ସ୍ପେଶାଲ

ବିଜୟ ମହାନ୍ତି : ଓଡ଼ିଆ ସିନେ ଜଗତର କିମ୍ବଦନ୍ତୀ ଅଭିନେତା, ଯାହାଙ୍କୁ ସମସ୍ତେ ଭଲ ପାଆନ୍ତି

ବିଜୟ ମହାନ୍ତି, ନାମଟି ହିଁ ଯଥେଷ୍ଟ। ଓଡିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତା ବିଜୟ ମହାନ୍ତି ରାଜ୍ୟର ଘରେ ଘରେ ପରିଚିତ। ନାୟକ, ଖଳନାୟକ ଓ ଚରିତ୍ର ଅଭିନୟରେ ସେ ଓଡ଼ିଆ ଦର୍ଶକଙ୍କ ମନ ଜିଣିଥିଲେ। ନିଭାଇଥିବା ପ୍ରତିଟି ଚରିତ୍ରକୁ ଜୀବନ୍ତ କରି ତୋଳିବା ଥିଲା ବିଜୟଙ୍କ ସ୍ୱକୀୟତା। ଏଥିଲାଗି ସେ ଏକାଧିକବାର ଶ୍ରେଷ୍ଠ ଅଭିନେତା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ।

ପିଲାଦିନ ଓ ପାଠପଢା :

୧୯୫୦ ମସିହା ଏପ୍ରିଲ ୮ ତାରିଖରେ କେନ୍ଦ୍ରାପଡାରେ ପାନ୍ଦିରିରେ ଜନ୍ମଗ୍ରହଣ କରିଥିଲେ। କିନ୍ତୁ ସେ ମୟୂରଭଞ୍ଜ ବାରିପଦାରେ ରହୁଥିଲେ। ଏମକେସି ସ୍କୁଲରେ ପାଠ ପଢୁଥିବା ବେଳେ ଅଭିନୟ କରିବା ଆରମ୍ଭ କରି ଦେଇଥିଲେ। ସ୍କୁଲ ପଢା ସାରିବା ପରେ ଗ୍ରାଜୁଏସନ କରିବା ସମୟରେ ନ୍ୟାସନାଲ ସ୍କୁଲ ଅଫ ଡ୍ରାମାରେ ଯୋଗ ଦେଇଥିଲେ। ଏଠାରେ ସେ ବଲିଉଡର ପ୍ରଖ୍ୟାତ କଳାକାର ନସିରୁଦ୍ଦିନ ଶାହ, ରାଜ ବବର, ଓମ ପୁରୀଙ୍କ ସହିତ ଅଭିନୟ ଶିଖିଥିଲେ। ସେଠାରେ ରହି ବିଜୟ ମହାନ୍ତି ୧୯୭୫ରେ ଦିଲ୍ଲୀରେ ଥିଏଟରରେ କାମ କରିବା ଆରମ୍ଭ କରିଥିଲେ।

ଫିଲ୍ମ କ୍ୟାରିଅର :

ତା’ ପରେ ବିଜୟ ମହାନ୍ତି ୧୯୭୭ ମସିହାରେ ଓଡିଆ ଫିଲ୍ମ ‘ଚିଲିକା ତୀରେ’ରେ କ୍ୟାରିଅର ଆରମ୍ଭ କରି ଦେଇଥିଲେ। ‘ନାଗ ଫାଶ, ସମୟ ବଡ ବଳବାନ, ଦଣ୍ଡା ବାଳୁଙ୍ଗା, ସହରୀ ବାଘ, ଚକା ଭଉଁରୀ, ଚକା ଆଖି ସବୁ ଦେଖୁଛି’ ଭଳି ଫିଲ୍ମରେ ତାଙ୍କ ଅଭିନୟ ସମସ୍ତଙ୍କୁ ଚକିତ କରି ଦେଇଥିଲା।

