ମାତ୍ର ୧୮ ବର୍ଷ ବୟସରେ ଇଂରେଜ ବିରୋଧରେ ସଂଗ୍ରାମ ଆରମ୍ଭ କରି ଦେଇଥିଲେ ଓଡ଼ିଶାର ଏହି ବରପୁତ୍ର

ନେତାଜୀ ସୁଭାଷ ବୋଷଙ୍କ ଜୟନ୍ତୀ ସହ ଆଉ ଜଣେ ବରପୁତ୍ରଙ୍କର ଜୟନ୍ତୀ ବି ପଡେ । ଦେଶ ମାତୃକାର ସେବା ପାଇଁ ନିଜ ଜୀବନ ଉତ୍ସର୍ଗ କରିଦେଇଥିଲେ ସେହି ବୀର ପୁତ୍ର । ସେ ହେଉଛନ୍ତି ବୀର ସୁରେନ୍ଦ୍ର ସାଏ । ୧୮୦୯ ମସିହା ଜାନୁଆରୀ ମାସ ୨୩ ତାରିଖ ସମ୍ବଲପୁର ଠାରୁ ମାତ୍ର ୪୦ କିମି ଦୂର ଖିଣ୍ଡା ନାମକ ଏକ ଗାଁରେ ତାଙ୍କର ଜନ୍ମ ହୁଏ । ତାଙ୍କ ପିତାଙ୍କ ନାଁ ଧରମ ସିଂହ | ତାଙ୍କ ପରିବାର ସମ୍ବଲପୁର ଗଡଜାତ ଶାସକ ବଂଶଧର ଥିଲେ । ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ସହ ଲଢେଇରେ ଏହି ବରପୁତ୍ର ନିଜ ପ୍ରାଣବଳି ଉତ୍ସର୍ଗ କରିଥିଲେ । ଆଉ ସାଏଙ୍କ ସାଥି ଦେଇଥିଲେ ମାଧୋ ସିଂ, କୁଞ୍ଜଳ ସିଂ, ଅଇରୀ ସିଂ, ବୈରୀ ସିଂ, ଉଦନ୍ତ ସିଂ, ଉଜ୍ଜଳ ସାଏ, ଖଗେଶ୍ୱର ଦାଓଙ୍କ ସମେତ ଅନ୍ୟମାନେ । ଏମାନଙ୍କ ମଧ୍ୟରୁ ଅଧିକାଂଶ ବ୍ରିଟିଶରଙ୍କ ଦ୍ୱାରା ଫାଶୀଦଣ୍ଡ ପାଇ ମୃତ୍ୟୁବରଣ କରିଥିଲେ । ହାତେ ସିଂହଙ୍କ ମୃତ୍ୟୁ ଆଣ୍ଡାମାନର ଭାପୋର ଆଇଲ୍ୟାଣ୍ଡରେ ହୋଇଥିବା ବେଳେ ସୁରେନ୍ଦ୍ର ସାଏଙ୍କ ମୃତ୍ୟୁ ୧୮୮୪ ମସିହା ଫେବୃଆରୀ ୨୮ ତାରିଖ ଅସୀରଗଡ ଜେଲରେ ହୋଇଥିଲା ।

veer surendra

ଗୋଟେ ସମୟରେ ସାଏ ସମ୍ବଲପୁର ଆସନରେ ବସିବାକୁ ସମ୍ପୂର୍ଣ୍ଣ ହକ୍ଦାର ଥିଲେ ମଧ୍ୟ ବ୍ରିଟିସରଙ୍କ କ୍ରୁର ଚକ୍ରାନ୍ତରେ ଏପରି କରାଇ ଦିଆଯାଇ ନଥିଲା । ଏହାକୁ ନେଇ ସୁରେନ୍ଦ୍ର ଆଉ ତାଙ୍କ ସାଥି ମାନେ ବିଦ୍ରୋହ କରିଥିଲେ । ଆଉ ଏହି କାରଣରୁ ସୁରେନ୍ଦ୍ର ସାଏ, ତାଙ୍କ ଭାଇ ଉଦ୍ୟାନ୍ତ ସାଏ, କକା ବଳରାମ ସିଂଙ୍କୁ ବନ୍ଦୀ କରାଯାଇ ହଜାରୀବାଘ ଜେଲରେ ରଖାଯାଇଥିଲା । ଲର୍ଡ଼ ଡାଲ ହାଉସୀ, “ଡ଼କ୍ଟ୍ରିନ ଅଫ ଲାପ୍ସ” ଦ୍ୱାରା ୧୮୪୯ ରେ ସମ୍ବଲପୁରକୁ ନିଜ ହାତକୁ ନେଇଥିଲେ । କିନ୍ତୁ ୧୮୫୭ ରେ ମୁଣ୍ଡ ଟେକିଥିବା ସିପାହୀ ବିଦ୍ରୋହ ପରେ ସୁରେନ୍ଦ୍ର ଆଉ ତାଙ୍କ ଭାଇ ଉଦ୍ୟାନ୍ତଙ୍କୁ ମୁକୁଳା ଯାଇଥିଲା । ଜେଲରୁ ଛାଡ଼ ପାଇବା ପରେ ଇଂରେଜଙ୍କ ବିରୋଧରେ ବିଦ୍ରୋହ ଆହୁରି ତେଜିବାକୁ ଲାଗିଲା ।

ଏହାବାଦ ସମ୍ବଲପୁରର ଆଦିମ ଅଧିବାସିଙ୍କ ଭାଶା ଓ ସଂସ୍କୃତିକୁ ବଞ୍ଚାଇ ରଖିବା, ସମ୍ବଲପୁରରେ ସେମାନଙ୍କ ରାଜନୈତିକ କ୍ଷମତା ବଢାଇବା ଆଉ ଇଂରେଜ ମାନଙ୍କ ପ୍ରାଦୁର୍ଭାବରୁ ସେମାନଙ୍କୁ ରକ୍ଷା କରିବା ପାଇଁ ଅନେକ ପଦକ୍ଷେପ ମାନ ନେଇଥିଲେ । ଓଡ଼ିଶାର ପାର୍ବତ୍ୟ ଅଂଚଳରେ ନିଜ ବିଦ୍ରୋହକୁ ପରିବ୍ୟାପ୍ତ କରିବା ସହିତ ୧୮୬୨ ଆତ୍ମସମର୍ପଣ ପର୍ଯ୍ୟନ୍ତ ଏହାକୁ ଜାରି ରଖିଥିଲେ । ଆତ୍ମସମର୍ପଣ କରିବା ପୂର୍ବର ୧୭ ବର୍ଷ ଯାଏଁ ହଜାରୀବାଗରେ ବନ୍ଦୀ ଥିଲେ । ଅନେକେ ହୁଏତ ଜାଣିନଥିବେ ମାତ୍ର ୧୮ ବର୍ଷ ବୟସରେ ୧୮୨୭ ମସିହାରେ ଇଂରେଜ ବିରୋଧରେ ସଂଗ୍ରାମ ଆରମ୍ଭ କରିଥିଲେ ।

 

 

Leave A Reply

Your email address will not be published.