ଏହି ଅବଗୁଣ କାରଣରୁ ମା’ ଲକ୍ଷ୍ମୀ ହୋଇଥାନ୍ତି ଅସନ୍ତୁଷ୍ଟ, ସୁଖ ସମୃଦ୍ଧି ପାଇଁ ଦୀପାବଳିରେ କରନ୍ତୁ ଏହି ଉପାୟ

ମହାଭାରତ ସମୟରେ ମହାତ୍ମା ବିଦୁର ସବୁଠୁ ବୁଦ୍ଧିମାନ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଥିଲେ । ସେ ନ୍ୟାୟପ୍ରିୟ ଓ ଧର୍ମଶୀଳ ବ୍ୟକ୍ତି ଥିଲେ । ବିଦୁର ସର୍ବଦା ନ୍ୟାୟ ପକ୍ଷ ନେଉଥିଲେ । ସେ ତାଙ୍କ ବିଦୁର ନୀତିରେ ମନୁଷ୍ୟର ଏମିତି ଅବଗୁଣ ସମ୍ପର୍କରେ କହିଛନ୍ତି, ଯେଉଁ କାରଣରୁ ବ୍ୟକ୍ତିକୁ ସବୁ ଜାଗାରେ ଅପମାନ ସହିବାକୁ ପଡିଥାଏ । ଏମିତି ଲୋକଙ୍କ ଠାରୁ ମା’ ଲକ୍ଷ୍ମୀ ଦୂରରେ ରହିଥାନ୍ତି ଓ ସେ ସର୍ବଦା କାଙ୍ଗାଳ ହୋଇ ରହିଥାନ୍ତି ।

ଏହି ଅବଗୁଣ କାରଣରୁ ମା’ ଲକ୍ଷ୍ମୀ ହୋଇଥାନ୍ତି ଅସନ୍ତୁଷ୍ଟ

• ଅହଂକାର : ଅହଂକାର ବ୍ୟକ୍ତିର ବହୁତ ବଡ ଅବଗୁଣ ହୋଇଥାଏ । ଏମିତି ବ୍ୟକ୍ତି ନିଜର ଅହଂକାର ଆଗରେ କାହା କଥା ବି ଶୁଣି ନଥାନ୍ତି । ଅଂକାରୀ ବ୍ୟକ୍ତିକୁ କେବେ ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇ ନଥାନ୍ତି ।

• କାମ : କାମ ବାସନାରେ ଲିପ୍ତ ରହୁଥିବା ବ୍ୟକ୍ତି ନିଜର ଶାରିରୀକ, ମାନସିକ, ଧାର୍ମିକ ଓ ନୈତିକ ପତନ କରି ବସନ୍ତି । ଏମିତି ଲୋକଙ୍କୁ କେବେ ବି ସମ୍ମାନ ମିଳିନଥାଏ ।

• କ୍ରୋଧ : କ୍ରୋଧ ବ୍ୟକ୍ତିକୁ ନାଶ କରିଦେଇଥାଏ । କ୍ରୋଧରେ ବ୍ୟକ୍ତି ଭାବନା ଓ ବୁଝିବା ଶକ୍ତି ହରାଇ ଦେଇଥାଏ । କେବେ କେବେ ବ୍ୟକ୍ତି କ୍ରୋଧରେ ଆସି ଏମିତି ନିଷ୍ପତ୍ତି ନେଇଥାନ୍ତି,ଯାହାଦ୍ୱାରା ବ୍ୟକ୍ତି ନିଜର କ୍ଷତି କରି ବସିଥାନ୍ତି ।

• ଲୋଭ : ଲୋଭ ବ୍ୟକ୍ତିକୁ ଅବନତି ଆଡକୁ ଟାଣି ନେଇଥାଏ । ବିଦୁର କହିଛନ୍ତି ଯେ ବ୍ୟକ୍ତିକୁ ଲୋଭ କରିବା କଥା ନୁହେଁ । ଏମାନଙ୍କ ଠାରେ ମା’ ଅସନ୍ତୁଷ୍ଟ ଥାଆନ୍ତି ।

ବିଦୁର ନୀତି ଅନୁଯାୟୀ କୌଣସି ବ୍ୟକ୍ତି ଉପରେ ଆବଶ୍ୟକ ଠାରୁ ଅଧିକ ବିଶ୍ୱାସ କରିବା କଥା ନୁହେଁ ।

ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ କରନ୍ତୁ ଏହି ଉପାୟ :

ବିଦୁର ନୀତି ଅନୁଯାୟୀ ଲୋକ ନିଜର ଏହି ସବୁ ଖରାପ ଆଦତକୁ ଛାଡିଦେଲେ ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ନିଜର ଶ୍ରେଷ୍ଠତା ଉପରେ ଯେଉଁ ବ୍ୟକ୍ତିର ଅହଂକାର ନଥାଏ, ଆବଶ୍ୟକ ଠାରୁ ଅଧିକ ଦାନ କରିବା ବାଲା ହୋଇଥାନ୍ତି ଓ ଯେଉଁମାନେ ଅଧିକ ବୁଦ୍ଧିମାନ ହୋଇଥାନ୍ତି, ତାଙ୍କ ଉପରେ ମା’ ଲକ୍ଷ୍ମୀ କୃପା ବର୍ଷା କରିନଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.