ନାୟକ ହେଉ ଅବା ଖଳନାୟକ ସବୁ ଚରିତ୍ରରେ ନିଜକୁ ଫିଟ କରି ପାରୁଥିଲେ ବିଜୟ ମହାନ୍ତି। ତାପରେ ଫିଲ୍ମ ଆରତୀ (୧୯୮୧), ମମତା ମାଗେ ମୂଲ (୧୯୮୫), ଏଇ ଆମ ସଂସାର (୧୯୮୬), ଆମ ଘର ଆମ ସଂସାର (୧୯୯୧), କି ହେବ ଶୁଆ ପୋଷିଲେ, ଭୀଷ୍ମ ପ୍ରତିଜ୍ଞା ( ୧୯୯୩), ଭାଇ ହେଲା ଭଗାରୀ (୧୯୯୪), ସୁନା ପଞ୍ଜୁରୀ, ଲକ୍ଷ୍ମଣ ରେଖା, ରାକ୍ଷୀ ଭିଜିଗଲା ଆଖି ଲୁହରେ ଆଦି ଫିଲ୍ମରେ ଅଭିନୟ କରିସାରିଛନ୍ତି।

ଏହାଛଡା ଫିଲ୍ମ ‘ଭୁଲି ହୁଏନା’ର ମଧ୍ୟ ନିର୍ଦ୍ଦେଶନା ଦେଇଛନ୍ତି ବିଜୟ ମହାନ୍ତି। ଉତ୍କଳ ସଂଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବେ କାର୍ଯ୍ୟ ନିର୍ବାହ କରିଥିଲେ। କେବଳ ଫିଲ୍ମ ନୁହେଁ ବିଜୟ ମହାନ୍ତି ଅନେକ ସିରିଅଲରେ ମଧ୍ୟ ନଜର ଆସିଛନ୍ତି। ନ୍ୟାସ୍ନାଲ୍ ସ୍କୁଲ୍ ଅଫ୍ ଡ୍ରାମା, ଦିଲ୍ଲୀରୁ ପ୍ରଶିକ୍ଷଣ ପ୍ରାପ୍ତ ବିଜୟ ମହାନ୍ତି ୧୯୭୬ ମସିହାରେ ‘ନାଗଫାଶ’ ଚଳଚ୍ଚିତ୍ରରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ। ଉଚ୍ଚକୋଟୀର ଅଭିନୟ ନିମନ୍ତେ ସେ ଓଡ଼ିଆ ଚଳଚ୍ଚିତ୍ରର ସର୍ବୋଚ୍ଚ ସମ୍ମାନ ‘ଜୟଦେବ ପୁରସ୍କାର’ ପାଇଛନ୍ତି।

ରାଜନୈତିକ ଜୀବନ :

ବିଜୟ ମହାନ୍ତି ୨୦୧୪ରେ କଂଗ୍ରେସରେ ଯୋଗ ଦେଇଥିଲେ। ଏହାଛଡା ଭୁବନେଶ୍ୱର ଲୋକସଭା ସିଟ୍‌ ପାଇଁ ମଧ୍ୟ ନିର୍ବାଚନ ଲଢିଥିଲେ କିନ୍ତୁ ହାରି ଯାଇଥିଲେ। ତା’ ପରେ ସେ କଂଗ୍ରେସ ଦଳ ଛାଡି ଦେଇଥିଲେ।

ବ୍ୟକ୍ତିଗତ ଜୀବନ :

ବିଜୟ ମହାନ୍ତି ଓଡିଆ ଚଳଚ୍ଚିତ୍ର ଜଗତର ନିଖୁଣ ଅଭିନେତ୍ରୀ ତନ୍ଦ୍ରା ରାୟଙ୍କୁ ବିବାହ କରିଥିଲେ। ତାଙ୍କର ଗୋଟେ ଝିଅ ରହିଛି। ଗତ ୪/୫ ବର୍ଷ ହେବ ସେ ହାଇଦ୍ରାବାଦରେ ଥିବା ତାଙ୍କ ଝିଅ ପାଖରେ ରହୁଥିଲେ।

ପୁରସ୍କାର :

