୧୨ ମହଲାର ବାଲକୋନିରେ ଓହଳି ଏକ୍ସରସାଇଜ୍‌ କରୁଛନ୍ତି ଏହି ବ୍ୟକ୍ତି, ଦେଖନ୍ତୁ ଛାତି ଥରା ଭିଡିଓ

ଏକ୍ସରସାଇଜ୍‌ ବା ବ୍ୟାୟାମ କରିବା ଶରୀର ପାଇଁ ଖୁବ୍‌ ହିତକର ହୋଇଥାଏ। ଶରୀରକୁ ଫିଟ୍‌ ତଥା ଫୂର୍ତ୍ତି ରଖିବାରେ ବ୍ୟାୟାମ ସାହାଯ୍ୟ କରେ। କିଛି ଲୋକ ଘରେ ରହି ଏକ୍ସରସାଇଜ୍‌ କରନ୍ତି ତ ଆଉ କିଛି ଜିମ୍‌ ଯାଇଥାନ୍ତି। କିନ୍ତୁ ଏବେ ସୋସିଆଲ ମିଡିଆରେ ଏକ୍ସରସାଇଜ୍‌ ସହ ଜଡ଼ିତ ଏକ ଏମିତି ଭିଡିଓ ଭାଇରାଲ ହେଉଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ଭିଡିଓରେ ଜଣେ ଯୁବକ ଜୀବନକୁ ପାଣି ଛଡ଼ାଇ ଏକ୍ସରସାଇଜ୍‌ କରୁଥିବା ଦେଖିବାକୁ ମିଳିଛି।

ଭିଡିଓରେ ଜଣେ ଯୁବକ ଏକ ସୋସାଇଟିର ଉଚ୍ଚ ବିଲ୍ଡିଂର ବାଲକୋନୀରେ ଓହଳି ଏକ୍ସରସାଇଜ୍‌ କରୁଥିବା ଦେଖାଯାଇଛି। ତାଙ୍କୁ ଟିକେ ଡର ବି ଲାଗୁନି ଯେ ଯଦି ସେ ତଳକୁ ଗଳି ପଡ଼ିବେ ତେବେ ଅବସ୍ଥା କ’ଣ ହେବ। ଏହି ଯୁବକ ଜଣକ ୧୨ ମହଲାର ବାଲକୋନୀରେ ଓହଳି ଏକ୍ସରସାଇଜ୍‌ କରୁଛନ୍ତି। ତାଙ୍କର ଏହି ବିପଦପୂର୍ଣ୍ଣ ଏକ୍ସରସାଇଜ୍‌କୁ ସାମ୍ନା ବିଲ୍ଡିଂରୁ ଜଣେ ବ୍ୟକ୍ତି କ୍ୟାମେରାରେ ରେକର୍ଡିଂ କରିଛନ୍ତି। ଭିଡିଓଟି ଦେଖୁ ଦେଖୁ ଭାଇରାଲ ହୋଇଛି।

ଦେଖନ୍ତୁ ଭିଡିଓ:

ଭାଇରାଲ ହେଉଥିବା ଏହି ଭିଡିଓଟି ଫରିଦାବାଦର ବୋଲି କୁହାଯାଉଛି। ଟ୍ଵିଟରରେ ଏହି ଭିଡିଓକୁ @viralvdoz ନାମକ ଆକାଉଣ୍ଟରୁ ସେୟାର କରାଯାଇଛି। ୧ ମିନିଟ୍‌ ୪ ସେକେଣ୍ଡର ଏହି ଭିଡିଓ ଛାତିକୁ ଥରାଇ ଦେବା ଭଳି ହୋଇଛି। ତେବେ ବ୍ୟକ୍ତି ଜଣକ ଏକ୍ସରସାଇଜ୍‌ କରିସାରିବା ପରେ ସୁରକ୍ଷିତ ଭାବେ ଘରକୁ ଯାଇଥିବା ଦେଖିବାକୁ ମିଳିଛି।

ଭିଡିଓ ଦେଖି ସୋସିଆଲ ମିଡିଆ ୟୁଜର୍ସ ବିଭିନ୍ନ କମେଣ୍ଟ କରୁଛନ୍ତି। କିଛି ଲୋକ ଏହି ବ୍ୟକ୍ତିଙ୍କୁ ମାନସିକ ରୋଗୀ ଓ କାଉନ୍‌ସେଲିଂର ଆବଶ୍ୟକତା ଅଛି ବୋଲି କହୁଥିବା ବେଳେ ଆଉ କିଛି ଲୋକ ଏହି ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

Leave A Reply

Your email address will not be published.