ଗଛରେ କୋଠା ନା କୋଠାରେ ଗଛ ! ତାତିରୁ ରକ୍ଷା ପାଇବା ପାଇଁ ଏଭଳି ନିଆରା ବ୍ୟବସ୍ଥା

ବର୍ତ୍ତମାନ ସମୟରେ ଜଳବାୟୁରେ ପରିବର୍ତ୍ତନ ହେବା ସମଗ୍ର ବିଶ୍ୱ ପାଇଁ ବିପଦର ଘଣ୍ଚି ଭଳି । ଆଉ ଏହାର ସମାଧାନ ଦିଗରେ ସବୁଜ କ୍ଷେତ୍ର ସୃଷ୍ଟି କରିବାର କଥା ସବୁ ବେଳେ କୁହାଯାଉଛି । ଗଛ ଲଗାଇଲେ ହିଁ ଜଳବାୟୁ ଠିକ ରହିବ ଆଉ ଆଗାମୀ ବିପଦକୁ ଏଡାଇହେବ । ତେଣୁ ସବୁଠି ଗଛ ଲଗାଇବାର ଟ୍ରେଣ୍ଡ ଆରମ୍ଭ ହୋଇସାରିଛି । ଏହାରି ଭିତରେ ଏକ ଚର୍ଚ୍ଚା ହେଉଛି ଇଟାଲିର ମିଲାନ ସହର ସ୍ଥିତ ହାଇ ରାଇଡ କମ୍ପ୍ଲେକ୍ସ ବସ୍କୋ ଭର୍ଟିକିଲର । ସହରର ଉଚ୍ଚ କୋଠା ଦ୍ୱାରା ମଧ୍ୟ ସବୁଜିମାର ବ୍ୟାପକତା ବଢାଯାଇପାରିବ ଆଉ ଏହି କୋଠା ଏହାର ସଠିକ ଉଦାହରଣ ହେବ । ଏହି କନସେପ୍ଟକୁ ଭର୍ଟିକାଲ ଫରେଷ୍ଟ ମଧ୍ୟ କୁହାଯାଉଛି । କିନ୍ତୁ ଏହାକୁ କିଏ ତିଆରି କରିଛନ୍ତି ଓ ଏହାର କଣ ସବୁ ଖାସ ରହିଛି ଜାଣିବା ।
ଇଟାଲିର ହାଇ ରାଇଜ କମପ୍ଲେକ୍ସ ବସ୍କୋ ଭର୍ଟିକିଲର ନିର୍ମାଣ ୨୦୧୪ରେ କରାଯାଇଛି । ଏହାକୁ ଇତାଲବି ବାସ୍ତୁକାର ଓ ସିଟିପ୍ଲାନର ଷ୍ଟେଫାନୋ ବୋଏରି ତିଆରି କରିଥିଲେ । ଏଭଳି ଦୁଇଟି କୋଠା ତିଆରି କରାଗଲା । ଆଉ ଏହି ଦୁଇଟିରେ ମିଶାଇ ପାଖାପାଖି ୮୦୦ରୁ ଅଧିକ ଗଛ ଓ ୧୫ହଜାର ଚାରା ରହିଛି । ଏହି କୋଠା ଗ୍ରୀନ ଅର୍ବନ ଲାଇଫର ଏକ ପ୍ରତୀକ ଭାବେ ମାନାଯାଏ ।
ସ୍ଟେଫାନୋ ବୋଏରୀ ୨୦୦୭ରେ ଦୁବାଇ ଯାଇଥିଲେ । ସେଠାରେ ସେ ହାଇ ରାଇଜ ବିଲ୍ଡିଂ ଦେଖିଥିଲେ । ଏହି କୋଠାରେ କାଚ, ମେଟାଲ ଓ ସିରେମିକ ପ୍ରୟୋଗ କରାଯାଇଥିଲା । ଯାହା ଫଳରେ ଯେତେବେଳେ ସୂର୍ଯ୍ୟ କିରଣ ଏହି କୋଠା ଉପରେ ପଡୁଥିଲା ତେବେ ଜମି ଉପରେ ଗରମ ବଢୁଥିଲା । ଏହା ଉପରେ ରିସର୍ଚ୍ଚ କରାଗଲା । ରିସର୍ଚ୍ଚରୁ ଏହା ସାମନାକୁ ଆସିଲା କି ୨୦୦୦ପରେ ସେଠାରେ ଯେଉଁ କୋଠା ତିଆରି କରାଗଲା ସେଥିମଧ୍ୟରୁ ୯୪ପ୍ରତିଶତ କାଚର ବ୍ୟବହାର କରାଯାଇଥିଲା ।
କୋଠାରେ ହୋଇଥିବା ଏହି ସରଂଚନା କାରଣରୁ ବଢୁଥିବା ଗରମକୁ ରୋକିବାକୁ ଇଟାଲିରେ ଉଚ୍ଚା ଉଚ୍ଚା କୋଠା ତିଆରି କରିବାକୁ ଓ ସେଥିରେ ଚାରା ଲଗାଇବାକୁ ଚିନ୍ତା କରାଗଲା । କୋଠାର ପ୍ରତ୍ୟେକ ପାର୍ଶ୍ୱରେ ଚାରାକୁ ଲଗାଗଲା ଯାହା ଫଳରେ ସୂର୍ଯ୍ୟଙ୍କ ରଶ୍ମୀର ପ୍ରଭାବକୁ କମ କରାଯାଇପାରିବ । ବାସ୍କୋ ଭର୍ଟିକିଲକୁ ତିଆରି କରିବାର ଆରମ୍ଭ ୨୦୦୯ରେ ହୋଇଥିଲା ଓ ୨୦୧୪ରେ ଏହାର ତିଆରି ସମ୍ପୂର୍ଣ୍ଣ ହୋଇଥିଲା ।
ଦୁଇ କୋଠାର ଲମ୍ବ ୮୦ ଓ ୧୧୨ମିଟର । ବିଲ୍ଡିଂରେ ଗଛ ଅଧିକ ହେବା କାରଣରୁ ଆଦ୍ରତା ମେଣ୍ଟେନ ହୋଇଥାଏ । ଏଥିରେ ଅଧିକ ଅକ୍ସିଜେନ ମିଳିଥାଏ ତା ସହ ଅଧିକରୁ ଅଧିକ କାର୍ବନ ଡାଇଅକ୍ସାଇଡକୁ କମ କରାଯାଇପାରେ । ଏହି କୋଠା ପକ୍ଷୀମାନଙ୍କୁ ନିଜ ଆଡକୁ ଆକର୍ଷିତ କରିଥାଏ ଓ ମଣିଷ ମଧ୍ୟ ପ୍ରକୃତିର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ପ୍ରକୃତି ଆଡକୁ ଟାଣିହୁଏ । ଏହି କନ୍ସପେଟ ବର୍ତ୍ତମାନ ଦୁନିଆରେ ଅନେକ ସ୍ଥାନରେ ଆରମ୍ଭ କରାଗଲାଣି । ଯାହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟୁଛି ।