ମାଟିରେ ତିଆରି ଏହି ଜିନିଷ ଚମକାଇପାରେ ଆପଣଙ୍କ ଭାଗ୍ୟ, ଜାଣନ୍ତୁ କ’ଣ କହେ ବାସ୍ତୁ ଶାସ୍ତ୍ର

ପୂର୍ବକାଳରେ ସବୁଠି ମାଟି ପାତ୍ରର ବ୍ୟବହାର କରାଯାଉଥିଲା । ଲୋକ ଖାଇବା ଠାରୁ ଆରମ୍ଭ କରି ସବୁ କାମରେ ମାଟି ପାତ୍ରର ବ୍ୟବହାର କରୁଥିଲେ । ଏବେ ମାଟି ପାତ୍ରର ସ୍ଥାନ ଧାତୁ, ପ୍ଲାଷ୍ଟିକ ଓ ଅନ୍ୟ ପାତ୍ର ନେଇ ଗଲାଣି । ହେଲେ ଆପଣ ଜାଣନ୍ତି କି ମାଟି ପାତ୍ରର ମହତ୍ତ୍ୱ କ’ଣ ରହିଛି ବାସ୍ତୁ ଶାସ୍ତ୍ରରେ ।

ବାସ୍ତୁ ଶାସ୍ତ୍ର ଅନୁଯାୟୀ ମାଟିରେ ତିଆରି ଏମିତି କିଛି ଜିନିଷ ଯାହାର ବ୍ୟବହାର ଦ୍ୱାରା ଆପଣଙ୍କ ଭାଗ୍ୟ ବଦଳି ଯାଇପାରେ । ଆସନ୍ତୁ ଜାଣିବା କ’ଣ ସେହି ଜିନିଷ ସବୁ ।

୧. ମାଟି ଘଡ଼ି : ଏବେ ମାଟି ଘଡ଼ିର ସ୍ଥାନ ଫ୍ରିଜ ନେଇଗଲାଣି । ପୂର୍ବେ ପାଣି ଥଣ୍ଡା ରଖିବା ପାଇଁ ମାଟି ଘଡ଼ି ବ୍ୟବହାର କରାଯାଉଥିଲା । ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ମାଟି ଘଡ଼ି ଉତ୍ତର ଦିଗରେ ରଖିବା ଉଚିତ୍‌ । ଏମିତି କରିବା ଦ୍ୱାରା ଘରୁ ନକରାତ୍ମକ ଶକ୍ତି ନଷ୍ଟ ହୋଇ ଜୀବନରେ ସୁଖ ଶାନ୍ତି ଆଣିଥାଏ ।

clay things
p.c : shutterstock.com

୨. ମାଟିରେ ତିଆରି ପ୍ରତିମା : ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ଉତ୍ତର-ପୂର୍ବ (ଐଶାନ୍ୟ କୋଣ) ଓ ଦକ୍ଷିଣ-ପଶ୍ଚିମ ଦିଗର ସମ୍ପର୍କ ପୃଥ୍ଵୀ ତତ୍ତ୍ୱ ସହ ସମ୍ପର୍କ ରଖିଥାଏ । ଏହି ଦିଗରେ ମାଟି ର ପ୍ରତିମା ରଖିବା ଶୁଭ ହୋଇଥାଏ । ଏହି ଦୁଇ ଦିଗରେ ସଜାଇବା ପାଇଁ ମାଟିର କଳାକୃତି ରଖାଯାଇପାରେ । କୁହାଯାଏ ଠାକୁର ଘରେ ମାଟିର ପ୍ରତିମା ରଖିବା ଶୁଭ ହୋଇଥାଏ ।

୩. ମାଟି ଦୀପ : ସାଧାରଣତଃ ଲୋକେ ପୂଜା ଘରେ ଧାତୁର ଦୀପ ବ୍ୟବହାର କରିଥାନ୍ତି । ହେଲେ ବାସ୍ତୁ ଶାସ୍ତ୍ର ଅନୁସାରେ ମାଟିରେ ତିଆରି ଦୀପ ବ୍ୟବହାର କରିବା ଶୁଭ ହୋଇଥାଏ । କୁହାଯାଏ ଏମିତି କରିବା ଦ୍ୱାରା ଘରେ ସୁଖ ସମୃଦ୍ଧି ବଢ଼ିଥାଏ ।
ବି.ଦ୍ର : ଏହି ଲେଖା କେବଳ ତଥ୍ୟକୁ ଆଧାର କରି ଲେଖାଯାଇଛି । ଅଧିକ ଜାଣିବା ପାଇଁ ବିଶେଷଜ୍ଞଙ୍କ ପରାମର୍ଶ ଜରୁରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.