ଏହି ଦେଶରେ ଅଧିକ ମାତ୍ରାରେ ଦେଖିବାକୁ ମିଳେ ବିଷଧର ସାପ, ଜାଣନ୍ତୁ କେଉଁଠି…

ଆମ ପୃଥିବୀ ପଷ୍ଠରେ ଏମିତି ଅନେକ ଜୀବଜନ୍ତୁ ଅଛନ୍ତି ଯେଉଁମାନେ ଦେଖିବାକୁ ଭୟଙ୍କର ଓ ବିପଦପୂର୍ଣ୍ଣ । ସେମାନଙ୍କ ବିପଦଜନ୍ନକ ଗୁଣ ପାଇଁ ଆମେ ସେମାନଙ୍କୁ ଜାଣିଥାଉ । ଯେମିତିକି ଆମେ କହିପାରିବା ବିଷଧର ସାପ । ଦୁନିଆରେ ଏମିତି କିଛି ସାପ ଅଛନ୍ତି ଯେଉଁମାନେ କି ଅଧିକ ବିଷଧର । ସେମାନଙ୍କ ଠାରେ ରହିଥିବା ଜହର ମଣିଷର ଜୀବନ ନେଇଯାଇପାରେ । କଣ ଆପଣ ଜାଣିଛନ୍ତି କି ଦୁନିଆରେ ଥିବା ସବୁଠାରୁ ବିଷଧର ସାପ କେଉଁ ଦେଶରେ ମିଳିଥାଏ । କେଉଁ ସାପକୁ ଦୁନିଆର ସବୁଠାରୁ ବିଷଧର ସାପ ବୋଲି କୁହାଯାଇଥାଏ । ଆସନ୍ତୁ ଜାଣିବା ..

ଯଦି ଆମେ ବିଷଧର ସାପ ବିଷୟରେ କହିବା ତାହାଲେ ଦୁନିଆର ସବୁଠାରୁ ଅଧିକ ବିଷଧର ସାପ ହେଉଛି କିଙ୍ଗ କୋବ୍ରା । ଏହାର ଜହର ଖୁବ ଭୟଙ୍କର ଓ ବିପଦଜ୍ଜନକ ହୋଇଥାଏ। ଗୋଟିଏ ଟୋଟରେ ହିଁ ମଣିଷ ଜୀବନ ଚାଲିଯାଇଥାଏ । କିଙ୍ଗ କୋବ୍ରାର ଜହରରେ ନୁରୋ ଟୋକ୍ସିନ ରହିଥାଏ । ଯାହା ଶରୀରରେ ଥିବା ମାଂସ ପେଶୀୟ ତନ୍ତଗୁଡିକୁ ପ୍ରଭାବିତ କରିଥାଏ । ଯଦି ସମୟ ଅନୁସାରେ ବ୍ୟକ୍ତି କୁ ଚିକିତ୍ସା ମିଳିଲା ନାହିଁ ତାହାଲେ ବ୍ୟକ୍ତିର ଜୀବନ ଚାଲିଯିବାର ଅଧିକ ସମ୍ଭାବନା ରହିଥାଏ ।

କିଙ୍ଗ କୋବ୍ରାର ବୈଜ୍ଞାନିକ ନାମ ଅଫାଗସ ହାନ୍ନା ଅଟେ । ଏହି ସାପ ଭାରତ,ନେପାଳ, ବାଙ୍ଗାଲା ଦେଶ, ଓ ଦକ୍ଷିଣ ପୁର୍ବ ଏସିଆରେ ଥିବା ଜଙ୍ଗଲରେ ଦେଖାଯାଇଥାଏ । ଏହି ସାପର ଲମ୍ବ ୧୦ରୁ ୧୩ ଫୁଟ ହୋଇଥାଏ । ଏହାସହ ଏହି ସାପ ନିଜ ଫଣାକୁ ମେଲାଇବା ଦ୍ବାରା ଅଧିକ ଭୟଙ୍କର ହୋଇଥାଏ । ଏହାର ଜହର ଏତେ ପ୍ରଭାବଶାଳୀ ହୋଇଥାଏ ଗୋଟିଏ ଥର କାମୁଡିବା ଦ୍ବାରା ଲୋକର ଜୀବନ ଚାଲି ଯାଇଥାଏ ।

ଏହି ସାପ ସାଧାରଣତଃ ମଣିଷ ଠାରୁ ଦୁରରେ ରହିଥାଏ । କିନ୍ତୁ ଯଦି ଏହା ନିଜକୁ ବିପଦ ବୋଲି ମନେ କରେ ତାହାଲେ ସେ ଲୋକଙ୍କୁ ଆକ୍ରମଣ କରିଥାଏ । ଯେତେବେଳେ କିଙ୍ଗ କୋବ୍ରା ଆକ୍ରମଣ କରିଥାଏ ସେହି ସମୟରେ ନିଜର ଫଣା ବାହାର କରିଥାଏ ଏହାପରେ ଖୁବ ଜୋରରେ ସେ ଶିକାରକୁ ଆକ୍ରମଣ କରିଥାଏ ।

କିଙ୍ଗକୋବ୍ରା ଛୋଟ ସରିସୁପ ଏବଂ ଅନ୍ୟ ସାପ ଗୁଡିକୁ ଶିକାର କରିଥାଏ । ଏହା ବଡ ବଡ ସାପ ଗୁଡିକୁ ମଧ୍ୟ ଖାଇ ଦେଇଥାଏ । ଏହି ସାପ ଜଙ୍ଗଲରେ ଲୁଚି ରହିଥାଏ । ସେ ନିଜ ଶିକାର କରୁଥିବା ସମୟରେ ହିଁ ସେ ଜଣା ପଡିଥାଏ । । ଯେତେବେଳେ ତାକୁ ଖାଇବା ପାଇଁ କିଛି ଖାଦ୍ୟ ମିଳିନଥାଏ । ଏହି ସାପ ବେଳେବେଳେ ମଣିଷ ମାନଙ୍କ ପାଖରେ ପହଞ୍ଚି ଯାଇଥାଏ