ନୂଆ ବର୍ଷ ପାଦ ଥାପିବା ପୂର୍ବରୁ ଘରୁ ବାହାର କରି ଦିଅନ୍ତୁ ଏସବୁ ଜିନିଷ, ନଚେତ୍‌ ହୋଇଯିବେ କାଙ୍ଗାଳ

ଆରମ୍ଭ ହୋଇସାରିଲାଣି ୨୦୨୧ ମସିହାର ଶେଷ ମାସ ଡିସେମ୍ବର। ଆଉ ମାତ୍ର ଦିନ କେଇଟା ପରେ ପାଦ ଥାପିବ ନୂଆ ବର୍ଷ ୨୦୨୨। ନୂଆ ବର୍ଷ ଜୀବନରେ ଖୁସି ନେଇ ଆସିବା ପାଇଁ ଲୋକମାନେ ଭିନ୍ନ ଭିନ୍ନ ଉପାୟ ଆପଣାଇଥାନ୍ତି। ମଙ୍ଗଳକାମନା ସହ ନୂଆ ବର୍ଷ ପାଇଁ ନୂଆ ସଂକଳ୍ପ ନେଇଥାନ୍ତି। ପୁରୁଣା ବର୍ଷର ରାଗ, କ୍ରୋଧ, ବିଫଳତା, ସଂଘର୍ଷ ଆଦିକୁ ଭୁଲି ଲୋକମାନେ ଆଗକୁ ବଢ଼ିଥାନ୍ତି। ତେବେ ଯଦି ଆପଣ ବି ନୂଆ ବର୍ଷକୁ ଶୁଭଙ୍କର କରିବାକୁ ଚାହୁଁଛନ୍ତି, ତେବେ କେତେକ ବାସ୍ତୁ ଉପାୟ ଆପଣାନ୍ତୁ। ବାସ୍ତୁ ଅନୁସାରେ, ନୂଆ ବର୍ଷ ପୂର୍ବରୁ ଘରୁ କେତେକ ଜିନିଷ ବାହାର କରିଦେବା ଅତ୍ୟନ୍ତ ଶୁଭ ହୋଇଥାଏ। ଆସନ୍ତୁ ଜାଣିବା କି କି ଅଶୁଭ ଜିନିଷକୁ ଘରୁ ବାହାର କରି ଦେବା ଉଚିତ୍‌…

ଭଙ୍ଗା ମୂର୍ତ୍ତି:

ନୂଆ ବର୍ଷ ପାଦ ଦେବା ପୂର୍ବରୁ ପୂଜା ଘରକୁ ଭଲ ଭାବେ ପରିଷ୍କାର ପରିଚ୍ଛନ୍ନ କରି ଦିଅନ୍ତୁ। ଧ୍ୟାନ ରଖନ୍ତୁ ଠାକୁର ଘରେ ଯେମିତି ଭଙ୍ଗା ମୂର୍ତ୍ତି ନ ରହେ। ଘରେ ଭଙ୍ଗା କିମ୍ବା ଖଣ୍ଡ ବିଖଣ୍ଡିତ ମୂର୍ତ୍ତି ରଖିବା ଅତ୍ୟନ୍ତ ଅଶୁଭ ହୋଇଥାଏ। ଏଭଳି ଘର ଛାଡ଼ି ଲକ୍ଷ୍ମୀ ଚାଲିଯାଆନ୍ତି।

ଖରାପ ଘଣ୍ଟା:

ଜୀବନରେ ସମୟର ମୂଲ୍ୟ ବେଶ୍‌ ଅଧିକ। ଏଣୁ ସମୟ ଦେଖାଉଥିବା ଘଣ୍ଟାକୁ କେବେ ବି ଅଣଦେଖା କରନ୍ତୁ ନାହିଁ। ଯଦି ଘରେ କୌଣସି ଘଣ୍ଟା ଖରାପ ହୋଇ ପଡ଼ି ରହିଛି, ତେବେ ତାହାକୁ ତୁରନ୍ତ ଘରୁ ବାହାର କରି ଦିଅନ୍ତୁ। ଅଚଳ ଘଣ୍ଟା ଯୋଗୁ ଘରେ ନକାରାତ୍ମକ ଉର୍ଜା ସୃଷ୍ଟି ହୁଏ।

