ପାଠ୍ୟକ୍ରମରେ ଭିଡିଓ ଗେମ ଏକ ବିଷୟ, କ୍ଲାସରୁମରେ ଦିଆଯାଏ ଗେମିଙ୍ଗ ଶିକ୍ଷା

ଅନଲାଇନ ଭିଡିଓ ଗେମକୁ ନେଇ ଆମର ଚିନ୍ତାଧାରା ଏପରି କି ପିଲାଙ୍କୁ ଯଦି ଏହାର ଅଭ୍ୟାସ ପଡିଯାଉଛି ତେବେ ପଢା ସହ ସେମାନଙ୍କର ଭବିଷ୍ୟ ମଧ୍ୟ ପ୍ରଭାବିତ ହୋଇଥାଏ । ଖାସକରି ପବଜି କଥା ଯଦି କହିବା ଏବଂ ଏପରି ଅନେକ ଗେମ ରହିଛି ଯେଉଁ ଗେମଗୁଡିକ ବହୁତ ହି ଖରାପ ପ୍ରଭାବ ପକାଇଛି ବୋଲି କହିହେବ । ଏମିତିକି ଏହି ଗେମ ପାଇଁ ଆତ୍ମହତ୍ୟା, ହତ୍ୟା, ଅବସାଦ ପରି ଘଟଣା ସାମନାକୁ ମଧ୍ୟ ଆସିଛି । ଆଉ ଏସବୁ ବ୍ୟାନ ହେବା ପରେ ବି ନାଁ ବଦଳାଇ ପୁଣି ମାର୍କେଟକୁ ଚାଲିଆସୁଛି । ଏଭଳି ଘଟଣା ଗୁଡିକ ପାଇଁ ଭିଡିଓ ଗେମ୍ସ ପ୍ରତି ବହୁତ ହି ଖରାପ ଚିନ୍ତାଧାରା ଲୋକଙ୍କ ମନରେ ଘର କରିସାରିଛି । କିନ୍ତୁ ଏକ ଏମିତି ଦେଶ ଯେଉଁଠି ଭିଡିଓ ଗେମକୁ ବିଦ୍ୟାଳୟରେ ଏକ ପାଠ୍ୟକ୍ରମ ହିସାବରେ ସାମିଲ କରାଯାଉଛି । ଜାଣିବା ସେ ଦେଶ ବିଷୟରେ ।

ଏହି ଦେଶର ନାମ ପୋଲାଣ୍ଡ । ଯେଉଁଟି ଭିଡିଓ ଗେମ ପାଠପଢାର ଏକ ଅଂଶ । ଦାବି କରାଯାଉଛି କି ଏଭଳି କରିବାର ପ୍ରଥମ ଦେଶ ହେଉଛି ପୋଲାଣ୍ଡ । ଯଦିଓ ତୁର୍କୀରେ ମଧ୍ୟ ଭିଡିଓ ଗେମକୁ ସିଲାବସରେ ଯୋଡାଯାଇଚି । କିନ୍ତୁ କହିରଖୁଛୁ ପୋଲାଣ୍ଡରେ ଯେଉଁ ଭିଡିଓ ଗେମକୁ ପାଠ୍ୟକ୍ରମରେ ଯୋଡାଯାଇଛି ତାର ନାଁ ହେଉଛି ଦିସ ୱାର ଅଫ ମାଇନ । ଏହା ସାଧାରଣ ଗେମ୍ସ ଠାରୁ ଅଲଗା । ପୋଲାଣ୍ଡ ସରକାରଙ୍କର ମାନିବା କଥା କି ଏହା ପିଲାଙ୍କ ମଧ୍ୟରେ ନେଗେଟିଭିଡି ଛଡା ପଡିଟିଭିଟି ଆଣିବ । ସେମାନଙ୍କୁ ଶାନ୍ତ ଓ ସହଯୋଗୀ ବନାଇବ ।

ପୋଲାଣ୍ଡରେ ଭିଡିଓ ଗେମ ଦିସ ୱାର ଅଫ ମାଇନକୁ ସେଠାକାର ସରକାର ମଞ୍ଜୁରୀ ଦେଇଛନ୍ତି । ଗେମ୍ସ ଇଣ୍ଡଷ୍ଟ୍ରି ରିପୋର୍ଟ ଅନୁସାରେ ପ୍ରଧାନମନ୍ତ୍ରୀ ମାଟୁସ୍ଜ ମୋରାବିଏକୀଙ୍କ ଠାରୁ ମଞ୍ଜୁରୀ ମିଳିବା ପରେ ଏହାକୁ ସ୍କୁଲ ପାଠ୍ୟକ୍ରମରେ ସାମିଲ କରାଗଲା । ଏହା ପ୍ରଥମ ଭିଡିଓ ଗେମ ଅଟେ ଯାହାକୁ ବିଦ୍ୟାଳୟ ଶିକ୍ଷାରେ ରାଷ୍ଟ୍ରୀୟ ସ୍ତରରେ ମାନ୍ୟତା ଦିଆଯାଇଛି ।

