ଭେଣ୍ଟିଲେଟର ନେଉଛି ଜୀବନ, ଅନ୍ୟ ରୋଗୀଙ୍କ ତୁଳନାରେ ଭେଣ୍ଟିଲେଟରରେ ଅଧିକ ମରୁଛନ୍ତି କରୋନା ରୋଗୀ

କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ସାରା ଦୁନିଆରେ ଏବେ ଭେଣ୍ଟିଲେଟରର ଆବଶ୍ୟକତା ପଡିଛି । ଏପରିସ୍ଥଳେ କିଛି ଡାକ୍ତର୍ ଏହି ଜୀବନ ବଞ୍ଚାଉଥିବା ମେସିନ୍ ଠାରୁ ଦୁରେଇ ରହୁଥିବା ଦେଖିବାକୁ ମିଳିଛି । ସେମାନଙ୍କ କହିବା ଅନୁଯାୟୀ ଅନେକ କେସରେ ଏହି ଭେଣ୍ଟିଲେଟର ରୋଗୀ ପାଇଁ ଜୀବନନାଶକ ପ୍ରମାଣିତ ହୋଇଛି । କାରଣ ଶ୍ୱାସପ୍ରଶ୍ୱାସ ରୋଗରେ ପୀଡିତ ଥିବା ରୋଗୀଙ୍କୁ ଭେଣ୍ଟିଲେଟରରେ ରଖିବା ଦ୍ଵାରା ତାଙ୍କର ମୃତ୍ଯ ହେଉଥିବା ଦେଖିବାକୁ ମିଳିଛି ।

ବିଶେଷଜ୍ଞଙ୍କ କହିବା ଅନୁଯାୟୀ ନିଶ୍ଵାସ ପ୍ରଶ୍ଵାସ ନେବାରେ କଷ୍ଟ ପାଉଥିବା ବ୍ୟକ୍ତିଙ୍କୁ ଭେଣ୍ଟିଲେଟରରେ ରଖିବା ଦ୍ଵାରା 40 ରୁ 50 ପ୍ରତିଶତ ଲୋକଙ୍କର ମୃତ୍ୟୁ ହୋଇଯାଇଥାଏ । କାରଣ ସେମାନେ ଅକ୍ସିଜେନର ଅତିରିକ୍ତ ପ୍ରଭାବ ସହ୍ୟ କରିପାରିନଥାନ୍ତି । ନ୍ୟୁୟର୍କର ସ୍ଵାସ୍ଥ୍ୟ ଅଧିକାରୀମାନେ ମଧ୍ଯ ଏହି କଥାକୁ ପ୍ରମାଣିତ କରି କହିଛନ୍ତି ଯେ ଭେଣ୍ଟିଲେଟରରେ ରଖାଯାଇଥିବା 80 ପ୍ରତିଶତ କରୋନା ରୋଗୀଙ୍କର ମୃତ୍ୟୁ ହୋଇଯାଇଛି ।

ତେବେ କଣ ସତରେ ଭେଣ୍ଟିଲେଟର କରୋନା ରୋଗୀଙ୍କ ପାଇଁ ଘାତକ ସାଜୁଛି ? ନ୍ୟୁୟର୍କର ଗଭର୍ଣ୍ଣରଙ୍କ କହିବା ଅନୁଯାୟୀ ନିମୋନିଆ ରୋଗୀମାନେ 1 କିମ୍ବା 2 ଦିନରୁ ଅଧିକ ଭେଣ୍ଟିଲେଟରରେ ରହିପାରନ୍ତି ନାହିଁ । ଯଦିଓ କରୋନା ସଂକ୍ରମିତଙ୍କୁ ଏହି ମେସିନ୍ 10 ରୁ 15 ଦିନ ପର୍ଯ୍ୟନ୍ତ ରଖିବା ଏକ ସାଧାରଣ କଥା ଅଟେ । ତଥାପି ତାଙ୍କର ମୃତ୍ୟୁ ହେଉଥିବା ଏକ ଚିନ୍ତାର ବିଷୟ ପାଲଟିଛି । ଆମେରିକାରେ ମଧ୍ଯ ଏପରି ଘଟଣା ଦେଖିବାକୁ ମିଳିଛି । ତେବେ ଡାକ୍ତରମାନେ ବର୍ତ୍ତମାନ୍ ଏହା ଜାଣିବା ପାଇଁ ଚେଷ୍ଟା କରୁଛନ୍ତି ଯେ ଭେଣ୍ଟିଲେଟରରେ ରଖିବା ପରେ ରୋଗୀଙ୍କ ଅବସ୍ଥା ଏତେ ଗମ୍ଭିର ହୋଇଯାଉଛି କାହିଁକି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.