କନ୍ୟା ରାଶିରେ ପ୍ରବେଶ କରୁଛନ୍ତି ଶୁକ୍ର, ୨୪ ସେପ୍ଟେମ୍ବରରୁ ଏହି ରାଶିର ବଦଳିଯିବ ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶୁକ୍ର ଗ୍ରହ ସୁଖ, ବୈଭବ, ସୌହାର୍ଦ୍ଦ୍ୟ, ଭୋଗ ବିଳାସ, ବିବାହ ଯୋଗ ପ୍ରଦାନ କରିଥାନ୍ତି । ଜ୍ୟୋତିଷ ଶାସ୍ତ୍ରରେ ଗୁରୁ ଏବଂ ଶୁକ୍ର ଗ୍ରହର ସ୍ୱତନ୍ତ୍ର ସ୍ଥାନ ରହିଛି।  ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ସଫଳତା, ମାନ ସମ୍ମାନ, ସ୍ୱାସ୍ଥ୍ୟ ଉପରେ ସିଧା ପ୍ରଭାବ ପକାଇଥାଏ। ତେଣୁ ସୂର୍ଯ୍ୟଙ୍କ ଗୋଚର ଜ୍ୟୋତିଷ ଶାସ୍ତ୍ରରେ ସ୍ୱତନ୍ତ୍ର ବୋଲି ମନାଯାଏ।  ୨୪ ସେପ୍ଟେମ୍ବରରୁ ଶୁକ୍ର କନ୍ୟା ରାଶିରେ ପ୍ରବେଶ କରୁଛନ୍ତି। ଯାହାର ପ୍ରଭାବ କେତେକ ରାଶି ଉପରେ ପଡିବ। ଶୁକ୍ର ଗୋଚର ହେବା ୩ଟି ରାଶି ପାଇଁ ଶୁଭ ହେବ ଏବଂ ଏମାନଙ୍କ ଭାଗ୍ୟ ପରିବର୍ତ୍ତନ ହୋଇଯିବ।

ଏହି ଗୋଚର ଫଳ ବିଭିନ୍ନ ରାଶିକୁ ବିଭିନ୍ନ ଭାବେ ପ୍ରଦାନ କରିଥାନ୍ତି ।  ଶୁକ୍ର ଭୌତିକ ସୁଖ ଦେବାର ଗ୍ରହ । ଏହି ଗ୍ରହ ଭଲ ଭାବେ ରହିଲେ ଭୌତିକ ସୁଖ ଯଥା ଘର, ଗାଡ଼ି, ଅଳଙ୍କାର, ସୌକୀନ ପଦାର୍ଥ ଓ ପ୍ରେମ ଆଦିରେ ସଫଳତା ଦେବେ । ପରିବାରରେ ଶାନ୍ତି ଓ ସୁଖ ମିଳିବ । ଶୁକ୍ର ଗ୍ରହ ୨୪ ସେପ୍ଟେମ୍ବର ସକାଳ ୮ଟା ୫୧ ମିନିଟରୁ କନ୍ୟା ରାଶିରେ ପ୍ରବେଶ କରୁଛନ୍ତି। କନ୍ୟା ରାଶିରେ ପ୍ରବେଶ କରିବା ପରେ ଶୁକ୍ର ଗ୍ରହରେ ବିରାଜମାନ ସୂର୍ଯ୍ୟଦେବ ଏବଂ ବକ୍ରି ବୁଧ ସହିତ ସଂଯୋଗ ହେବେ। ଶୁକ୍ର ଗ୍ରହ କନ୍ୟା ରାଶିରେ ପ୍ରବେଶ କରିବା ଦ୍ୱାରା କେଉଁ ରାଶିରେ ଶୁଭ ପ୍ରଭାବ ପଡିବ ଜାଣନ୍ତୁ…

ବୃଷ ରାଶି : ବୃଷ ରାଶିର ସ୍ୱାମୀ ଶୁକ୍ର ଗ୍ରହ। ଶୁକ୍ର କନ୍ୟା ରାଶିରେ ପ୍ରବେଶ କରିବା ପରେ ବୃଷ ରାଶି ଜାତକଙ୍କ ଇଚ୍ଛା ପୂରଣ ହେବ। ସେମାନେ ଆଶା କରିଥିବା ଇଚ୍ଛା ପୂରଣ ହେବ। ମାନ ସମ୍ମାନ ବଢିବ। ସୁଖ ସୁବିଧାରେ ମଧ୍ୟ ବୃଦ୍ଧି ହେବ। ଯଦି ଆପଣ କେଉଁଠି ନିବେଶ କରିଛନ୍ତି, ତେବେ ଧନଲାଭ କରିପାରିବେ। ଏହାଛଡା ବେପାରରେ ଭଲ ଲାଭର ସମ୍ଭାବନା ରହିଛି।

ମିଥୁନ ରାଶି : ଶୁକ୍ର ଗ୍ରହ କନ୍ୟା ରାଶିରେ ପ୍ରବେଶ କରିବା ଦ୍ୱାରା ମିଥୁନ ରାଶିର ଭାଗ୍ୟ ପରିବର୍ତ୍ତନ ହେବ। ଆମଦାନୀ ବୃଦ୍ଧି ହୋଇପାରେ। ଧନଲାଭ ହେବା ସହିତ ମିଥୁନ ରାଶିର ବ୍ୟକ୍ତି ଧନ ସଂଚୟ କରିପାରିବେ। ଏହାସହିତ ଦାମ୍ପତ୍ୟ ଜୀବନରେ ଭଲ ରାଶି ମିଳିବ। ଚାକିରି କରିଥିବା ଲୋକଙ୍କ ପାଇଁ ଭଲ ସମୟ। ମିଥୁନ ରାଶିର ଲୋକ ଅଚାନକ ଧନ ପ୍ରାପ୍ତ ହେବେ। ମାଲି ମକଦ୍ଦମାମଲାରେ ଜିତିବେ। ଏହାଛଡା ଜୀବନରେ ସୁଖ ମିଳିବ। ଘର କିଣିବାର ଇଚ୍ଛା ପୂରଣ ହେବ।

କନ୍ୟା ରାଶି : ଶୁକ୍ର ଗ୍ରହ କନ୍ୟା ରାଶିରେ ପ୍ରବେଶ କରିବା କନ୍ୟା ରାଶିଙ୍କ ପାଇଁ ଲାଭଦାୟୀ ହେବ। ପ୍ରତି ମାମଲାରେ ଆପଣଙ୍କ ବିଜୟ ହେବ। ଏହି ଯୋଗୁଁ ଆପଣଙ୍କର ଆତ୍ମବିଶ୍ୱାସ ବଢିବ। କନ୍ୟା ରାଶି ଲୋକ କ୍ୟାରିଅରରେ ସଫଳତା ପ୍ରାପ୍ତ କରିବେ। ଅଧିକ ସମୟରୁ ପ୍ଲାନ କରୁଥିବା ଲୋକ ବିଦେଶ ଯାତ୍ରା କରିବେ। ନିବେଶ ପାଇଁ ସବୁଠାରୁ ଭଲ ସମୟ।

Also Read : ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ଗୁରୁବାର ଭଗବାନ ବିଷ୍ଣୁଙ୍କୁ କରନ୍ତୁ ଏହି ଉପାୟରେ ପୂଜା , ଦୂର ହେବ ସଙ୍କଟ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.