କନ୍ୟାର ନାଚ ଦେଖି ଲାଜେଇ ଗଲେ ବର, ଭାଇରାଲ ହେଉଛି ଭିଡିଓ
ଆମେ ପ୍ରାୟତଃ ସୋସିଆଲ ମିଡିଆରେ ମଜାଳିଆ ଏବଂ ଭାଇରାଲ୍ ଭିଡିଓ ଦେଖିଥାଉ। ଯାହା ଆମକୁ ମନୋରଞ୍ଜନର ଖୋରାକ୍ ଯୋଗାଏ। ନିକଟରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣଙ୍କୁ ଖୁସି ଲାଗିବ ନିହାତୀ। ଭିଡିଓଟି ଏକ ବିବାହ ଉତ୍ସବ। ଯେଉଁଥିରେ କନ୍ୟା ଜଣଙ୍କ ମଞ୍ଚ ଉପରେ ନାଚୁଥିବାର ନଜର ଆସୁଛନ୍ତି।
ତେବେ ତାଙ୍କ ପାଖରେ ଠିଆ ହୋଇଛନ୍ତି ବର। କନ୍ୟା ଜଣଙ୍କ ମଜାଳିଆ ଢଙ୍ଗରେ ନାଚୁଥିବାର ଦେଖି ବର ଜଣଙ୍କ ନିଜ ହସକୁ ନିୟନ୍ତ୍ରଣ କରିପାରିନଥିଲେ। ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି କ୍ଲିପ୍ ଟି ଗତ ମାସରେ ଇନଷ୍ଟାଗ୍ରାମରେ ସେୟାର କରାଯାଇଥିଲା ଏବଂ ସେବେଠାରୁ ଏହା ଛଅ ଲକ୍ଷରୁ ଅଧିକ ଭ୍ୟୁ ଏବଂ ୧,୩୦,୦୦୦ ରୁ ଅଧିକ ଲାଇକ୍ ସଂଗ୍ରହ କରିଛି।
ଭିଡିଓରେ ଏକ ଗୀତ ବାଜିବା ଆରମ୍ଭ ହେବା ମାତ୍ରେ କିଛି ଛୋଟ ପିଲାମାନେ ନାଚିବା ଆରମ୍ଭ କରିଦେଇଥିଲେ। କନ୍ୟା ଜଣଙ୍କ କୌଣସି ଦ୍ୱିଧାରେ ଛୋଟ ପିଲାମାନଙ୍କ ସହିତ ମିଶି ନାଜିବାକୁ ଲାଗିଥିଲେ । କିଛି ସେକେଣ୍ଡ ପରେ, ସେ ବରର ହାତ ଧରି ତାଙ୍କୁ ତାଙ୍କ ସହ ନାଚିବାକୁ କହିଥିଲେ।କିନ୍ତୁ ବର ଜଣଙ୍କ ଲାଜରେ ନାଚି ପାରିନଥିଲେ।
View this post on Instagram
ଭିଡିଓରେ କନ୍ୟା ଜଣଙ୍କ’ପାଲ୍କି ପେ ହୋକେ ସଓ୍ୱାର’ ଗୀତରେ ନାଚୁଥିଲେ । କନ୍ୟା ଜଣକ ଏକ ଡିପ୍ ରେଡ୍ କଲରର ଲେହେଙ୍ଗା ପିନ୍ଧିଥିବାବେଳେ ବର ଏକ ଧଳା ସୁଟ୍-ପ୍ୟାଣ୍ଟ ପିନ୍ଧିଥିବାର ନଜର ଆସୁଛନ୍ତି। ଇଣ୍ଟରନେଟ୍ ବ୍ୟବହାରକାରୀମାନେ ସମସ୍ତ ପ୍ରକାରର ପ୍ରତିକ୍ରିୟା ସହିତ କମେଣ୍ଟ ସେକସନକୁ ଫୁଲ୍ କରି ଦେଇଛନ୍ତି। ଜଣେ ଉପଭୋକ୍ତା ଲେଖିଛନ୍ତି ଯେ, କନ୍ୟା ବହୁତ ଖୁସି ଦେଖାଯାଉଛି। ଅନ୍ୟ ଜଣେ କହିଲା, “ସୁନ୍ଦର ଦମ୍ପତି … ଭଗବାନ ଉଭୟଙ୍କୁ ଏହିପରି ଖୁସିରେ ରଖନ୍ତୁ।”
|