ପ୍ରଶ୍ନ ଉଠୁଛି କି ପାଠପଢାରେ ଭିଡିଓ ଗେମ କାହିଁକି ଓ ଏହି ଭିଡିଓ ଗେମରେ କଣ ଅଛି । ଯାହା କୁହାଯାଉଛି କି ଏହି ଗେମର ନିଜ ଖାସିୟତ ହେଉଛି ଏହାର ନାଁ । ଗେମର ଅର୍ଥ ହେଉଛି ଏହା ମୋର ଯୁଦ୍ଧ ଅଟେ । ଏହାକୁ କମ୍ପାନୀ ୧୧ବି ଷ୍ଟୁଡେଣ୍ଟ୍ସଙ୍କ ପାଇଁ ବିକଶିତ କରିଛନ୍ତି । ରିପୋର୍ଟ ଅନୁସାରେ ଏହି ଗେମକୁ ଅନେକ ପୁରସ୍କାର ମିଳିସାରିଛି । ଏହି ଗେମ ୧୯୯୦ଦଶକରେ ସାରାଜେବୋଙ୍କ ଘେରାବନ୍ଦୀ ସମୟରେ ବୋସ୍ନିୟାଇ ଲୋକଙ୍କ ଦୁର୍ଦ୍ଦଶା ଉପରେ ଆଧାରିତ । ଏଥିରେ ଦେଖାଯାଇଛି କି ଯୁଦ୍ଧ ପରେ ଦେଶର ସାଧାରଣ ନାଗରିକ କେମିତି ପ୍ରଭାବିତ ହୁଅନ୍ତି ।

ୟୁଦ୍ଧ ଆଧାରିତ ଯେଉଁଭଳି ଭାବରେ ଗେମ୍ସ ଆସେ ସେଥିମଧ୍ୟରେ ଏହି ଗେମ ଅର୍ଥାତ ଦିସ ୱାର ଅଫ ମାଇନ ପୁରା ଅଲଗା ଅଟେ । ଏମିତିରେ ୱାର ଗେମ୍ସରେ ଜଣେ ଖେଳାଳୀ ଅବା ଜଣେ ସୈନିକ ଭାବରେ ନିଜ ଭୂମିକା ନିଭାନ୍ତି ଯେଉଁଥିରେ କଲ ଅଫ ଡ୍ୟୁଟି, ବ୍ୟାଟଲଫିଲ୍ଡ, ମେଡଲ ଅଫ ଅନର ଭଳି ଗତିବିଧି ସବୁ ରହିଥାଏ । ଅଥବା ଖେଳାଳୀ ସେନାଙ୍କ କମାଣ, କମ୍ପାନୀ ଅଫ ହିରୋଜ, କମାଣ୍ଡର, ସୁପ୍ରିମ କମାଣ୍ଡର ଆଦି ସମ୍ଭାଳିଥାଏ ।

ଦିସ ୱାର ଅଫ ମାଇନ ପୁରା ଅଲଗା । ଏଥିରେ କିଭଳି ସାଧାରଣ ନାଗରିକଙ୍କ ଜୀବନ, ଯୁଦ୍ଧ ସମୟରେ ପ୍ରଭାବିତ ହୁଏ ତାହା ଉପରେ କେନ୍ଦ୍ରିତ । ଯୁଦ୍ଧରେ ସୈନିକ ତ ଲଢନ୍ତି କିନ୍ତୁ ଦେଶର ନାଗରିକଙ୍କ ଉପରେ କିପରି ପ୍ରଭାବ ପଡିଥାଏ ତାହା ପର୍ଯ୍ୟବେସିତ । ଏହି ଗେମରେ ଖେଳାଳୀ ଜଣେ ନାଗରିକ ରୂପରେ ଭୂମିକା ନିଭାଇଥାଏ । ଯୁଦ୍ଧର ଭୟାବହ ସ୍ଥିତିରେ ଜଣେ କିଭଳି ସରଭାଇଭ କରିପାରୁଛି, ନିଜକୁ ବଞ୍ଚାଇ ରଖୁଛି, ନିଜର ସ୍ଥାନ ସୁରକ୍ଷିତ ରଖୁଛି ଓ ଅନ୍ୟ ଲୋକଙ୍କ ପାଇଁ କିଭଳି କାମ କରୁଛି ତାହା ଏଥିରେ ରହିଛି ।