ବିଜୟ ମହାନ୍ତି ୨୦୧୪ରେ ଜୟଦେବ ଆଓ୍ଵାର୍ଡ ପାଇଥିବା ବେଳେ କଳା ଏବଂ ସାହିତ୍ୟ ପାଇଁ ନ୍ୟାସନାଲ ଆଓ୍ଵାର୍ଡରେ ସମ୍ମାନିତ କରାଯାଇଥିଲା। ଏହାଛଡା ବିଜୟ ମହାନ୍ତି ଓଡିଶା ତରଫରୁ ୬ ଥର ରାଜ୍ୟ ଚଳଚ୍ଚିତ୍ର ଆଓ୍ଵାର୍ଡ ଜିତିଛନ୍ତି। ୧୯୮୭ରେ ଓଡିଶା ସିନେ କ୍ରିଟିକ୍ସ ଆଓ୍ଵାର୍ଡ ମଧ୍ୟ ବିଜୟ ମହାନ୍ତି ଜିତିଥିଲେ।

Swagatika

Recent Posts

ଓଡିଆ ପଣ୍ଡିତଙ୍କୁ ଗଙ୍ଗା ଘାଟ ଛାଡିବାକୁ ବାଧ୍ୟ କରାଯାଉଛି, ଚିନ୍ତାରେ ବର୍ଷ ବର୍ଷ ଧରି ରହିଆସୁଥିବା ଓଡିଆ ବ୍ରାହ୍ମଣ

କୋଲକାତା (କେନ୍ୟୁଜ) : ପୁଣ୍ୟତୋୟା ଗଙ୍ଗା ଘାଟଗୁଡ଼ିକ ଧର୍ମ ସଂସ୍କୃତି ଓ ଆସ୍ଥାର ପ୍ରମୁଖ ସ୍ଥଳୀ ଭାବରେ ପରିଚିତି ଲାଭ…

14 mins ago

ଘରେ କଳାକନା ବୁଲାଇ ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଆସବାବ ପତ୍ର ନେଇଗଲେ ଚୋର

ତାଳଚେର (କେନ୍ୟୁଜ) : ଯଦି ଆପଣ କେବେ ନିଜ ଘର ତାଲା ପକାଇ ବନ୍ଧୁ ଘର କିମ୍ବା ସମ୍ପର୍କୀୟଙ୍କ ଘରକୁ…

14 mins ago

କଳିଙ୍ଗ ଷ୍ଟାଡିୟମ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କଲେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ଭୁବନେଶ୍ୱର(କେନ୍ୟୁଜ୍‌): କ୍ରୀଡ଼ା ଓ ଯୁବସେବା ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି କଳିଙ୍ଗ ଷ୍ଟାଡିୟମ ଗସ୍ତ କରି ରାଜ୍ୟର…

22 mins ago

ଭୋଜି ଖାଇ ଫେରୁଥିଲେ ହେଲେ ଏକାସାଥିରେ ଆରପାରିକୁ ଚାଲିଗଲେ ଚାରି ସାଙ୍ଗ

ନୂଆପଡା (କେନ୍ୟୁଜ) : ଭୋଜି ଖାଇ ସାଙ୍ଗ ହୋଇ ଫେରୁଥିଲେ ଏହି ୪ ଜଣ ସାଙ୍ଗ । ଏମାନେ ୪…

27 mins ago

ଆଜି ସାରା ବିଶ୍ୱ ପାଳିଲା ‘ଆର୍ଟ ଅଫ୍ ଗିଭିଂ’ ଦିବସ

ଭୁବନେଶ୍ୱର(କେନ୍ୟୁଜ୍‌): ଜୁନ୍ ୧୭ ତାରିଖରେ ଭାରତ ସମେତ ବିଶ୍ୱର ୨୦୦ଟି ଦେଶର ୨୫ହଜାର ସ୍ଥାନରେ ୧୧ଶ ଅନ୍ତର୍ଜାତୀୟ ‘ଆର୍ଟ ଅଫ୍…

44 mins ago

ମହାନତା ଦେଖାଇଲେ ମୁଖ୍ୟମନ୍ତ୍ରୀ, ପୀଡିତଙ୍କୁ ୩୦ ହଜାର ଟଙ୍କା ସହ ଯୋଗାଇଲେ ଚିକିତ୍ସା

ଚାନ୍ଦବାଲି (କେନ୍ୟୁଜ): ଏ ଶରୀର କ୍ଷଣସ୍ଥାୟୀ । ସତରେ ଏ ଶରୀର କିଛି ନୁହେଁ ଆଜି ଭଲ ଅଛି ତ…

54 mins ago