ବିଦୁର ନୀତି : ଏହି ୩ଟି ଜିନିଷରୁ ରହନ୍ତୁ ସାବଧାନ, ନଚେତ ବର୍ବାଦ କରି ଦେବ କାହାର ଜୀବନ

ମହାତ୍ମା ବିଦୁର ତାଙ୍କ ବିଦୁର ନୀତିରେ କହିଛନ୍ତି କି ଯଦି ମନୁଷ୍ୟ ନିଜ ମନରେ ଉଠୁଥିବା କିଛି ଭାବନାକୁ ନିୟନ୍ତ୍ରଣ କରି ନିଅନ୍ତି, ତାହେଲେ ନିଜର ଜୀବନ ସଫଳ ହୋଇପାରେ । ନଚେତ ବର୍ବାଦ ହେବାରୁ କେହି ରୋକି ପାରିବେ ନାହିଁ ।

ବାସ୍ତବରେ ମନୁଷ୍ୟ ଜୀବନ ବହୁତ ଦୁର୍ଲଭ ହୋଇଥାଏ । ଏହା ବଡ ଭାଗ୍ୟରୁ ମିଳିଥାଏ । ମହାତ୍ମା ବିଦୁରଜି ଧୃତରାଷ୍ଟ୍ରଙ୍କୁ ବୁଝାଇବାକୁ ଯାଇ କହନ୍ତି ,ଏ ଜୀବନ ବହୁତ ଅମୁଲ୍ୟ ଅଟେ । ଏହାକୁ ମନରେ ଉଠୁଥିବା କିଛି ଭାବନା ର ଚକ୍କରରେ ବ୍ୟର୍ଥ କରିଦେବା ଉଚିତ ନୁହେଁ ।

ନିଜର ମନ ଉପରେ ନିୟନ୍ତ୍ରଣ ରଖି ପାରିଲେ ଆପଣଙ୍କ ଜୀବନ ସୁଖୀ ଏବଂ ସଫଳ ହୋଇଥାଏ । ମସ୍ତିସ୍କର ବିଚାର ଉପରେ ନିୟନ୍ତ୍ରଣ କରିବା ବହୁତ କଠିନ କାର୍ଯ୍ୟ ହୋଇଥାଏ । ମହାତ୍ମା ବିଦୁର ତାଙ୍କ ବିଦୁର ନୀତିରେ ମନରେ ଉଠୁଥିବା ୩ଟି ଭାବନା ଉପରେ ନିୟନ୍ତ୍ରଣ ରଖିବା କଥା କହିଛନ୍ତି ,ଯଦ୍ଵାରା ଆମର ଜୀବନ ସାର୍ଥକ ହୋଇପାରିବ ।

ଏହା ଉପରେ ରଖନ୍ତୁ ନିଜର ନିୟନ୍ତ୍ରଣ :

କାମବାସନା : ବିଦୁର ଜୀ କୁହନ୍ତି, କାମବାସନାଗ୍ରସ୍ତ ମନୁଷ୍ୟ ନିଜର ବିବେକ ହଜେଇ ଦେଇଥାଏ । ତାହାର ବୁଝିବା ଶୁଝିବା କ୍ଷମତା ଲୋପ ପାଇଯାଇଥାଏ । ତଦ୍ୱାରା ଅନୈତିକ କାର୍ଯ୍ୟ ହୋଇଥାଏ । ଏଥିପାଇଁ ମନୁଷ୍ୟକୁ ନିଜର କାମ ଭାବନା ଉପରେ ନିୟନ୍ତ୍ରଣ ରଖିବା ଉଚିତ । ଯଦ୍ୱାରା ସମାଜରେ ତାହାର ସ୍ଥିତି ଭଲ ରହିଥାଏ । କାମ ଲୋଲୁପ ମନୁଷ୍ୟ ଅନିଦ୍ରାର ଶିକାର ହୋଇଥାଏ । ତାହାର ମନ କିଛିବି କାମରେ ଲାଗି ନଥାଏ ।

କ୍ରୋଧ : ବିଦୁର ନୀତିରେ କୁହାଯାଇଛି ଯେ କ୍ରୋଧ ମନୁଷ୍ୟର ସବୁଠାରୁ ବଡ ଶତ୍ରୁ ଅଟେ । କାରଣ ଏହା ସର୍ବ ପ୍ରଥମେ ନିଜରହିଁ ବୁଦ୍ଧିକୁ ଭ୍ରଷ୍ଟ କରିଦେଇଥାଏ । କ୍ରୋଧୀ ସ୍ୱଭାବର ବ୍ୟକ୍ତି ସମସ୍ତ ଛୋଟ ଛୋଟ କଥାରେ ଉତ୍ତେଜିତ ହୋଇଯାଇଥାଏ । ସେ ବିନା ବୁଝି ବିଚାରି କାମ କରିଥାଏ । ଯେଉଁଥିପାଇଁ ତାକୁ କ୍ଷତି ସହିବାକୁ ପଡିଥାଏ । ଯଦି କୌଣସି ବ୍ୟକ୍ତି କ୍ରୋଧରେ ଥାଏ ତାହେଲେ ତା ସାମ୍ନାରେ କୁହାଯାଇଥିବା ଭଲ କଥାର ମଧ୍ୟ ଖରାପ ପରିଣାମ ମିଳିଥାଏ ।

ଲୋଭ : ବିଦୁର ଜୀ କୁହନ୍ତି, ଲୋଭ ମନୁଷ୍ୟକୁ ଅନ୍ଧ କରିଦେଇଥାଏ । ପର ଧନ ଲୁଟିନେବାର ଇଛା ପ୍ରବଳ ହୋଇଯାଇଥାଏ । ଅନ୍ୟକୁ ସୁଖରେ ଦେଖି ଲୋଭି ବ୍ୟକ୍ତି ମନ ପଶ୍ଚାତାପରେ ଭରି ଯାଇଥାଏ । ତାହାର ମନରେ ସବୁବେଳେ ଏହି ବିଚାର ଚାଲିଥାଏ ଯେ ସେ କେମିତି ଅନ୍ୟର ବସ୍ତୁ ଉପରେ ନିଜର ଅଧିକାର ସାବ୍ୟସ୍ତ କରିବ । ନିଜର ଏହି ଭାବନା ପାଇଁ ଲୋଭୀ ମନୁଷ୍ୟ କେବେବି ସୁଖ ନିଦ୍ରାରେ ଶୋଇ ପାରେ ନାହିଁ । ତେଣୁ ସେ ଶାରୀରିକ କମଜୋର ହୋଇଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.