ଭିଡ଼ିଓ ଗେମକୁ ନେଇ ତୁର୍କୀରେ ଉଦାରତା ରହିଛି । ବିଦ୍ୟାଳୟ ଗୁଡିକରେ ସାତବର୍ଷରୁ ବଡ କୌଣସି ବି ପିଲା ଏପରି ଭିଡିଓ ଗେମ ଖେଳିପାରିବ । ପିଲାଙ୍କ ମଧ୍ୟରେ ଏହି ଭିଡିଓ ଗେମ ଖୁବ ପପ୍ୟୁଲାର ହୋଇଛି । କିଛି ସ୍କୁଲ ମାନଙ୍କରେ ଏଥିପାଇଁ କ୍ଲାସରୁମ ବି ରହିଛି । ଯେଉଁଠାରେ ପିଲାଙ୍କୁ ଭିଡିଓ ଗେମ ଖେଳାଯାଇଥାଏ । କିନ୍ତୁ ଏହାକୁ ନେଇ ବି କିଛି ବର୍ଷ ପୂର୍ବେ ବିରୋଧ ହୋଇଥିଲା କି ଏହି ଗେମ ପିଲାଙ୍କୁ ହିସାଂତ୍ମକ କରୁଛି । ହେଲେ ସେଠାକାର ସୋସିଆଲ ପଲିସି ବିଭାଗ ଏହାକୁ ଖଣ୍ଡନ କରିଥିଲେ । ଆଉ କହିଥିଲେ କି ଏମିତି କିଛି ନାହିଁ । ଯଦି ଏମିତି କିଛି ଏଥିପାଇଁ ହୁଏ ତେବେ ଆକ୍ସନ ନିଆଯିବ ।

ଗେମ ବିଷୟରେ ଜାଣିବା ପରେ ଏହା ସ୍ପଷ୍ଟ ଯେ ଏହା ପିଲାଙ୍କ ମଧ୍ୟରେ ନାଗରିକ ବୋଧ ସୃଷ୍ଟି କରିବ । ଅର୍ଥାତ ଜଣେ ନାଗରିକ କିଭଳି ନିଜର କର୍ତ୍ତବ୍ୟ ସହ ଅବଗତ ହେବ । ପିଲାଙ୍କ ମଧ୍ୟରେ ସାମାଜିକ ବୋଧ, ନୈତିକତା, ଦର୍ଶନ ଓ ଇତିହାସ ଜାଣିବା ବୁଝିବା ଓ ଶିଖିବା କ୍ଷେତ୍ରରେ ଏହି ଗେମ ସାହାଯ୍ୟକାରୀ ।

ଅନ୍ୟ ଏକ ରିପୋର୍ଟ ହିସାବରେ ସାଧାରଣ ଜନତାଙ୍କ ଉପରେ ଯୁଦ୍ଧର ଭୟାବହତା ଦେଖାଇବା ସମୟରେ ଏହି ଗେମ ବାସ୍ତବିକ ଚିତ୍ରକୁ ବହୁ ପାଖରୁ ଦେଖାଇଥାଏ । ଯୁଦ୍ଧ ସ୍ଥିତିରେ ନାଗରିକ କେବଳ ନିଜ ଦେଶ ପାଇଁ ଲଢିବା ତାହା ନୁହେଁ ବରଂ ନିଜକୁ ଓ ଅନ୍ୟଙ୍କୁ ବଞ୍ଚାଇବା ପାଇଁ ବି ଅସ୍ତ୍ର ବି ଉଠାନ୍ତି । ବିଶେଷକରି ଯେବେ ଜଣେ ଅସହାୟ ଥାଏ ଓ ତାକୁ ସଂଘର୍ଷ କରିବାକୁ ପଡୁଥାଏ । ତେବେ ଦେଶର ଭବିଷ୍ୟ ପାଇଁ ଯୁବକଙ୍କୁ ପ୍ରସ୍ତୁତ କରିବା ପାଇଁ ଏହାକୁ ମହତ୍ୱପୂର୍ଣ୍ଣ ମାନାଯାଉଛି ।

ତେବେ ଦର୍ଶକବନ୍ଧୁ ବର୍ତ୍ତମାନ ସମୟରେ ବିଭିନ୍ନ ଉପାୟରେ ପିଲାମାନଙ୍କୁ ପଢାଯାଉଛି । ଆଉ ବିଶେଷକରି ଏବେ ତ ଛୋଟ ପିଲାଙ୍କୁ ବିଭିନ୍ନ ଗେମ ସାହାଯ୍ୟରେ ପାଠ ପଢାଗଲାଣି । ଭାରତରେ ମଧ୍ୟ ଏହା ପ୍ରଚଳିତ । ଯାହା ଦ୍ୱାରା ପିଲାଙ୍କ ମଧ୍ୟରେ ସ୍କୁଲ ଯିବାକୁ ଆଉ ପାଠପଢିବାକୁ ଆଗ୍ରହ ସୃଷ୍ଟି କରିବାର ଲକ୍ଷ୍ୟ ସାଧିତ ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.