ଅଚଳ ଇଲେକ୍ଟ୍ରିକ୍‌ ଜିନିଷ:

ନୂଆ ବର୍ଷରେ ଘରୁ ଅଚଳ ଇଲେକ୍ଟ୍ରିକ୍‌ ଜିନିଷ ବାହାର କରି ଦିଅନ୍ତୁ। ଏହା ଦ୍ୱାରା ନେଗେଟିଭ୍‌ ଏନର୍ଜି ବଢ଼େ। ଏଣୁ ଘରେ ଭୁଲରେ ବି ଏସବୁ ଜିନିଷକୁ ସ୍ଥାନ ଦିଅନ୍ତୁ ନାହିଁ।

ଭଙ୍ଗା କାଚ ଜିନିଷ:

ଘରେ ଯଦି ଭଙ୍ଗା ଆଇନା ରହିଛି, ତେବେ ତାହାକୁ ନୂଆ ବର୍ଷ ପୂର୍ବରୁ ଘରୁ ବାହାର କରି ଦିଅନ୍ତୁ। କେବଳ ଆଇନା ନୁହେଁ, କାଚର ବାସନ, ଫ୍ରେମ୍‌ କିମ୍ବା ଅନ୍ୟ କାଚ ଜିନିଷ ଯାହା ଭାଙ୍ଗିଯାଇଛି ତାହାକୁ ଘରୁ ବାହାର କରି ଦେବା ଉଚିତ। ଏହା ଦ୍ୱାରା ମାନସିକ ଦୁଃଶ୍ଚିନ୍ତା ବଢ଼େ।

ଛିଣ୍ଡା ଚପଲ:

ନୂଆ ବର୍ଷ ପୂର୍ବରୁ ଘର ସଫେଇ କରୁଥିଲେ ପୁରୁଣା ତଥା ଛିଣ୍ଡା ଜୋତାକୁ ଘରୁ ବାହାର କରି ଦିଅନ୍ତୁ। ଛିଣ୍ଡା ଜୋତା ଚପଲ ଯୋଗୁ ଘରେ ନକାରାତ୍ମକ ଉର୍ଜା ଓ ଦୁର୍ଭାଗ୍ୟ ଆସେ। ଏହା ଦ୍ୱାରା ଧନ ଅଭାବ ମଧ୍ୟ ପରିଲକ୍ଷିତ ହୋଇଥାଏ।

ଭଙ୍ଗା ବାସନକୁସନ:

ଘରେ ଆଦୌ ଭଙ୍ଗା ବାସନ କୁସନ ରଖନ୍ତୁ ନାହିଁ। ନୂଆ ବର୍ଷ ପୂର୍ବରୁ ଘରୁ ଏସବୁ ଜିନିଷ ଖାଲି କରି ଦିଅନ୍ତୁ। ଏସବୁ ବାସନ ଘରେ ରହିବା ଅଶୁଭ ହୋଇଥାଏ।

ଭଙ୍ଗା ଫର୍ଣ୍ଣିଚର:

କୁହାଯାଏ, ଘରେ ଭଙ୍ଗା ଖଟ କିମ୍ବା ପଲଙ୍କ ରଖିବା ଦ୍ୱାରା ବୈବାହିକ ଜୀବନରେ କଳହ ଉପୁଜେ। ଯଦି ଆପଣ ଜୀବନ ସାଥୀଙ୍କ ସହ ସୁଖମୟ ନୂଆ ଜୀବନ ଚାହୁଁଛନ୍ତି ତେବେ ଏସବୁ ଭଙ୍ଗା ଦଦରା ଖଟକୁ ଘରୁ ହଟାଇ ଦିଅନ୍ତୁ।

Leave A Reply

Your email address will not be published.