ବିଦୁର ନୀତି : ଜୀବନରେ କେମିତି ବ୍ୟବହାର ବ୍ୟକ୍ତିକୁ ଘାଇରେ ପଡିବାରୁ ବଞ୍ଚାଇ ଥାଏ,ଜାଣନ୍ତୁ

ମହାତ୍ମା ବିଦୁର ମହାଭାରତ ସମୟରେ ସବୁଠୁ ବଡ଼ ବୁଦ୍ଧିମାନ ବ୍ୟକ୍ତି ଥିଲେ । ସେ ବୁଦ୍ଧିମାନ ସହ ଦୂରଦର୍ଶୀ ମଧ୍ୟ ଥିଲେ । କୁହାଯାଏ ସମୟ ପୂର୍ବରୁ ଆସିବାକୁ ଥିବା ସଂକଟ ବିଷୟରେ ବିଦୁର ଲୋକଙ୍କୁ ଅବଗତ କରାଇ ଦେଉଥିଲେ । ଆଜି ଆମେ ଆପଣଙ୍କୁ ଏମିତି କିଛି ବିଦୁର ନୀତି ସମ୍ପର୍କରେ କହିବୁ ଯାହାକୁ ଅନୁସରଣ କଲେ ଜୀବନରେ କେବେ କିଛି ସମସ୍ୟା ଆସିବ ନାହିଁ ।

ବ୍ୟବହାର ବ୍ୟକ୍ତିର ଦର୍ପଣ ହୋଇଥାଏ । ବ୍ୟକ୍ତି କିପରି ତାହା ତାର ବ୍ୟବହାରରୁ ଜଣାଯାଇଥାଏ । ସେ ତାର ବନ୍ଧୁ, ସମ୍ପର୍କୀୟଙ୍କ ସହ କିପରି ବ୍ୟବହାର କରୁଛି ସେଥିରୁ ତାର ବ୍ୟକ୍ତିତ୍ୱ ବିଷୟରେ ଜଣାପଡେ । ମହାଭାରତ ସମୟରେ ମହାତ୍ମା ବିଦୁର ସବୁଠୁ ଜ୍ଞାନୀ ବ୍ୟକ୍ତି ଭାବେ ଜଣାଯାଆନ୍ତି । ମହାତ୍ମାଙ୍କ ଦ୍ୱାରା କୁହାଯାଇଥିବା କଥା ଯୁଗଯୁଗକୁ ପ୍ରେରଣା ହୋଇ ରହିଛି । ବିଦୁର ତାଙ୍କ ନୀତିରେ କହିଛନ୍ତି ଯେ ବ୍ୟକ୍ତି କେଉଁ ପ୍ରକାର ବ୍ୟବହାର କରିବା ଉଚିତ୍‌ ।

ଏମିତି ବ୍ୟବହାର କରିବା ଦ୍ୱାରା ବ୍ୟକ୍ତି ରହିଥାଏ ସୁଖୀ

ମହାତ୍ମା ବିଦୁର କହିଛନ୍ତି ଯେ ବ୍ୟକ୍ତିକୁ ଯେଶାକୁ ତେସା ବ୍ୟବହାର କରିବା ଉଚିତ୍‌ । ଏହା ବ୍ୟକ୍ତିର ନୀତି ହେବା ଦରକାର । ଭଲ ଲୋକଙ୍କୁ ଭଲ ବ୍ୟବହାର ଓ ଖରାପ ଲୋକଙ୍କୁ ଖରାପ ବ୍ୟବହାର ଦେଖାଇବା ଉଚିତ୍‌ । ଏମିତି କରିବା ଦ୍ୱାରା ବ୍ୟକ୍ତି ନିଜ ସହ ପରିବାରକୁ ବହୁ ପ୍ରକାର ଅସୁବିଧାରୁ ବଂଚାଇ ପାରିବେ । କାରଣ ଖରାପ ବ୍ୟକ୍ତି ନା ଆପଣଙ୍କ ଭଲ ଚାହିଁଥାଏ ନା ଆପଣଙ୍କ ପରିବାରର କଲ୍ୟାଣ ଚାହିଁଥାଏ । ସେ ସର୍ବଦା ଆପଣଙ୍କୁ ନିମ୍ନ ଭାବେ ଦେଖାଇବାକୁ ଚାହିଁଥାଏ । ସେହିପରି ଭଲ ବ୍ୟକ୍ତି ଆପଣଙ୍କ ସହ ସମସ୍ତଙ୍କ ଭଲ ଚାହିଁଥାନ୍ତି ।

ବିଦୁର ତାଙ୍କ ନୀତିବାଣିରେ କହିଛନ୍ତି, ଯେଉଁ ବ୍ୟକ୍ତି ଭରଷାର ଯୋଗ୍ୟ ନୁହେଁ ତା ଉପରେ କେବେ ବି ଭରଷା କରିବା ଉଚିତ ନୁହେଁ । କାରଣ ଭରଷା ଭାଙ୍ଗିଲେ ଅନର୍ଥ ହେବା ସୁନିଶ୍ଚିତ ହୋଇଥାଏ । ତେଣୁ ନିଜର ଗୁପ୍ତ କଥା ଅନ୍ୟ ଆଗରେ କେବେ ବି କହିବା କଥା ନୁହେଁ । ନଚେତ ଆଗରେ ଥିବା ବ୍ୟକ୍ତି ଏହାର ସୁବଧା ନେଇ ଆପଣଙ୍କୁ ଅସୁବିଧାରେ ପକାଇ ପାରେ ।
ବିଦୁରଜୀ ଆହୁରି କହିଛନ୍ତି, ବ୍ୟକ୍ତିକୁ ଧର୍ମ, ଅର୍ଥ ଇତ୍ୟାଦିରେ କେବେ ବି ଭୁଲକଥା କରିବା କଥା ନୁହେଁ ।

ସର୍ବଦା ସତ୍ୟ କହୁଥିବା ଓ ମିତ୍ର କଥାରେ ବିବାଦରୁ ଦୂରରେ ରହିଥାଏ । ଏହା ସହ ନିଜର ଅନାଦାର ହେଲେ ମଧ୍ୟ ଦୁଃଖ କରିନଥାଏ,ସେପରି ବ୍ୟକ୍ତିକୁ ଶ୍ରେଷ୍ଠ ବ୍ୟକ୍ତି କୁହାଯାଇଥାଏ । କାରଣ ଏପରି ବ୍ୟକ୍ତିଙ୍କ ନିକଟରେ ଧୈର୍ଯ୍ୟ ଓ ବୁଦ୍ଧି ଉଭୟର ଆବଶ୍ୟକ ହୋଇଥାଏ । ବିନା ବୁଦ୍ଧିରେ ଧର୍ମ ପାଳନ କରିବା ଓ ଟଙ୍କା ପଛରେ ଦଉଡିବା ମୂର୍ଖ ବ୍ୟକ୍ତିର କାମ ବୋଲି ବିଦୁର କହିଛନ୍ତି । ଏହା ସହ ଯେଉଁ ବ୍ୟକ୍ତି ଖରାପ ସମୟରେ ମଧ୍ୟ ନିରାଶ ହୋଇନଥାଏ, ଏହାକୁ ଦୃଢ଼ତାର ସହ ସାମନା କରିଥାଏ,ସେ ସୁଖୀ ହୋଇଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.