଷ ମଧ୍ୟ ଦୂର ହୁଏ।
ହୋଲି ଦିନ ଘରର ଧ୍ୱଜା ବଦଳାନ୍ତୁ: ବାସ୍ତୁ ଅନୁଯାୟୀ, ଘରେ ବାହାରେ ଲଗାଯାଇଥିବା ଧ୍ୱଜାକୁ ହୋଲିଦିନ ବଦଳାଇ ଦିଅନ୍ତୁ। ଘରେ ଲଗାଇଥିବା ଧ୍ୱଜକୁ ପରିବାରରେ ମାନ ସମ୍ମାନ, ସୁଖ ସମୃଦ୍ଧି ଆଣିଥାଏ। ଏହାସହିତ ଘରେ ଲୋକଙ୍କ ମଧ୍ୟରେ ଭଲପାଇବା ବଢିଥାଏ।