ଏହି ଦେଶର କାନ୍ଥରେ କରାଯାଏ ଚାଷ, ଧାନ ଠାରୁ ଗହମ ଓ ପନିପରିବା ସବୁକିଛି କରାଯାଏ ଉତ୍ପାଦନ

ବର୍ତ୍ତମାନ ସମୟରେ ସବୁ କ୍ଷେତ୍ରରେ ଟେକ୍ନୋଲୋଜି ବହୁତ ଉନ୍ନତମାନର ହୋଇସାରିଲାଣି। ଖାସ୍‌ କରି କୃଷି କ୍ଷେତ୍ରରେ। କୃଷି କ୍ଷେତ୍ରରେ ବିଭିନ୍ନ ପ୍ରକାରର ଜ୍ଞାନକୌଶଳ ଆପଣାଯାଉଛି। ଯାହା ଚାଷ କରିବାରେ ବେଶ ସହାୟକ ହୋଇଥାଏ। ସହଚରେ ଚାଷ କାର୍ଯ୍ୟ ହୋଇପାରୁଥିବାରୁ ଭଲ ଉତ୍ପାଦନ ମଧ୍ୟ ହେଉଛି। ଯଦି ଆପଣ ଭାବୁଛନ୍ତି ଚାଷ କେବଳ ଖେତରେ ହୁଏ ବୋଲି ତେବେ ଆପଣଙ୍କ ଧାରଣା ବିଲକୁଲ ଭୁଲ। କାହିଁକି ନା ଏମିତି ଏକ ଦେଶ ରହିଛି, ଯେଉଁଠି ଚାଷ କାନ୍ଥରେ ମଧ୍ୟ କରାଯାଉଛି। ଆଉ ଏହି କାନ୍ଥରୁ ଧାନ, ଗହମ ସହିତ ବିଭିନ୍ନ ପ୍ରକାର ପନିପରିବା ମଧ୍ୟ ଉତ୍ପାଦନ କରାଯାଉଛି। ଏହି କୌଶଳ ଏବେ ଧୀରେ ଧରରେ ସମଗ୍ର ବିଶ୍ୱରେ ଲୋକପ୍ରିୟ ହେଲାଣି। ଏହି କୌଶଳକୁ ଭର୍ଟିକାଲ ଫାର୍ମିଂ ଅର୍ଥାତ କାନ୍ଥରେ ଚାଷ କରିବା ମଧ୍ୟ କୁହାଯାଏ।

ଭର୍ଟିକାଲ ଫାର୍ମିଂ ଅର୍ଥାତ୍‌ କାନ୍ଥରେ ଚାଷ କରୁଥିବା ଦେଶ ହେଉଛି ଇସ୍ରାଏଲ। ଇସ୍ରାଏଲ ଏବଂ ଅନ୍ୟ କେତେକ ଦେଶରେ ଚାଷ ଖେତର ଅଭାବ ରହିଛି ଏବଂ ଏହି ସମସ୍ୟାରୁ ମୁକ୍ତି ପାଇଁବା ପାଇଁ ସେଠିକାର ଲୋକ ଭର୍ଟିକାଲ ଫାର୍ମିଂ ବା କାନ୍ଥରେ ଚାଷ କରୁଛନ୍ତି।

farming

ଇସ୍ରାଏଲର କମ୍ପାନ ଗ୍ରୀନ ଓ୍ଵାଲର ସଂସ୍ଥାପକ ପୋୟାନିର ଗାଇ ବାରନେସଙ୍କ ମୁତାବକ, ତାଙ୍କ କମ୍ପାନୀ ସହିତ ଗୁଗଲ ଏବଂ ଫେସବୁକ୍‌ ଭଳି ବଡ ବଡ କମ୍ପାନୀ ଜଡିତ। ଯାହାର ସହଯୋଗରେ ଇସ୍ରାଏଲର ଅନେକ କାନ୍ଥରେ ଭର୍ଟିକାଲ ଫାର୍ମିଂ କୌଶଳରେ ଚାଷ କରାଯାଉଛି।

farmin 1

କେମିତି ହୁଏ କାନ୍ଥରେ ଚାଷ ?

ଭର୍ଟିକାଲ ଫାର୍ମିଂ ପାଇଁ ଗଛକୁ ଛୋଟ ଛୋଟ କୁଣ୍ଡରେ ଯୁନିଟ୍‌ ଅନୁଯାୟୀ ଲଗାଯାଏ। ଏହା ଯେପରି କୁଣ୍ଡରୁ ନ ପଡିଯାଏ, ତାହା ମଧ୍ୟ ଧ୍ୟାନରେ ରଖାଯାଏ। ଏହି କୁଣ୍ଡକୁ ଚାଷ ପାଇଁ ବିଶେଷ ଭାବେ ପ୍ରସ୍ତୁତ କରାଯାଏ। କିନ୍ତୁ ଶସ୍ୟରୁ ଗଛ ହେବା ପାଇଁ ଏହି ୟୁନିଟ୍‌କୁ କିଛି ସମୟ ପାଇଁ କାନ୍ଥରୁ କଢାଯାଇ ତଳେ ରଖାଯାଇଥାଏ। ପରେ ଏହାକୁ କାନ୍ଥରେ ଲଗାଇଦିଆଯାଏ।

77

ପରିବେଶ ପାଇଁ ଉପଯୁକ୍ତ :

ଇସ୍ରାଏଲ ଛଡା ଭର୍ଟିକାଲ ଫାର୍ମିଂ ବା କାନ୍ଥରେ ଚାଷ କରିବାର କୌଶଳ ଆମେରିକା, ୟୁରୋପ ଏବଂ ଚୀନରେ ମଧ୍ୟ କରାଯାଉଛି। ଏହି ଚାଷରେ ସବୁଠାରୁ ବଡ ଫାଇଦା ହେଲା, କାନ୍ଥରେ ଗଛ ହେବା ଦ୍ୱାରା ତାପମାତ୍ରା ବୃଦ୍ଧି ହୁଏନାହିଁ ଏବଂ ଆଖପାଖରେ ପରିବେଶ ବାତାବରଣରେ ମଧ୍ୟ ସହାୟତ ହୁଏ। ଏହାଛଡା ଧ୍ୱନି ପ୍ରଦୂଷଣର ପ୍ରଭାବ ମଧ୍ୟ କମ୍‌ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.