ଭିଡିଓ ଏମିତି ଯାହା ବୟାନ୍ କରୁଛି ଗୋଟେ ବାପର ବେଦନା, ଥରେ ଦେଖନ୍ତୁ ଆପଣଙ୍କ ହୃଦୟକୁ ମଧ୍ୟ ଛୁଇଁଯିବ

ପ୍ରତିଦିନ ସୋସିଆଲ୍ ମିଡିଆରେ କିଛି ନା କିଛି ଭାଇରାଲ୍ ଭିଡିଓ ଦେଖିବାକୁ ମିଳେ । ଏବେ ସେମିତି ଆଖୁ ରସ ବିକୁଥିବା ଜଣେ ବ୍ୟକ୍ତିଙ୍କ ଭିଡିଓ ଭାଇରାଲ୍ ହେବାକୁ ଲାଗିଛି । ଏହି ଭିଡିଓ ନିଶ୍ଚୟ ଆପଣଙ୍କୁ ଆଶ୍ଚର୍ଯ୍ଯ କରିବ । ସେଥିପାଇଁ ତ ବବି ଦେୱଲଙ୍କ ଆକାଉଂଟରୁ ଏହାକୁ ସେୟାର୍ କରିଯାଇଛି । ଯଦିଓ ଯାଂଚ ପରେ ଜଣା ପଡିଛି ଏହା ଅନଅଫିସିଆଲ୍ ଆକାଂଉଟ୍ କିନ୍ତୁ ଭିଡିଓକୁ ମିଳିଛି ଜବରଦସ୍ତ ରେସପନ୍ସ । ତେବେ ଏହି ଭିଡିଓ ସହ ଏକ କ୍ୟାପସନ୍ ମଧ୍ୟ ଲେଖାଯାଇଛି ଯେ – ବିଦେଶୀ କମ୍ପାନୀର ହାନିକାରକ କୋଲ୍ଡ ଡ୍ରିଙ୍କ୍ସ ପିଉଥିବା ଲୋକ ଏହି ଭିଡିଓ ଦେଖି ଲାଜରେ ବୁଡି ମର । ଦାରିଦ୍ର‌୍ୟକୁ ମହାମାରୀରୁ ସ୍ବାଧୀନତା କେବେ ?

ତେବେ ଉପରୋକ୍ତ କ୍ୟାପ୍ସନକୁ ଦେଖି ଆପଣ ଭାବୁଥିବେ ଯେ କୋଲ୍ଡ ଡ୍ରିଙ୍କ୍ସ ହାନିକାରକ ପରିଣାମ ବିଷୟରେ ଭିଡିଓରେ ଦେଖାଯାଇଛି । କିନ୍ତୁ ମାମଲା କିଛି ଅଲଗା । ଭିଡିଓରେ ଏମିତି ଏକ ଦୃଶ୍ୟ ଅଛି ଯାହା ଆପଣଙ୍କ ହୃଦୟକୁ ଛୁଇଁଯିବ । ଏହି ଭିଡିଓକୁ ଦେଖିବା ପରେ ଆପଣ ଆଖି ଲୁହକୁ ଅଟକାଇପାରିବେନି । ପ୍ରାୟ ୫ ଲକ୍ଷରୁ ଅଧିକ ଲୋକ ଏହି ଭିଡିଓକୁ ଦେଖିସାରିଲେଣି ।

ଭିଡିଓରେ ଦେଖିବାକୁ ମିଳିଛି ଆଖୁ ରସ ବିକି ନିଜ ପରିବାର ପୋଷୁଥିବା ବ୍ୟବସାୟୀ ଜଣକ ଧୁ ଧୁ ଖରାରେ ନିଜ ଠେଲା ନିକଟରେ ଛିଡା ହୋଇଛି । ଭିଡିଓଟିକୁ ଦେଖିଲେ ପ୍ରଥମେ ଲାଗିବ ଯେ କିଛି ନାହିଁ ଏଥିରେ । କିନ୍ତୁ ଏହା ପରର ଦୃଶ୍ୟ ଦେଖିଲେ ଲୋମ ଟାଙ୍କୁରୀ ଉଠିବ । ଠେଲାର ତଳେ ଶୋଇଛି ଠେଲାବାଲାର କୁନି ଝିଅ । ଆଉ ସମୟ ପାଇଁ ନିଜ ଝିଅକୁ କରୁଛି ସ୍ନେହ । ଆଉ ଏତେ ଖରାରେ ଠେଲାର ଛାଇରେ ଶାନ୍ତିରେ ଶୋଇଛି କୁନି ଝିଅଟି ।

କେବଳ ୧୮ ସେକେଣ୍ଡର ଏହି ଭିଡିଓ ବୟାନ୍ କରୁଛି ଗୋଟେ ବାପର ସ୍ନେହ ଏବଂ ବେଦନା । ଏହି ଭିଡିଓକୁ ସେୟାର୍ କରିଥିବା ବ୍ୟକ୍ତି ଜଣକ ୟୁଜରଙ୍କୁ ଅପିଲ୍ କରିଛନ୍ତି ବିଦେଶୀ ପାନୀୟ ଛାଡି ଏପରି ଗରିବଙ୍କ ପରିଶ୍ରମ ଏବଂ ପ୍ରେମ ଭରା ଜୁସ୍ ପିଅନ୍ତୁ । ଏଥିରୁ ଦୁଇଟି ଲାଭ ହେବ । ପ୍ରଥମ ଆମର ସ୍ବାସ୍ଥ୍ୟ ଠିକ୍ ରହିବା ସହ ଏହି ଗରିବ ମାନଙ୍କୁ ଦୁଇ ଓଳି ଖାଇବାକୁ ମଧ୍ୟ ମିଳିଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.