ଛେପ ପକାଇ ରୁଟି ତିଆରି କରୁଥିଲେ ୨ ଯୁବକ, ଭିଡିଓ ଭାଇରାଲ ପରେ ଗିରଫ କରି ନେଲା ପୋଲିସ

ମେରଠ ଏବଂ ଦିଲ୍ଲୀ ପରେ ଏବେ ଉତ୍ତର ପ୍ରଦେଶ ଶାମଲୀରୁ ବି ଛେପ ଲଗାଇ ରୁଟି ବନାଯାଉଥିବାର ଭିଡିଓ ସାମ୍ନାକୁ ଆସିଛି। ଭିଡିଓଟି ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ପୋଲିସ ଏହି ମାମଲାରେ ୨ ଜଣଙ୍କୁ ଗିରଫ କରି ନେଇଛି। ଏ ସଂକ୍ରାନ୍ତରେ ମାମଲା ରୁଜୁ କରି ଉଭୟଙ୍କୁ କୋର୍ଟ ଚାଲାଣ କରିଛି। ତେବେ ଭିଡିଓକୁ ଯାଞ୍ଚ କରାଯାଇ ଆଗାମୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି।

ପୋଲିସର କହିବା ହେଲା, ଗତ ଶୁକ୍ରବାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ହୋଇଥିଲା। ଏଥିରେ ଦେଖିବାକୁ ମିଳିଥିଲା କି, ଏକ ହୋଟେଲରେ ରୁଟିରେ ଛେପ ଲଗାଯାଇ ସେକା ଯାଉଛି। ପରେ ହୋଟେଲକୁ ଚିହ୍ନଟ କରାଯାଇଥିଲା। ବରିଷ୍ଠ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ସେଠାରେ ଚଢ଼ଉ କରାଯାଇ ଏହି କାମ କରୁଥିବା ଦୁଇ ଯୁବକଙ୍କୁ ଗିରଫ କରାଯାଇଥିଲା। ଗିରଫ ଯୁବକ ଦ୍ୱୟଙ୍କ ନାଁ, ଏଜାଜ୍‌ ଓ ଶୋବେଜ୍‌।

ତେବେ ଏହା ପୂର୍ବରୁ ମଧ୍ୟ ଦିଲ୍ଲୀ ଏବଂ ମେରଠରେ ରୁଟିରେ ଛେପ ଲଗାଇ ସେକାଯିବାର ଭିଡିଓ ଭାଇରାଲ ହୋଇଥିଲା। ମେରଠରେ ନୌସାଦ୍‌ ନାମକ ଯୁବକ ଏକ ବିବାହ ଉତ୍ସବରେ ରୁଟିରେ ଛେପ ଲଗାଇ ବନାଉଥିଲେ। ଏହାର ଭିଡିଓ ଭାଇରାଲ ହେବା ପରେ ସେ ଖୁବ୍‌ ମାଡ଼ ଖାଇଥିଲେ। ପରେ ତାଙ୍କୁ ଜେଲ୍‌ ପଠାଇ ଦିଆଯାଇଥିଲା। ସେହିଭଳି ଦିଲ୍ଲୀରେ ବି ନାନ୍‌ ରୁଟିକୁ ଛେପ ଲଗାଇ ତିଆରି କରୁଥିବା ଦୁଇ ଯୁବକ ଧରା ପଡ଼ିଥିଲେ। ସେମାନଙ୍କୁ ପୋଲିସ ଗିରଫ କରି ଜେଲ୍‌ ପଠାଇ ଦେଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.